ଖୋର୍ଦ୍ଧା ରୋଡ୍ ମଣ୍ଡଳର ୫ଟି ପ୍ରମୁଖ ଷ୍ଟେସନରେ ପାର୍ସଲ୍ ସ୍କାନର୍ ମେସିନ୍ ସ୍ଥାପନ
ଭୁବନେଶ୍ୱର,୨୯ ଅଗଷ୍ଟ (ହି.ସ.)- ପୂର୍ବତଟ ରେଳପଥର ଖୋର୍ଦ୍ଧା ରୋଡ୍ ମଣ୍ଡଳ ପକ୍ଷରୁ ପାଂଚଟି ପ୍ରମୁଖ ରେଳ ଷ୍ଟେସନ୍—ପୁରୀ, ଭୁବନେଶ୍ୱର, ଖୋର୍ଦ୍ଧା ରୋଡ୍, କଟକ ଓ ବ୍ରହ୍ମପୁରରେ ଆଧୁନିକ ପାର୍ସଲ୍ ସ୍କାନର୍ ମେସିନ୍ ସ୍ଥାପନ କରାଯାଇଛି। ପୂର୍ବତଟ ରେଳପଥର ପ୍ରଧାନ ମୁଖ୍ୟ ବାଣିଜ୍ୟ ପ୍ରବନ୍ଧକ ଶ୍ରୀମତୀ
tytyu


ଭୁବନେଶ୍ୱର,୨୯ ଅଗଷ୍ଟ (ହି.ସ.)- ପୂର୍ବତଟ ରେଳପଥର ଖୋର୍ଦ୍ଧା ରୋଡ୍ ମଣ୍ଡଳ ପକ୍ଷରୁ ପାଂଚଟି ପ୍ରମୁଖ ରେଳ ଷ୍ଟେସନ୍—ପୁରୀ, ଭୁବନେଶ୍ୱର, ଖୋର୍ଦ୍ଧା ରୋଡ୍, କଟକ ଓ ବ୍ରହ୍ମପୁରରେ ଆଧୁନିକ ପାର୍ସଲ୍ ସ୍କାନର୍ ମେସିନ୍ ସ୍ଥାପନ କରାଯାଇଛି।

ପୂର୍ବତଟ ରେଳପଥର ପ୍ରଧାନ ମୁଖ୍ୟ ବାଣିଜ୍ୟ ପ୍ରବନ୍ଧକ ଶ୍ରୀମତୀ ରୀତା ରାଜ, ଖୋର୍ଦ୍ଧା ରୋଡ୍ ମଣ୍ଡଳର ବରିଷ୍ଠ ମଣ୍ଡଳ ବାଣିଜ୍ୟ ପ୍ରବନ୍ଧକ ଅନିଲ କୁମାର ଏସ୍.ଙ୍କ ଉପସ୍ଥିତିରେ ଭୁବନେଶ୍ୱର ପାର୍ସଲ୍ କାର୍ଯ୍ୟାଳୟଠାରେ ଏହି ପାର୍ସଲ୍ ସ୍କାନର୍ ମେସିନ୍ର ଉଦ୍ଘାଟନ କରିଥିଲେ। ନୂତନ ଭାବେ ସ୍ଥାପିତ ଏହି ସ୍କାନର ଗୁଡ଼ିକ ପାର୍ସଲ୍ ର ସୂକ୍ଷ୍ମ ଯାଂଚ କରିବା ସହ ଦହନଶୀଳ ଓ ଅଗ୍ନି-ବିପଜ୍ଜନକ ସାମଗ୍ରୀ, ବାଣ, ବିସ୍ଫୋରକ, ବେଆଇନ ଦ୍ରବ୍ୟ ଏବଂ ଅନ୍ୟାନ୍ୟ ନିଷିଦ୍ଧ ସାମଗ୍ରୀ ଚିହ୍ନଟ କରିବାରେ ସହାୟକ ହେବ। ଏହା ରେଳ ପାର୍ସଲ୍ ପରିଚାଳନାରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବ।

ଏହି ୫ଟି ପ୍ରମୁଖ ଷ୍ଟେସନରେ ସ୍କାନିଂ ସୁବିଧାର ଆରମ୍ଭ ଟ୍ରେନ୍ ଯୋଗେ ବିପଜ୍ଜନକ ଓ ନିଷିଦ୍ଧ ସାମଗ୍ରୀର ପରିବହନ ରୋକିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହା ରେଳ କର୍ମଚାରୀମାନଙ୍କୁ ପାର୍ସଲ୍?ର ଅଧିକ ନିରାପଦ, ସୁରକ୍ଷିତ ଓ ଦକ୍ଷତାର ସହ ପରିଚାଳନା କରିବାରେ ସହାୟତା କରିବ।

ପାର୍ସଲ୍ ସ୍କାନର ର ଶୁଭାରମ୍ଭ ରେଳ ବାଣିଜ୍ୟିକ ପରିଚାଳନାରେ ଆଧୁନିକ ଜ୍ଞାନକୌଶଳର ପ୍ରୟୋଗ ଏବଂ ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରିବା ଦିଗରେ ଆଉ ଏକ ପ୍ରଶଂସନୀୟ ପଦକ୍ଷେପ। ଏହା ପ୍ରମୁଖ ଷ୍ଟେସନଗୁଡ଼ିକରେ ପାର୍ସଲ୍ ର ଅଧିକ ଦକ୍ଷ, ନିରାପଦ ଓ ସୁରକ୍ଷିତ ଯାଂଚ ଏବଂ ପରିଚାଳନାରେ ବିଶେଷ ଯୋଗଦାନ କରିବ। ଏହି ପଦକ୍ଷେପ ରେଳ ପାର୍ସଲ୍ ବ୍ୟବସ୍ଥାର ସୁରକ୍ଷା ଢାଂଚାକୁ ସୁଦୃଢ଼ କରିବା ସହ ଯାତ୍ରୀମାନଙ୍କ ନିରାପତାକୁ ଆହୁରି ବୃଦ୍ଧି କରିବ। ରେଳ ନେଟୱାର୍କ ମାଧ୍ୟମରେ ବିପଜ୍ଜନକ ଓ ନିଷିଦ୍ଧ ସାମଗ୍ରୀର ପରିବହନକୁ ରୋକିବା ଦ୍ୱାରା ଯାତ୍ରୀମାନଙ୍କ ପାଇଁ ଏକ ଅଧିକ ନିରାପଦ ଓ ଭୟମୁକ୍ତ ଯାତ୍ରା ପରିବେଶ ସୃଷ୍ଟି କରାଯାଇପାରିବ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande