ଗୋଆ-ଦିଲ୍ଲୀ ଇଣ୍ଡିଗୋ ଫ୍ଲାଇଟ୍ରେ ତ୍ରୁଟି, ଜରୁରୀ ପରିସ୍ଥିତିରେ ବିମାନର ସୁରକ୍ଷିତ ଅବତରଣ
ପଣଜୀ, ୦୧ ସେପ୍େଟମ୍ବର (ହି.ସ.)- ଗୋଆରୁ ଦିଲ୍ଲୀ ଯାଉଥିବା ଇଣ୍ଡିଗୋର ଉଡ଼ାଣ ୬-ଇ ୨୧୦୨ର ଏକ ଇଞ୍ଜିନରେ ବୈଷୟିକ ତ୍ରୁଟି ଦେଖାଦେବା ପରେ ବିମାନରେ ଜରୁରୀ ପରିସ୍ଥିତି ଘୋଷଣା କରାଯାଇଥିଲା। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ପାଇଲଟମାନେ ବିମାନକୁ ପୁଣି ଗୋଆ ଆଡ଼କୁ ମୋଡ଼ି ଦେଇଥିଲେ। ବିମାନର ମନୋହର ଅନ୍ତ
ଗୋଆ-ଦିଲ୍ଲୀ ଇଣ୍ଡିଗୋ ଫ୍ଲାଇଟ୍ରେ ତ୍ରୁଟି, ଜରୁରୀ ପରିସ୍ଥିତିରେ ବିମାନର ସୁରକ୍ଷିତ ଅବତରଣ


ପଣଜୀ, ୦୧ ସେପ୍େଟମ୍ବର (ହି.ସ.)- ଗୋଆରୁ ଦିଲ୍ଲୀ ଯାଉଥିବା ଇଣ୍ଡିଗୋର ଉଡ଼ାଣ ୬-ଇ ୨୧୦୨ର ଏକ ଇଞ୍ଜିନରେ ବୈଷୟିକ ତ୍ରୁଟି ଦେଖାଦେବା ପରେ ବିମାନରେ ଜରୁରୀ ପରିସ୍ଥିତି ଘୋଷଣା କରାଯାଇଥିଲା। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ପାଇଲଟମାନେ ବିମାନକୁ ପୁଣି ଗୋଆ ଆଡ଼କୁ ମୋଡ଼ି ଦେଇଥିଲେ। ବିମାନର ମନୋହର ଅନ୍ତର୍ଜାତୀୟ ବିମାନବନ୍ଦରରେ ସୁରକ୍ଷିତ ଅବତରଣ କରାଯାଇଥିଲା। ଘଟଣାରେ କୌଣସି ଯାତ୍ରୀଙ୍କ ମୃତାହତ ହେବାର ସୂଚନା ନାହିଁ।

ଇଣ୍ଡିଗୋର ପ୍ରବକ୍ତାଙ୍କ ଅନୁସାରେ, ଇଣ୍ଡିଗୋର ଉଡ଼ାଣ ୬-ଇ ୨୧୦୨ ମଙ୍ଗଳବାର ସକାଳ ୯.୧୬ଟାରେ ଗୋଆରୁ ଦିଲ୍ଲୀ ପାଇଁ ଉଡ଼ାଣ ଭରିଥିଲା। ଉଡ଼ାଣ ଭରିବାର କିଛି ସମୟ ପରେ ବିମାନର ଏକ ଇଞ୍ଜିନରେ ବୈଷୟିକ ତ୍ରୁଟି ଚିହ୍ନଟ ହୋଇଥିଲା। ଏହାପରେ ପାଇଲଟମାନେ ମାନକ ପରିଚାଳନା ପ୍ରକ୍ରିୟା (ଏସ୍ଓପି) ଅନୁସରଣ କରି ସମ୍ପୃକ୍ତ ଅଧିକାରୀମାନଙ୍କୁ ସୂଚିତ କରିଥିଲେ ଏବଂ ବିମାନକୁ ପୁଣି ଗୋଆ ଆଡ଼କୁ ମୋଡ଼ି ଦେଇଥିଲେ।

ପରିସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଏୟାର ଟ୍ରାଫିକ୍ କଂଟ୍ରେ।।ଲ୍ (ଏଟିସି) ସକାଳ ୯.୩୦ଟାରେ ପୂର୍ଣ୍ଣ ଜରୁରୀ ପରିସ୍ଥିତି (ଫୁଲ୍ ଇମର୍ଜେନ୍ସି) ଘୋଷଣା କରିଥିଲା।

ବିମାନଟି ପ୍ରାୟ ୧୪ ହଜାର ଫୁଟ୍ ଉଚ୍ଚତାରେ ଉଡ଼ୁଥିଲା, ଯେତେବେଳେ ଏହା ୟୁ-ଟର୍ନ ନେଇ ଗୋଆ ଆଡ଼କୁ ଫେରିବା ଆରମ୍ଭ କରିଥିଲା। ଫ୍ଲାଇଟ୍ରାଡାର୨୪ର ତଥ୍ୟ ଅନୁସାରେ, ବିମାନଟି ଦକ୍ଷିଣ ମହାରାଷ୍ଟ୍ରର ଉପକୂଳୀୟ ଅଂଚଳ ଉପରେ ଦେଇ ପୁଣି ଗୋଆ ଆଡ଼କୁ ମୋଡ଼ିଥିଲା।

ବିମାନଟି ସକାଳ ୯.୫୧ଟାରେ ମନୋହର ଅନ୍ତର୍ଜାତୀୟ ବିମାନବନ୍ଦରର ରନୱେ ନମ୍ବର ୨୮ରେ ସୁରକ୍ଷିତ ଅବତରଣ କରିଥିଲା। ଏହାପରେ ବିମାନଟିକୁ ଷ୍ଟାଣ୍ଡ ନମ୍ବର ୬ରେ ପାର୍କ କରାଯାଇଥିଲା। ବିମାନର ସୁରକ୍ଷିତ ଅବତରଣ ନିଶ୍ଚିତ ହେବା ପରେ ଏଟିସି ସକାଳ ୧୦.୦୩ଟାରେ ପୂର୍ଣ୍ଣ ଜରୁରୀ ପରିସ୍ଥିତି ସମାପ୍ତ କରିଥିଲା।

-------------------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande