ବାଇକ ଫାଇନକୁ ନେଇ ଜନ ଅସନ୍ତୋଷ
ଗଞ୍ଜାମ, ୨୯ ଅଗଷ୍ଟ (ହି.ସ.)- ବାଇକ ଫାଇନକୁ ନେଇ ଗଞ୍ଜାମ ଜିଲ୍ଲାରେ ଅସନ୍ତୋଷ ଦେଖାଦେଇଛି। ସାଧାରଣତଃ ଗଞ୍ଜାମ ଜିଲ୍ଲାରେ ବାଇକ ଚାଳକ ଯଦି ହେଲମେଟ ନପିନ୍ଧି ବାଇକ ଚଳାଏ, ତାହା ହେଲେ ଟ୍ରାଫିକ ପୋଲିସ ତା'' ଠାରୁ ଫାଇନ ଆଦାୟ କରୁଥିଲା। କିନ୍ତୁ, ବାଇକ ଚାଳକ ହେଲମେଟ ପିନ୍ଧି ପଛରେ ବସିଥିବା ଲୋକ ଯଦି
Qwertt


ଗଞ୍ଜାମ, ୨୯ ଅଗଷ୍ଟ (ହି.ସ.)- ବାଇକ ଫାଇନକୁ ନେଇ ଗଞ୍ଜାମ ଜିଲ୍ଲାରେ ଅସନ୍ତୋଷ ଦେଖାଦେଇଛି। ସାଧାରଣତଃ ଗଞ୍ଜାମ ଜିଲ୍ଲାରେ ବାଇକ ଚାଳକ ଯଦି ହେଲମେଟ ନପିନ୍ଧି ବାଇକ ଚଳାଏ, ତାହା ହେଲେ ଟ୍ରାଫିକ ପୋଲିସ ତା' ଠାରୁ ଫାଇନ ଆଦାୟ କରୁଥିଲା। କିନ୍ତୁ, ବାଇକ ଚାଳକ ହେଲମେଟ ପିନ୍ଧି ପଛରେ ବସିଥିବା ଲୋକ ଯଦି ହେଲମେଟ ନପିନ୍ଧି ଥାଏ ତାହାହେଲେ କାର୍ଯାନୁଷ୍ଠାନ ହେଉନଥିଲା। ଏଣୁ ସାଧାରଣଙ୍କ ଧାରଣା ଯେ, ବାଇକ ପଛରେ ବସିଥିବା ଵ୍ଯକ୍ତିଙ୍କ ପାଇଁ ହେଲମେଟ ବାଧ୍ୟତାମୂଳକ । କିଛି ଦିନ ହେଲା ଵ୍ରହ୍ମପୁର ସହର ଓ ଏହାର ଆଖପାଖ ଅଞ୍ଚଳରେ ସିସି କ୍ୟାମେରା ଲଗାଯାଇଛି। ଏ ସମ୍ପର୍କରେ ପୁଲିସ ପକ୍ଷରୁ ବାଇକ ପଛରେ ଵସିଥିବା ଲୋକ ହେଲମେଟ ନପିନ୍ଧିଲେ ଫାଇନ ଦେବ ଵୋଲି ଜନସଚେତନତା ନକରି ହଜାର ହଜାର ଟଙ୍କା ଫାଇନ କରାଯାଉଥିବାରୁ ଵାଇକ ଚାଳକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ରାସ୍ତା ଘାଟରେ କୈ।ଣସି ଵ୍ୟକ୍ତି ଅସୁବିଧାର ସମ୍ମୁଖୀନ ହେଲେ ମଧ୍ୟ ବାଇକ ଚାଳକ ମାନେ ଲିଫ୍ଟ ଦେଉନାହାନ୍ତି।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande