ମନ୍ କି ବାତ୍ରେ ଓଡ଼ିଶାର ମୈଥିଲି ଭୁଏଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ, ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ଓ ଅନ୍ୟମାନେ
ଭୁବନେଶ୍ୱର, 30 ଅଗଷ୍ଟ (ହି.ସ) – ଆଜି ୧୩୭ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଓଡ଼ିଶାର ମୈଥିଲି ଭୁଏଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୈଥିଲି ଡେବ୍ରିଗଡ଼ରେ କେନ୍ଦୁପତ୍ର ଓ ମହୁ ସଂଗ୍ରହ ସହ ଜଙ୍ଗଲ ସଂରକ୍ଷଣ କରୁଛନ୍ତି । ମୈଥିଲିଙ୍କର ଏହି
ମନ୍ କି ବାତ୍ରେ ଓଡ଼ିଶାର ମୈଥିଲି ଭୁଏଙ୍କୁ ପ୍ରଶଂସା କଲେ     ପ୍ରଧାନମନ୍ତ୍ରୀ, ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ଓ ଅନ୍ୟମାନେ


ଭୁବନେଶ୍ୱର, 30 ଅଗଷ୍ଟ (ହି.ସ) –

ଆଜି ୧୩୭ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଓଡ଼ିଶାର ମୈଥିଲି ଭୁଏଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ

ନରେନ୍ଦ୍ର ମୋଦି । ମୈଥିଲି ଡେବ୍ରିଗଡ଼ରେ କେନ୍ଦୁପତ୍ର ଓ ମହୁ ସଂଗ୍ରହ ସହ ଜଙ୍ଗଲ ସଂରକ୍ଷଣ

କରୁଛନ୍ତି । ମୈଥିଲିଙ୍କର ଏହି କାର୍ଯ୍ୟରେ ଏବେ ପ୍ରାୟ ୬୦ ମହିଳା ସାମିଲ ହୋଇଛନ୍ତି ।

ମନ୍ କୀ ବାତରେ ପୁଣି ଥରେ ଓଡ଼ିଶା କଥା ଉଠାଇଥିବାରୁ ପିଏମ ମୋଦିଙ୍କୁ

ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସୋସିଆଲ ମିଡିଆ ଏକ୍ସରେ ଏକ

ବାର୍ତ୍ତା ଜାରି କରି ସେ କହିଛନ୍ତି ଯେ, ବରଗଡ଼ ଜିଲ୍ଲା ଦେବ୍ରିଗଡ଼ର ମୈଥିଳି ଭୁଏଙ୍କ ଅସାଧାରଣ

ପ୍ରଚେଷ୍ଟା ଆଜି ସମଗ୍ର ଓଡ଼ିଶା ପାଇଁ ଏକ ଅପୂର୍ବ ଗୌରବର ମୁହୂର୍ତ୍ତ। 'ମନ୍ କି ବାତ୍' କାର୍ଯ୍ୟକ୍ରମରେ

ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀ ଆମ ନାରୀଶକ୍ତିର ଏହି ନିଷ୍ଠା ଓ ସଂକଳ୍ପକୁ

ରାଷ୍ଟ୍ରୀୟ ସ୍ତରରେ ସମ୍ମାନିତ କରିଥିବାରୁ ମୁଁ ପ୍ରଧାନମନ୍ତ୍ରୀଙ୍କୁ ଅଶେଷ ଧନ୍ୟବାଦ ଜଣାଉଛି।

ମୈଥିଳି ଭୁଏ ନିଜେ ଇକୋ-ଟୁରିଜମ୍ ସହ ଯୋଡ଼ିହେବା ସହ ଅଞ୍ଚଳର ୬୦ରୁ

ଅଧିକ ମହିଳାଙ୍କୁ ଜଙ୍ଗଲ ଓ ବନ୍ୟପ୍ରାଣୀ ସଂରକ୍ଷଣରେ ସାମିଲ କରି ସ୍ୱାବଲମ୍ବୀ କରିପାରିଛନ୍ତି।

ପ୍ରକୃତି ସଂରକ୍ଷଣ ସହ ଜୀବିକା ରୋଜଗାରର ଏହି ମଡେଲ୍ ଆମ ଓଡ଼ିଶାର ନାରୀଶକ୍ତିର ଦୃଢ଼ ସଂକଳ୍ପକୁ

ପ୍ରତିଫଳିତ କରୁଛି। ଓଡ଼ିଆ ଅସ୍ମିତା, ପରିବେଶ ସଂରକ୍ଷଣ ଓ ନାରୀ ସଶକ୍ତୀକରଣର ଏହି ପ୍ରେରଣାଦାୟୀ ଅବଦାନ

ପାଇଁ ମୈଥିଳି ଓ ତାଙ୍କର ସମସ୍ତ ସହଯୋଗୀ ମା'ମାନଙ୍କୁ ଆନ୍ତରିକ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ।

ସେହିପରି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା କହିଛନ୍ତି ଯେ, ଓଡ଼ିଶାର

ଦେବ୍ରୀଗଡ଼ର ମୈଥିଲିଙ୍କ ପ୍ରେରଣାଦାୟୀ କାହାଣୀ ବିଷୟରେ ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର

ମୋଦିଜୀ ମନ୍ କୀ ବାତ୍ କାର୍ଯ୍ୟକ୍ରମରେ ଉଲ୍ଲେଖ କରିଥିବାରୁ ଅଶେଷ ଧନ୍ୟବାଦ । ଇକୋ-ଟୁରିଜିମ

ସହିତ ଯୋଡ଼ିହେବା ସହ ମହିଳା ସଶକ୍ତିକରଣ ଏବଂ ଜଙ୍ଗଲ ସୁରକ୍ଷା କ୍ଷେତ୍ରରେ ସେ ସମଗ୍ର ଦେଶ ପାଇଁ

ଉଦାହରଣ ।

ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ

ଶ୍ରୀ ନରେନ୍ଦ୍ର ମୋଦିଜୀ, ୧୩୭ତମ ମନ୍ କି

ବାତ୍ କାର୍ଯ୍ୟକ୍ରମରେ ଓଡ଼ିଶାର ଡେବ୍ରିଗଡ଼ ଅଞ୍ଚଳର ମୈଥିଲୀ ଭୁଏଙ୍କ ପ୍ରୟାସକୁ ପ୍ରଶଂସା

କରିଛନ୍ତି। ଜଙ୍ଗଲଜାତ ଦ୍ରବ୍ୟର ସଠିକ୍ ବ୍ୟବହାର ଏବଂ ଇକୋଟୁରିଜିମ୍ର ଅଂଶ ହେବାର ତାଙ୍କର

ପ୍ରେରଣାଦାୟୀ ଯାତ୍ରା ଅନେକ ମହିଳାଙ୍କୁ ଜଙ୍ଗଲ ସଂରକ୍ଷଣ ଦିଗରେ ଆଗେଇ ଆସିବାକୁ ପ୍ରେରିତ

କରିଛି।

ସାଂସଦ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ,ଓଡ଼ିଶାର ଦେବ୍ରିଗଡ଼ର ମୈଥିଲୀ ଭୁଏ ନାରୀଶକ୍ତି ଓ ପ୍ରକୃତି ସଂରକ୍ଷଣର ଅଦ୍ଭୁତ ସମନ୍ୱୟର

ଏକ ଉତ୍କୃଷ୍ଟ ଉଦାହରଣ। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀ ‘ମନ୍ କି ବାତ୍’ରେ ତାଙ୍କର

ପ୍ରଶଂସନୀୟ ପ୍ରୟାସ ବିଷୟରେ ଉଲ୍ଲେଖ କରିଥିଲେ। ମୈଥିଲୀଙ୍କ ପଦକ୍ଷେପରୁ ପ୍ରେରଣା ପାଇ ଆଜି

୬୦ରୁ ଅଧିକ ମହିଳା ବନ୍ୟଜନ୍ତୁ ସଂରକ୍ଷଣ, ତୃଣଭୂମି ବିକାଶ ଏବଂ ପରିବେଶ ପର୍ଯ୍ୟଟନ ସହ ଜଡ଼ିତ ହୋଇ ପ୍ରକୃତିର

ସେବା କରୁଛନ୍ତି। ମୈଥିଲୀଙ୍କ ନିଷ୍ଠା ସେହି ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଏକ ଆଦର୍ଶ, ଯିଏ ସମାଜର ପ୍ରଗତି

ସହିତ ପ୍ରକୃତିର ସୁରକ୍ଷା ପାଇଁ ସଂକଳ୍ପବଦ୍ଧ। ମୈଥିଲୀ ଏବଂ ଦେବ୍ରିଗଡ଼ର ଏହି ସମର୍ପିତ

ଭଉଣୀମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande