ଛାତ୍ର କଂଗ୍ରେସ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ
ଭୁବନେଶ୍ୱର,୨୯ ଅଗଷ୍ଟ (ହି.ସ.)- ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ବିଭୁତି ଭୂଷଣ ମହାପାତ୍ର ପ୍ରଦେଶ ଛାତ୍ର କଂଗ୍ରେସର ଏକ ସ୍ୱତନ୍ତ୍ର ବୈଠକ କରିବା ପରେ ଏକ ସାମ୍ବାଦିକ ସମ୍ମିଳନୀରେ ଛାତ୍ର କଂଗ୍ରେସ ଆଗାମୀ କାର୍ଯ୍ୟ ଖସଡା ସଂପର୍କରେ ସୂଚନା ଦେଇଥିଲେ। ଜିଲ୍ଲାଗସ୍ତ, ବିଶ୍ୱବିଦ୍ୟାଳୟ ଓ ମହାବିଦ
cong


ଭୁବନେଶ୍ୱର,୨୯ ଅଗଷ୍ଟ (ହି.ସ.)- ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ବିଭୁତି ଭୂଷଣ ମହାପାତ୍ର ପ୍ରଦେଶ ଛାତ୍ର କଂଗ୍ରେସର ଏକ ସ୍ୱତନ୍ତ୍ର ବୈଠକ କରିବା ପରେ ଏକ ସାମ୍ବାଦିକ ସମ୍ମିଳନୀରେ ଛାତ୍ର କଂଗ୍ରେସ ଆଗାମୀ କାର୍ଯ୍ୟ ଖସଡା ସଂପର୍କରେ ସୂଚନା ଦେଇଥିଲେ।

ଜିଲ୍ଲାଗସ୍ତ, ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ଗସ୍ତ ତଥା କ୍ୟାମ୍ପସ କମିଟି ଗଠନ ଉପରେ ଛାତ୍ର କଂଗ୍ରେସ ସ୍ୱତନ୍ତ୍ର ଭାବେ ଗୁରୁତ୍ୱ ଦେବ। ଦୀର୍ଘ ୯ ବର୍ଷ ଧରି ବର୍ଷ ଧରି ବନ୍ଦ ରହିଥିବା ଛାତ୍ର ସଂସଦ ନିର୍ବାଚନ କରିବା ପାଇଁ ପ୍ରତି ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ନେଇ ଆନ୍ଦୋଳନ ହେବ ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଥିଲେ। ବିଶେଷ କରି ଓଡ଼ିଶାର ଅଧିକାର ଓ ସ୍ୱାର୍ଥକୁ ଅପହରଣ କରିବା ପାଇଁ ଉଦ୍ଦିଷ୍ଟ ଏମ୍ଏମ୍ଡିଆର ଆଟ -୨୦୨୬ ବିରୁଦ୍ଧରେ ଛାତ୍ର ଜାଗରଣ କରିବା ପାଇଁ ମଧ୍ୟ ପ୍ରଦେଶ ଛାତ୍ର କଂଗ୍ରେସ ସ୍ୱତନ୍ତ୍ର ପଦକ୍ଷେପ ନେବ।

ଅନ୍ୟପକ୍ଷରେ ନିଶାମୁକ୍ତ କ୍ୟାମ୍ପସ, ହିଂସାମୁକ୍ତ କ୍ୟାମ୍ପସ, କ୍ୟାମ୍ପସରେ ଛାତ୍ରୀଙ୍କୁ ସୁରକ୍ଷା, ସଂପୂର୍ଣ୍ଣ ର୍ୟାଗିଙ୍ଗ ବନ୍ଦ ପାଇଁ ପଦକ୍ଷେପ, ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟରେ ନିର୍ମାଣ କାର୍ଯ୍ୟରେ ଦୁର୍ନୀତିକୁ ବିରୋଧ, ଖାଲି ପଡିଥିବା ଅଧ୍ୟାପକ ଏବଂ ଅନ୍ୟାନ ପଦବୀ ପୁରଣ, ଭିତିଭୂମିର ବିକାଶ ପାଇଁ ଛାତ୍ର କଂଗ୍ରେସ ଦାବୀ ରଖିବ ଏବଂ ଦାବୀ ହାସଲ ପାଇଁ ସଂଗ୍ରାମ କରିବ ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଥିଲେ।

ଆକାଶଛୁଆଁ ଦରଦାମ ବୃଦ୍ଧି, ବିଶେଷକରି ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସର ଦରଦାମ ଅନିୟନ୍ତ୍ରିତ ହୋଇଥିବାବେଳେ ଏବଂ ବେକାରୀ, ଗରିବୀ ପ୍ରଭୃତି ବଢ଼ିଚାଲିଥିବାବେଳେ ଦେଶର ଆର୍ଥିକ ଅବସ୍ଥାକୁ ବିପଦଗ୍ରସ୍ତ କରିବା ପାଇଁ ମୋଦୀ ସରକାର ତାଙ୍କର ପ୍ରିୟ ଶିଳ୍ପପତି, ପୁଞ୍ଜିପତି, ବ୍ୟବସାୟୀ ମାନଙ୍କୁ ଯେଉଁ ବ୍ୟାପକ ଋଣ ଛାଡ ଦେଉଛନ୍ତି ତାହା ବିରୁଦ୍ଧରେ ମଧ୍ୟ ଆନ୍ଦୋଳନ ହେବ।

ଏହି କାର୍ଯ୍ୟକ୍ରମରେ ସାହାରୁଖ୍ ଖାଁ, ଦିବ୍ୟରଞ୍ଜନ ରାଉତ, ପ୍ରଦ୍ୟୁମ୍ ସାହୁ, ଜଗଦିଶ ରାଉତ, ଭକ୍ତ ନାୟକ, ଶୁଭମ୍ରାଜ, ଶିବରଞ୍ଜନ ସାହୁ, ସାଇଲକ୍ଷ୍ମୀ ପ୍ରସାଦ ପଲେଇ, ମହେଶ ଗୌଉଡ, ସୁଶିଲ ବିଶ୍ୱାଳ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande