
ମୁମ୍ବାଇ, ୦୮ ଅଗଷ୍ଟ, (ହି.ସ.) - କେନ୍ଦ୍ରୀୟ ଗୃହ ଓ ସହକାରିତା ମନ୍ତ୍ରୀ ଅମିତ ଶାହ ଶନିବାର ଏଠାରେ ଫୋର୍ଟ ଅଂଚଳରେ ନ୍ୟାସନାଲ ଅର୍ବାନ କୋଅପରେଟିଭ ଫାଇନାନ୍ସ ଆଣ୍ଡ ଡେଭଲପମେଂଟ କର୍ପୋରେସନ (ଏନୟୁସିଏଫ୍ ଡିସି)ର ନୂତନ ମୁଖ୍ୟାଳୟର ଉଦ୍ଘାଟନ କରିଛନ୍ତି। ଏହା ସହିତ ସେ କହିଛନ୍ତି ଯେ ଏନୟୁସିଏଫ୍ ଡିସି ର ମୁଖ୍ୟାଳୟକୁ ଦିଲ୍ଲୀରୁ ମୁମ୍ବାଇକୁ ସ୍ଥାନାନ୍ତର କରାଯାଇଛି। ଅମିତ ଶାହ ବିଏସଇ ଇଂଟରନ୍ୟାସନାଲ କନଭେନସନ ସେଂଟରରେ ଏନୟୁସିଏଫ୍ ଡିସି କନଭେନସନକୁ ସମ୍ବୋଧିତ କରି କହିଛନ୍ତି ଯେ ମହାରାଷ୍ଟ୍ରରେ ଦେଶର ସର୍ବାଧିକ ସହରୀ ସମବାୟ ବ୍ୟାଙ୍କ ରହିଛି ଏବଂ ଏଠାରେ ଦେଶର ସବୁଠାରୁ ପୁରୁଣା ସହକାରୀ ଆନ୍ଦୋଳନ ମଧ୍ୟରୁ ଗୋଟିଏ ରହିଛି। ମହାରାଷ୍ଟ୍ରରେ ବର୍ତମାନ ୪୪୯ଟି ସମବାୟ ବ୍ୟାଙ୍କ ରହିଛି। ମହାରାଷ୍ଟ୍ର, ଗୁଜରାଟ, ଗୋଆ ଏବଂ କର୍ଣ୍ଣାଟକ ମିଶି ଦେଶର ପ୍ରାୟ ୭୦ ପ୍ରତିଶତ ସମବାୟ ବ୍ୟାଙ୍କର ପ୍ରତିନିଧିତ୍ୱ କରନ୍ତି। ଏହାକୁ ଦୃଷ୍ଟିରେ ରଖି ଏନ୍ୟୁସିଏଫ୍ଡିସିର ମୁଖ୍ୟାଳୟକୁ ମୁମ୍ବାଇକୁ ସ୍ଥାନାନ୍ତର କରିବାର ନିଷ୍ପତି ନିଆଯାଇଛି।ଶାହ ଏହା ପୂର୍ବରୁ ଏନୟୁସିଏଫ୍ ଡିସିିର ସାଇବର ସିକ୍ୟୁରିଟି ଅପରେସନ ସେଂଟରର ମଧ୍ୟ ଉଦ୍ଘାଟନ କରିଥିଲେ। ଏନ୍ୟୁସିଏଫ୍ଡିସି ଦେଶର ସହରୀ ସମବାୟ ବ୍ୟାଙ୍କଗୁଡ଼ିକ (ୟୁସିବିଏସ)ର ପ୍ରମୁଖ ଆମ୍ବ୍ରେଲା ସଂଗଠନ, ଯାହାର ଗଠନ ମାର୍ଚ୍ଚ ୨୦୨୪ରେ କରାଯାଇଥିଲା। ଏହାର ଉଦ୍ଦେଶ୍ୟ ସହକାରୀ ବ୍ୟାଙ୍କିଂ କ୍ଷେତ୍ରର ପରିଚାଳନା କ୍ଷମତାକୁ ସୁଦୃଢ଼ କରିବା, ବୈଷୟିକ ଉନ୍ନତି ଏବଂ ଡିଜିଟାଲ ପରିବର୍ତନକୁ ପ୍ରୋତ୍ସାହନ ଦେବା।ସେ କହିଛନ୍ତି ଯେ ଏନ୍ୟୁସିଏଫ୍ଡିସି ସମବାୟ ବ୍ୟାଙ୍କଗୁଡ଼ିକୁ ନୂତନ ବ୍ୟାଙ୍କିଂ ସଂସ୍କାର ସମ୍ପର୍କରେ ସୂଚନା ଦେବା ସହ କର୍ମଚାରୀମାନଙ୍କୁ ପ୍ରଶିକ୍ଷଣ ମଧ୍ୟ ଯୋଗାଇବ। ମ୍ୟୁଲ୍ ହଂଟର ଭଳି ପ୍ରଯୁକ୍ତି ମାଧ୍ୟମରେ ସନ୍ଦେହଜନକ ବ୍ୟାଙ୍କ ଖାତା ଚିହ୍ନଟ କରିବାରେ ମଧ୍ୟ ସହାୟତା ମିଳିବ। ସହକାରୀ ବ୍ୟାଙ୍କିଂ କ୍ଷେତ୍ରକୁ ଗ୍ରାହକ ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କର ଭରସା ହାସଲ କରିବା ପାଇଁ ପାରଦର୍ଶିତା ଏବଂ ବିଶ୍ୱସନୀୟତା ବଢ଼ାଇବାକୁ ପଡ଼ିବ।ଶାହ କହିଛନ୍ତି ଯେ ଏନୟୁସିଏଫ୍ ଡିସି ସହରୀ ସମବାୟ ବ୍ୟାଙ୍କଗୁଡ଼ିକୁ ବଡ଼ ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକ ସହ ପ୍ରତିଯୋଗିତା କରିବାରେ ସକ୍ଷମ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ। ଏହାର ଉଦ୍ଦେଶ୍ୟ ସହରୀ ସମବାୟ ବ୍ୟାଙ୍କିଂ ସେବାକୁ ଆଧୁନିକ, ପାରଦର୍ଶୀ ଏବଂ ଅଧିକ ବିଶ୍ୱସନୀୟ କରିବା।ଏହି ଅବସରରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡଣବୀସ ଏବଂ ଉପମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଉପସ୍ଥିତିରେ ନ୍ୟାସନାଲ ଫୋରେନସିକ ସାଇନ୍େସସ ୟୁନିଭର୍ସିଟି ମଧ୍ୟରେ ଏକ ବୁଝାମଣାପତ୍ରରେ ସ୍ୱାକ୍ଷର କରାଯାଇଥିଲା। ଏହାର ଉଦ୍ଦେଶ୍ୟ ସହରୀ ସମବାୟ ବ୍ୟାଙ୍କିଂ କ୍ଷେତ୍ରର ସାଇବର ସୁରକ୍ଷା, ବୈଷୟିକ କ୍ଷମତା ଏବଂ ପ୍ରତିଷ୍ଠାନଗତ କ୍ଷମତାକୁ ସୁଦୃଢ଼ କରିବା। ଶାହ କହିଛନ୍ତି ଯେ ଏହି ବୁଝାମଣା ଦ୍ୱାରା ଗୋଟିଏ ଶାଖା ଥିବା ଛୋଟ ସହରୀ ସମବାୟ ବ୍ୟାଙ୍କଗୁଡ଼ିକ ମଧ୍ୟ ବଡ଼ ଅତିରିକ୍ତ ଖର୍ଚ୍ଚ ବିନା ଆଧୁନିକ ସାଇବର ସୁରକ୍ଷା ଏବଂ ଡିଜିଟାଲ ଫୋରେନସିକ ସେବାର ଲାଭ ଉଠାଇପାରିବେ। ଡିଜିଟାଲ କାରବାର ବଢ଼ିବା ସହ ସହକାରୀ ବ୍ୟାଙ୍କିଂ କ୍ଷେତ୍ର ସାଇବର ଠକେଇ ପ୍ରତି ଅଧିକ ସମ୍ବେଦନଶୀଳ ହୋଇଛି। ଏପରି ସ୍ଥିତିରେ ଫୋରେନସିକ ବିଜ୍ଞାନର ସହାୟତାରେ ଅନଲାଇନ ବ୍ୟାଙ୍କିଂକୁ ସୁରକ୍ଷିତ କରିବା ଆବଶ୍ୟକ।
---------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ