
କେନ୍ଦୁଝର, ୨୭ ଅଗଷ୍ଟ (ହି.ସ.) - ‘ଖେଲୋ ଇଣ୍ଡିଆ ଡାଏଲଗ୍’ ମାଧ୍ୟମରେ ଦେଶର ଯୁବବର୍ଗଙ୍କୁ ଆଜି ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ କେନ୍ଦୁଝର ଡି.ଡି. ବିଶ୍ୱବିଦ୍ୟାଳୟର ଇ-ଲାଇବ୍ରେରୀଠାରେ ଏକ ବିଶେଷ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ବିଶ୍ୱବିଦ୍ୟାଳୟର କୂଳପତି, ଅନ୍ତର୍ଜାତୀୟ କ୍ରୀଡ଼ାବିତ୍ ଓ ବହୁ ଯୁବ ପ୍ରତିଭା ଏକାଠି ହୋଇ ପ୍ରଧାନମନ୍ତ୍ରୀଙ୍କ ଏହି ପ୍ରେରଣାଦାୟୀ ସମ୍ବୋଧନକୁ ମନଧ୍ୟାନ ଦେଇ ଶୁଣିବା ସହ କାର୍ଯ୍ୟକ୍ରମର ସାକ୍ଷୀ ହୋଇଛନ୍ତି।
ଜାତୀୟ କ୍ରୀଡ଼ା ଦିବସ ୨୦୨୬ ପାଳନ ଅବସରରେ ମେରା ଯୁବ ଭାରତ' (ମାଇ ଭାରତ) ପକ୍ଷରୁ ଆୟୋଜିତ ଏହି ଖେଲୋ ଇଣ୍ଡିଆ ଡାଏଲଗ୍'କୁ ପ୍ରଧାନମନ୍ତ୍ରୀ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ସମ୍ବୋଧିତ କରିଥିଲେ।
କ୍ରୀଡ଼ା, ଅଲିମ୍ପିକ୍ ଆକାଂକ୍ଷା, ଯୁବ ନେତୃତ୍ୱ, ବିକଶିତ ଭାରତ ଏବଂ ନିଶାମୁକ୍ତ ଯୁବପିଢ଼ି-ଏହି ୫ଟି ପ୍ରମୁଖ ବିଷୟବସ୍ତୁ ଉପରେ କାର୍ଯ୍ୟକ୍ରମରେ ଗୁରୁତ୍ୱ ଦିଆଯାଇଛି। ୨୦୩୬ ଅଲିମ୍ପିକ୍ସ ପାଇଁ ପ୍ରତିଭା ପ୍ରସ୍ତୁତି ସହ ନିଶାମୁକ୍ତ ଭାରତ ଗଠନ ପାଇଁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। କାର୍ଯ୍ୟକ୍ରମ ଶେଷରେ ଡି.ଡି. ବିଶ୍ୱବିଦ୍ୟାଳୟ କୂଳପତିଙ୍କ ଦ୍ୱାରା ଅନ୍ତର୍ଜାତୀୟ କ୍ରୀଡ଼ାବିତ୍ଙ୍କୁ ସମ୍ମାନିତ କରାଯିବା ସହ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ଶପଥ ପାଠ କରାଇଥିଲେ ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA