କାଦୁଅ ରାସ୍ତାରେ ଧାନ ତଳି ରୋଇ ପ୍ରତିବାଦ
ମାଲକାନଗିରି , ୨୭ ଅଗଷ୍ଟ (ହି.ସ.) - ବହୁବାର ଅଭିଯୋଗ ପରେ ମଧ୍ୟ ରାସ୍ତା ସମସ୍ୟାର ସମାଧାନ ନ ହେବାରୁ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ କର୍ଲନପାଲ୍ଲୀ ପସଙ୍ଖାୟତ ଅନ୍ତର୍ଗତ ବାରା ଗ୍ରାମର ଗ୍ରାମବାସୀ କାଦୁଅ ରାସ୍ତାରେ ଧାନ ତଳି ରୋଇ ଅଭିନବ ଭାବେ ପ୍ରତିବାଦ କରିଛନ୍ତି। ଗ୍ରାମର ଗୁଣ୍ଡାଲଗୁଡା ସାହି
କାଦୁଅ ରାସ୍ତାରେ ଧାନ ତଳି ରୋଇ  ପ୍ରତିବାଦ


ମାଲକାନଗିରି , ୨୭ ଅଗଷ୍ଟ (ହି.ସ.) - ବହୁବାର ଅଭିଯୋଗ ପରେ ମଧ୍ୟ ରାସ୍ତା ସମସ୍ୟାର ସମାଧାନ ନ ହେବାରୁ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ କର୍ଲନପାଲ୍ଲୀ ପସଙ୍ଖାୟତ ଅନ୍ତର୍ଗତ ବାରା ଗ୍ରାମର ଗ୍ରାମବାସୀ କାଦୁଅ ରାସ୍ତାରେ ଧାନ ତଳି ରୋଇ ଅଭିନବ ଭାବେ ପ୍ରତିବାଦ କରିଛନ୍ତି। ଗ୍ରାମର ଗୁଣ୍ଡାଲଗୁଡା ସାହିକୁ ସଂଯୋଗ କରୁଥିବା ରାସ୍ତା ବର୍ଷା ଦିନେ ଅତ୍ୟନ୍ତ ଶୋଚନୀୟ ହୋଇପଡ଼ୁଛି। ଫଳରେ ଦୁଇଚକିଆ ଯାନ ଚଳାଚଳ ମଧ୍ୟ ସମ୍ଭବ ହେଉନାହିଁ। ଗୁରୁତର ରୋଗୀ ଓ ଗର୍ଭବତୀ ମହିଳାଙ୍କୁ ଖଟିଆରେ ବୋହି ଦୀର୍ଘ ଦୂରତା ଅତିକ୍ରମ କରି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ପହଂଚାଇବାକୁ ପଡ଼ୁଛି। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ସରପଂଚ, ସମିତି ସଭ୍ୟ, ପଂଚାୟତ କର୍ମଚାରୀ, ବିଡିଓ ଓ ଜିଲ୍ଲାପାଳଙ୍କ ଜନଶୁଣାଣିରେ ବାରମ୍ବାର ଦାବି ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନାହିଁ। ଏହାର ପ୍ରତିବାଦରେ ଗ୍ରାମବାସୀ ରାସ୍ତାରେ ଧାନ ତଳି ରୋଇ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି। ସମସ୍ୟାର ଶୀଘ୍ର ସମାଧାନ ନ ହେଲେ ୨୦୨୭ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ଭୋଟ ବର୍ଜନ କରିବାକୁ ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ଜିଲ୍ଲା ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରି ରାସ୍ତା ନିର୍ମାଣ ଦାବି ହୋଇଛି।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande