
ନୂଆଦିଲ୍ଲୀ, ସେପ୍ଟେମ୍ବର 1 (ହି.ସ):
ସରକାରୀ ତୈଳ ବିପଣନ କମ୍ପାନୀଗୁଡ଼ିକ ମାସର ପ୍ରଥମ ଦିନରେ ହିଁ ଏଲପିଜି ଗ୍ୟାସ ଉପଭୋକ୍ତାଙ୍କୁ ଝଟକା ଦେଇଛନ୍ତି। ଆଜି ୧୯ କିଲୋଗ୍ରାମ ବିଶିଷ୍ଟ କମର୍ସିଆଲ୍ ଏଲପିଜି ଗ୍ୟାସ ସିଲିଣ୍ଡରର ଦାମ ପ୍ରତି ସିଲିଣ୍ଡର ୯.୫୦ ଟଙ୍କାରୁ ୧୨ ଟଙ୍କା ପର୍ଯ୍ୟନ୍ତ ବଢ଼ାଯାଇଛି। ତେବେ ଘରୋଇ ବ୍ୟବହାରରେ ଆସୁଥିବା ୧୪.୨ କିଲୋଗ୍ରାମ ଏଲପିଜି ସିଲିଣ୍ଡର (ରୋଷେଇ ଗ୍ୟାସ)ର ଦରରେ କୌଣସି ପରିବର୍ତ୍ତନ କରାଯାଇନାହିଁ।
ତୈଳ ବିପଣନ କମ୍ପାନୀ ଅନୁସାରେ, ଦର ବୃଦ୍ଧି ପରେ ଦିଲ୍ଲୀରେ କମର୍ସିଆଲ୍ ଏଲପିଜି ଗ୍ୟାସ ସିଲିଣ୍ଡର ୯.୫୦ ଟଙ୍କା ମହଙ୍ଗା ହୋଇଛି। ଏହା ପୂର୍ବରୁ ୨,୭୩୮ ଟଙ୍କାରେ ମିଳୁଥିବା ବେଳେ ଏବେ ୨,୭୪୭.୫୦ ଟଙ୍କାରେ ମିଳୁଛି। ସେହିପରି ମୁମ୍ବାଇରେ କମର୍ସିଆଲ୍ ଏଲପିଜି ସିଲିଣ୍ଡରର ଦାମ ୯.୫୦ ଟଙ୍କା ବଢ଼ି ୨,୬୯୧.୫୦ ଟଙ୍କାରୁ ୨,୭୦୧ ଟଙ୍କା ହୋଇଛି।
କୋଲକାତାରେ କମର୍ସିଆଲ୍ ଏଲପିଜି ଗ୍ୟାସ ସିଲିଣ୍ଡରର ଦାମ ୧୧.୫୦ ଟଙ୍କା ବୃଦ୍ଧି ପାଇଛି। ଆଜିଠାରୁ କୋଲକାତାରେ ୧୯ କିଲୋଗ୍ରାମ ସିଲିଣ୍ଡର ୨,୮୭୨.୫୦ ଟଙ୍କା ପରିବର୍ତ୍ତେ ୨,୮୮୪ ଟଙ୍କାରେ ମିଳୁଛି।
ଏହା ବ୍ୟତୀତ ଚେନ୍ନାଇରେ କମର୍ସିଆଲ୍ ଗ୍ୟାସ ସିଲିଣ୍ଡର ୧୦.୫୦ ଟଙ୍କା ମହଙ୍ଗା ହୋଇଛି। ଏଠାରେ ଦାମ ୨,୯୦୬ ଟଙ୍କାରୁ ବଢ଼ି ୨,୯୧୬.୫୦ ଟଙ୍କା ହୋଇଛି।
ଦିଲ୍ଲୀ ନିକଟସ୍ଥ ଏନସିଆର ଅଞ୍ଚଳରେ ମଧ୍ୟ କମର୍ସିଆଲ୍ ଗ୍ୟାସ ସିଲିଣ୍ଡରର ଦାମ ବଢ଼ିଛି। ନୋଏଡାରେ ୯.୫୦ ଟଙ୍କା ବୃଦ୍ଧି ପାଇ ୨,୭୩୮ ଟଙ୍କାରୁ ୨,୭୪୭.୫୦ ଟଙ୍କା ହୋଇଛି। ଗୁରୁଗ୍ରାମରେ ୧୯ କିଲୋଗ୍ରାମ ସିଲିଣ୍ଡର ୯.୫୦ ଟଙ୍କା ମହଙ୍ଗା ହୋଇ ୨,୭୫୫ ଟଙ୍କାରୁ ୨,୭୬୪.୫୦ ଟଙ୍କା ହୋଇଛି। ସେହିପରି ଗାଜିଆବାଦରେ ମଧ୍ୟ ୯.୫୦ ଟଙ୍କା ବୃଦ୍ଧି ପାଇ ୨,୭୩୮ ଟଙ୍କାରୁ ୨,୭୪୭.୫୦ ଟଙ୍କା ହୋଇଛି।
ଗ୍ୟାସ ସିଲିଣ୍ଡର ମହଙ୍ଗା ହେବା ଯୋଗୁଁ ରେଷ୍ଟୁରାଣ୍ଟ, ଢାବା ଏବଂ କ୍ୟାଟରିଂ ସେବା ଚଳାଉଥିବା କମର୍ସିଆଲ୍ ଶ୍ରେଣୀର ଉପଭୋକ୍ତାଙ୍କ ଉପରେ ଅତିରିକ୍ତ ଆର୍ଥିକ ବୋଝ ପଡ଼ିବ। ଏଲପିଜି ଗ୍ୟାସର ଏହି ଦର ବୃଦ୍ଧି କେବଳ କମର୍ସିଆଲ୍ ଶ୍ରେଣୀର ୧୯ କିଲୋଗ୍ରାମ ସିଲିଣ୍ଡର ପାଇଁ ଲାଗୁ ହୋଇଛି। ଘରୋଇ ବ୍ୟବହାରରେ ଆସୁଥିବା ୧୪.୨ କିଲୋଗ୍ରାମ ସିଲିଣ୍ଡର (ରୋଷେଇ ଗ୍ୟାସ)ର ଦାମରେ କୌଣସି ପରିବର୍ତ୍ତନ କରାଯାଇନାହିଁ।
--------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା