୮ କିଲୋଗ୍ରାମ କଇଁଛ ମାଂସ ଜବତ , ୨ ଗିରଫ
ମାଲକାନଗିରି , ୧ ସେପ୍ଟେମ୍ବର (ହି.ସ.) -ମାଲକାନଗିରି ବନ ବିଭାଗ ପ୍ରାୟ ୮ କିଲୋଗ୍ରାମ କଇଁଛ ମାଂସ ଜବତ କରିବାସହ ଦୁଇ ବନ୍ୟପ୍ରାଣୀ ଚାଲାଣକାରୀଙ୍କୁ ଗିରଫ କରିଛି! ଅବୈଧ ବନ୍ୟପ୍ରାଣୀ ପରିବହନ ସମ୍ପର୍କରେ ନିର୍ଭରଯୋଗ୍ୟ ସୂଚନା ପାଇ ମୋଟୁ ରେଞ୍ଜର ଅଧିକାରୀମାନେ ଗତକାଲି ଅପରାହ୍ନ ରେ ମୋଟୁର କୋଣ୍ଟା
୮ କିଲୋଗ୍ରାମ କଇଁଛ ମାଂସ ଜବତ   ୨ ଗିରଫ


ମାଲକାନଗିରି , ୧ ସେପ୍ଟେମ୍ବର (ହି.ସ.) -ମାଲକାନଗିରି ବନ ବିଭାଗ ପ୍ରାୟ ୮ କିଲୋଗ୍ରାମ କଇଁଛ ମାଂସ ଜବତ କରିବାସହ ଦୁଇ ବନ୍ୟପ୍ରାଣୀ ଚାଲାଣକାରୀଙ୍କୁ ଗିରଫ କରିଛି! ଅବୈଧ ବନ୍ୟପ୍ରାଣୀ ପରିବହନ ସମ୍ପର୍କରେ ନିର୍ଭରଯୋଗ୍ୟ ସୂଚନା ପାଇ ମୋଟୁ ରେଞ୍ଜର ଅଧିକାରୀମାନେ ଗତକାଲି ଅପରାହ୍ନ ରେ ମୋଟୁର କୋଣ୍ଟା ବ୍ରିଜ୍ ନିକଟରେ କଇଁଛ ମାଂସ ଚାଲାଣ ହେଉଥିବା ଚିହ୍ନଟ କରିଥିଲେ। ଅଭିଯୁକ୍ତମାନଙ୍କୁ ସୁକାମା ଜିଲ୍ଲାର ୱାର୍ଡ ୯୫ରୁ ଗିରଫ କରାଯାଇଥିଲା। ଦୁଇ ଅଭିଯୁକ୍ତଙ୍କଠାରୁ ପ୍ରାୟ ୮କିଲୋଗ୍ରାମ ନରମ କଇଁଛ ମାଂସ ଜବତ କରାଯାଇ ଅଟକ ରଖାଯାଇଛି। ବନ୍ୟପ୍ରାଣୀ ସୁରକ୍ଷା ଆଇନ, ୧୯୭୨ ଅନୁଯାୟୀ ମୋଟୁ ରେଞ୍ଜର ଓଆର୨୯,୨୬/୨୭ ରେ ବନ୍ୟପ୍ରାଣୀଙ୍କ ଅବୈଧ ଦଖଲ ଏବଂ ପରିବହନ ପାଇଁ ଏକ ଜଙ୍ଗଲ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଚାଲିଛି।

---------------

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande