
ଭୁବନେଶ୍ୱର, 30 ଅଗଷ୍ଟ (ହି.ସ.)- ଭୁବନେଶ୍ୱର ଗୋଠାପାଟନା ମୌଜାରେ ଖୁବଶୀଘ୍ର ଇଣ୍ଟିଗ୍ରେଟେଡବିଶ୍ବସ୍ତରୀୟ ସ୍ପୋର୍ଟସ କମ୍ପ୍ଲେକ୍ସ ଷ୍ଟାଡିୟମ୍ ନିର୍ମାଣ ହେବ । ଏନେଇ କ୍ରୀଡା ମନ୍ତ୍ରୀ
ସୂର୍ଯ୍ୟବଂଶୀ ସୁରଜ୍ ସୂଚନା ଦେଇଛନ୍ତି । ଏଥିପାଇଁ ଜମି ଅଧି ଗ୍ରହଣ କାମ ଆଗେଇ ଚାଲିଛି।
ଷ୍ଟାଡିୟମ୍ ପାଇ ଜମି ଚିହ୍ନଟ ସରିଛି। କ୍ରୀଡା ବିଭାଗ ନାଁରେ ଜମି
ରେକର୍ଡ ପ୍ରକ୍ରିୟା ଚାଲିଛି। ଖୁବଶୀଘ୍ର ଭିତ୍ତିପ୍ରସ୍ତର ସ୍ଥାପନା କରାଯିବ। ଡିପିଆର ସରିଛି । ବର୍ଷା
ପରେ ଟେଣ୍ଡର କାମ ଶେଷ ହୋଇ ବିଶ୍ଵ ସ୍ତରୀୟ ଷ୍ଟାଡିୟମ୍ କାର୍ଯ୍ୟ କାର୍ଯ୍ୟ ଆରମ୍ଭ ହେବ।
ରାଜ୍ୟରେ ୩୧୪ ବ୍ଲକରେ କ୍ରୀଡା ଭିତ୍ତିଭୂମି କାର୍ଯ୍ୟ ଆଗେଇ ଚାଲିଛି।
୪୧୨୪ କୋଟି ବ୍ୟୟରେ ବ୍ଲକସ୍ତରୀୟ କ୍ରୀଡା କମ୍ପ୍ଲେକ୍ସ ନିର୍ମାଣ କାର୍ଯ୍ୟ ହାତକୁ ନେଇଛି
କ୍ରୀଡା ବିଭାଗ। ଏହା ମଧ୍ୟରୁ ୧୮୯ ଟି ସ୍ଥାନରେ କାର୍ଯ୍ୟ ପାଇ ଅନୁମତି ମିଳିସାରିଛି ବୋଲି
ମନ୍ତ୍ରୀ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା