ମୋଟରସାଇକେଲ ଚୋରି ମାମଲାରେ ଯୁବକ ଗିରଫ
ଖୋର୍ଦ୍ଧା01 ସେପ୍ଟେମ୍ବର (ହି.ସ.): ମୋଟରସାଇକେଲ ଚୋରି ଅଭିଯୋଗରେ ଖୋର୍ଦ୍ଧା ମଡେଲ ଥାନା ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଗୁରୁଜଙ୍ଗ ଗ୍ରାମର ଫକୀର ବାରିକଙ୍କ ପୁଅ ବାବୁଲା ବାରିକ ଓରଫ ପ୍ରକାଶ (୩୬)।ପୋଲିସ ସୂଚନା ମୁତାବକ, ଖୋର୍ଦ୍ଧା ବଟମଙ୍ଗଳା ମନ୍ଦିର ନିକଟରୁ ହିରୋ
Bike


ଖୋର୍ଦ୍ଧା01 ସେପ୍ଟେମ୍ବର (ହି.ସ.): ମୋଟରସାଇକେଲ ଚୋରି ଅଭିଯୋଗରେ ଖୋର୍ଦ୍ଧା ମଡେଲ ଥାନା ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଗୁରୁଜଙ୍ଗ ଗ୍ରାମର ଫକୀର ବାରିକଙ୍କ ପୁଅ ବାବୁଲା ବାରିକ ଓରଫ ପ୍ରକାଶ (୩୬)।ପୋଲିସ ସୂଚନା ମୁତାବକ, ଖୋର୍ଦ୍ଧା ବଟମଙ୍ଗଳା ମନ୍ଦିର ନିକଟରୁ ହିରୋ ଗ୍ଲାମର ମୋଟରସାଇକେଲ ଚୋରି ହୋଇଥିବା ନେଇ ଖୋର୍ଦ୍ଧା ମଡେଲ ଥାନାରେ କେସ୍ ନଂ. ୫୧୬/୨୦୨୬, ଧାରା ୩୦୩(୨) ବିଏନଏସ୍ରେ ମାମଲା ରୁଜୁ ହୋଇଥିଲା।

ଅଭିଯୋଗକୁ ଭିତ୍ତି କରି ତଦନ୍ତ ସମୟରେ ପୋଲିସ ଅଭିଯୁକ୍ତ ବାବୁଲା ବାରିକ ଓରଫ ପ୍ରକାଶଙ୍କୁ ଗିରଫ କରି ପଚରାଉଚରା କରିଥିଲା। ପଚରାଉଚରା ବେଳେ ସେ ଅନ୍ୟ ଏକ ମୋଟରସାଇକେଲ ଚୋରି ଘଟଣାରେ ମଧ୍ୟ ସମ୍ପୃକ୍ତ ଥିବା ପୁଲିସ ନିକଟରେ ସ୍ୱୀକାର କରିଥିବା ଥାନା ପକ୍ଷରୁ କୁହାଯାଇଛି। ଉକ୍ତ ମୋଟରସାଇକେଲଟି ହିରୋ ସିଡି ଡିଲକ୍ସ,

ଗିରଫ ପରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande