ପେଟ୍ରୋଲ ମାଗିବା ବାହାନାରେ ସୁନା ଚେନ ଲୁଟ୍
ଜୟପୁର, ୨୭ ଅଗଷ୍ଟ (ହି.ସ.)- ଜୟପୁର ସଦର ଥାନା ଅନ୍ତର୍ଗତ ଫମ୍ପୁଣୀରେ ଭୋର ସମୟରେ ଘର ସାମ୍ନାରେ ଗୋବର ଛଡ଼ା ପକାଉଥିଲେ ୫୬ ବର୍ଷୀୟା ମନ୍ଦଦରି ନାୟକ। ଏତିକି ବେଳେ ବାଇକ୍ ରେ ଆସିଲେ ୩ ଯୁବକ। ପେଟ୍ରୋଲ ମାଗିବା ବାହାନାରେ ମନ୍ଦଦରିଙ୍କ ବେକରୁ ସୁନା ଚେନ ଲୁଟ । ଘଟଣାକୁ ନେଇ ଏବେ ତଦନ୍ତ ଆରମ୍ଭ କରିଛି
ପେଟ୍ରୋଲ ମାଗିବା ବାହାନାରେ ସୁନା ଖାସୁ ଲୁଟ୍


ଜୟପୁର, ୨୭ ଅଗଷ୍ଟ (ହି.ସ.)- ଜୟପୁର ସଦର ଥାନା ଅନ୍ତର୍ଗତ ଫମ୍ପୁଣୀରେ ଭୋର ସମୟରେ ଘର ସାମ୍ନାରେ ଗୋବର ଛଡ଼ା ପକାଉଥିଲେ ୫୬ ବର୍ଷୀୟା ମନ୍ଦଦରି ନାୟକ। ଏତିକି ବେଳେ ବାଇକ୍ ରେ ଆସିଲେ ୩ ଯୁବକ। ପେଟ୍ରୋଲ ମାଗିବା ବାହାନାରେ ମନ୍ଦଦରିଙ୍କ ବେକରୁ ସୁନା ଚେନ ଲୁଟ । ଘଟଣାକୁ ନେଇ ଏବେ ତଦନ୍ତ ଆରମ୍ଭ କରିଛି ପୋଲିସ। ଲୁଟ ର ଦୃଶ୍ୟ ସିସି କ୍ୟାମେରାରେ କୟଦ lଭୋର ସମୟରେ ଘର ସାମ୍ନାରେ ଗୋବର ଛଡ଼ା ପକାଉଥିଲେ ୫୬ ବର୍ଷୀୟା ମନ୍ଦଦରି ନାୟକ। ଏତିକି ବେଳେ ବାଇକ୍ ରେ ଆସିଲେ ୩ ଯୁବକ। ପେଟ୍ରୋଲ ମାଗିବା ବାହାନାରେ ମନ୍ଦଦରିଙ୍କ ବେକରୁ ସୁନା ଝିଙ୍କି ନେଇ ପଳାଇଥିବା ଅଭିଯୋଗ ହୋଇଛି। ଘଟଣାକୁ ନେଇ ଏବେ ତଦନ୍ତ ଆରମ୍ଭ କରିଛି ପୋଲିସ। ଆଜି ଭୋର ପ୍ରାୟ ୫ଟା ସମୟରେ ଜୟପୁର ଫାମ୍ପୁଣି ଗ୍ରାମରେ ଘଟିଛି ଏହି ଘଟଣା। ପ୍ରତିଦିନ ଭଳି ୫୬ ବର୍ଷୀୟା ମନ୍ଦଦରି ନାୟକ ନିଜ ଘର ସାମ୍ନାରେ ସଫା କରୁଥିଲେ। ଏହି ସମୟରେ ଏକ ବାଇକ୍ ରେ ୩ ଜଣ ଯୁବକ ଆସି ସେଠାରେ ପହଞ୍ଚିଥିଲେ। ପେଟ୍ରୋଲ ମାଗିବା ବାହାନାରେ ଜୟପୁର ସ୍ଥିତ ଫାମ୍ପୁଣି ଗ୍ରାମର ମହିଳା ମନ୍ଦଦରିଙ୍କ ନିକଟକୁ ଆସିଥିଲେ ଯୁବକମାନେ। ଆଉ ସୁଯୋଗ ଦେଖି ମନ୍ଦଦରିଙ୍କ ବେକରୁ ସୁନା ଅଳଙ୍କାର ଝିଙ୍କି ନେଇ ବାଇକ୍ ରେ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି। ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ଯାଞ୍ଚ ଆରମ୍ଭ କରିଛି। ଲୁଟ ଘଟଣାର ଦୃଶ୍ୟସିସି କ୍ୟାମେରାରେ କୟଦ ହୋଇଛି l

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande