କେନାଲରୁ ଯୁବକର ଶବ ଉଦ୍ଧାର
ଜୟପୁର, ୨୫ ଅଗଷ୍ଟ (ହି.ସ.) - କେନାଲରେ ଗାଧୋଉଥିବା ସମୟରେ ଗୋଡ଼ ଖସିଯିବାରୁ ପାଣି ସ୍ରୋତରେ ଭାସିଯାଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ହେଲେ ଜୟପୁର ସଦର ଥାନା ଅନ୍ତର୍ଗତ କୁନ୍ଦାରୀଗୁଡ଼ା ଗ୍ରାମର ସୁରେଶ ନାୟକ(୩୫)। ସୂଚନା ଅନୁସାରେ ଗତ ଅଗଷ୍ଟ ୨୨ ତାରିଖରେ ସୁରେଶ ଗାଧୋଇବା ପାଇଁ ନିକଟସ୍
କେନାଲ ରୁ ଯୁବକ ର ଶବ ଉଦ୍ଧାର


ଜୟପୁର, ୨୫ ଅଗଷ୍ଟ (ହି.ସ.) - କେନାଲରେ ଗାଧୋଉଥିବା ସମୟରେ ଗୋଡ଼ ଖସିଯିବାରୁ ପାଣି ସ୍ରୋତରେ ଭାସିଯାଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ହେଲେ ଜୟପୁର ସଦର ଥାନା ଅନ୍ତର୍ଗତ କୁନ୍ଦାରୀଗୁଡ଼ା ଗ୍ରାମର ସୁରେଶ ନାୟକ(୩୫)। ସୂଚନା ଅନୁସାରେ ଗତ ଅଗଷ୍ଟ ୨୨ ତାରିଖରେ ସୁରେଶ ଗାଧୋଇବା ପାଇଁ ନିକଟସ୍ଥ କେନାଲକୁ ଯାଇଥିଲେ। ସେଠାରେ ଗାଧୋଉଥିବା ବେଳେ ତାଙ୍କ ଗୋଡ଼ ଖସିଯିବାରୁ ସେ ଗଭୀର କେନାଲ ପାଣିରେ ଭାସି ଯାଇଥିଲେ। ପରିବାର ଲୋକେ ଓ ସମ୍ପର୍କୀୟମାନେ ବହୁ ଖୋଜାଖୋଜି କରିଥିଲେ ସୁଦ୍ଧା ତାଙ୍କର କୌଣସି ପତା ମିଳିନଥିଲା। ତେବେ ୨୪ ତାରିଖ ଧନପୁର ରେଳଷ୍ଟେସନ ନିକଟସ୍ଥ ହାଡ଼ିଆ ବ୍ରିଜ୍ ପାଖ କେନାଲ ପାଣିରେ ଜଣେ ପୁରୁଷଙ୍କ ମୃତଦେହ ଭାସୁଥିବା ନେଇ ଖବର ମିଳିଥିଲା। ମୃତକଙ୍କ ସାନଭାଇ ଲାଲୁ ନାୟକ ଘଟଣାସ୍ଥଳରେ ପହଂଚି ମୃତଦେହଟି ତାଙ୍କ ବଡ଼ଭାଇ ସୁରେଶଙ୍କର ବୋଲି ଚିହ୍ନଟ କରିଥିଲେ। ଏ ନେଇ ଲାଲୁ ନାୟକ ସଦର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣାର ସ୍ତରରେ ପହଁଚି ଶବକୁ ଜବତ କରିଥିଲେ । ପୋଲିସ ତଦନ୍ତ ଆରମ୍ଭ କରି ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରି ପରିବାରବର୍ଗଙ୍କୁ ହସ୍ତାନ୍ତର କରିଥିବା ବିଷୟ ସଦର ଥାନା ଅଧିକାରୀ ସଚିନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande