ଆକାଶରୁ ଖସିଲା ଅଜଣା ବସ୍ତୁ
ସୁନ୍ଦରଗଡ଼, ୩୦ ଅଗଷ୍ଟ (ହି.ସ.)- ସୁନ୍ଦରଗଡ଼ରେ ଆକାଶରୁ ଖସିଲା ରହସ୍ୟମୟ ବସ୍ତୁ । ଏଥିରେ ବିଦେଶୀ ଭାଷାରେ ଲେଖାଅଛି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । କିଞ୍ଜିରିକେଲା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ନିକଟରେ ଏହି ଘଟଣା ଘଟିଛି । ଗତକାଲି ବିଳମ୍ବିତ ରାତିରେ ସୁନ୍ଦରଗଡ଼ ଜିଲ
ଆକାଶରୁ ଖସିଲା ଅଜଣା ବସ୍ତୁ


ସୁନ୍ଦରଗଡ଼, ୩୦ ଅଗଷ୍ଟ (ହି.ସ.)- ସୁନ୍ଦରଗଡ଼ରେ ଆକାଶରୁ ଖସିଲା ରହସ୍ୟମୟ ବସ୍ତୁ । ଏଥିରେ ବିଦେଶୀ ଭାଷାରେ ଲେଖାଅଛି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । କିଞ୍ଜିରିକେଲା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ନିକଟରେ ଏହି ଘଟଣା ଘଟିଛି ।

ଗତକାଲି ବିଳମ୍ବିତ ରାତିରେ ସୁନ୍ଦରଗଡ଼ ଜିଲ୍ଲା କିଞ୍ଜିରିକେଲା ସ୍ଥିତ କିଞ୍ଜିରିକେଲା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଏକ ଅଜଣା ବସ୍ତୁ ପାରାଚ୍ୟୁଟ୍ ଯୋଗେ ଆସି ଖସି ପଡିଥିଲା । ଉକ୍ତ ବସ୍ତୁଟିରେ ଚାଇନିଜ୍ ଭାଷାରେ କିଛି ଲେଖାଥିବା ଦେଖିବାକୁ ମିଳିଛି, କିନ୍ତୁ ଏହି ଅଂଚଳକୁ ଏହାର ଆଗମନ ପଛର କାରଣ ଅସ୍ପଷ୍ଟ ରହିଛି । ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ଏହି ଅଜ୍ଞାତ ବସ୍ତୁଟି କେଉଁଠୁ ଆସିଲା ଏବଂ ଏହାର ଉଦ୍ଦେଶ୍ୟ କ’ଣ ଥିଲା ସେନେଇ ଅଧିକାରୀମାନେ ଯାଂଚ୍ କରୁଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande