ନୃତ୍ୟ, ବାଦ୍ୟ ଓ ସଙ୍ଗୀତର ସମନ୍ୱୟ ଏକାନ୍ତ ଅପରିହାର୍ଯ୍ୟ, ନିଃଶୁଳ୍କ ସମ୍ବଲପୁରୀ ଲୋକନୃତ୍ୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ସମ୍ବଲପୁର, ୦୧, ସେପ୍ଟେମ୍ବର (ହି.ସ.) - ଭାରତୀ ସମାଜ ସହଯୋଗରେ ପଶ୍ଚିମାଂଚଳ ଏକତା ମଂଚ ପକ୍ଷରୁ ଗୁରୁ ସତ୍ୟନାରାୟଣ ସମ୍ବଲପୁରୀ ଡେରାରେ ଚାଲିଥିବା ନିଃଶୁଳ୍କ ସମ୍ବଲପୁରୀ ଲୋକନୃତ୍ୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ବିଶିଷ୍ଟ ସମ୍ବଲପୁରୀ ଲୋକଗୀତ ଗାୟିକା ଇଶ୍ୱରୀ ବେହେରା ଅତିଥି ଭାବେ ଯୋଗ ଦେଇଥିଲେ। ଭାରତୀ ସମାଜର ସାଂସ୍କୃତିକ ସଂଯୋଜକ ତଥା ଲୋକନୃତ୍ୟ ଗୁରୁ ରଞ୍ଜିତ ସାହୁଙ୍କ ପରିଚାଳନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଇଶ୍ୱରୀ ବେହେରା ପ୍ରଶିକ୍ଷାର୍ଥୀ ମାନଙ୍କୁ ନିଜର ଅଭିଜ୍ଞତା ବାଂଟିଥିଲେ। ଉପଯୁକ୍ତ ସୁଯୋଗ ମିଳିଲେ ପ୍ରତିଭା ବିକଶିତ ହେବାପାଇଁ ବାଟ ପାଇଥାଏ ବୋଲି ସେ କହିଥିଲେ। ବର୍ତମାନ ଲୋକ କଳାକାର ମାନଙ୍କ ପାଇଁ ଦେଖାଦେଇଥିବା ସମସ୍ୟା ବିଷୟରେ ସେ ଆଲୋକ ପାତ କରିଥିଲେ। ପ୍ରଶିକ୍ଷାର୍ଥୀ ମାନଙ୍କୁ ନୃତ୍ୟ, ବାଦ୍ୟ ଓ ସଙ୍ଗୀତ ତିନୋଟି ଯାକ କ୍ଷେତ୍ରରେ ଜ୍ଞାନ ଆହରଣ କରିବା ପାଇଁ ସେ ଆହ୍ୱାନ ଦେଇଥିଲେ। ସଫଳ କଳାକାର ହେବାକୁ ହେଲେ ବାଦ୍ୟ ସହ ସଙ୍ଗୀତ ଓ ନୃତ୍ୟ ମଧ୍ୟରେ ଉତମ ସମନ୍ୱୟ ରଖିବା ଏକାନ୍ତ ଅପରିହାର୍ଯ୍ୟ ବୋଲି ସେ କହିଥିଲେ। ଭାରତୀ ସମାଜ ବିଗତ ୨୫ ବର୍ଷ ମଧ୍ୟରେ କରିଥିବା ଏହିପରି ବିଭିନ୍ନ କାର୍ଯ୍ୟକୁ ସେ ପ୍ରଶଂସା କରିଥିଲେ। ଏହାସହ ପଶ୍ଚିମାଂଚଳ ଏକତା ମଂଚ ସମ୍ବଲପୁରୀ ଦିନ୍ ଜରିଆରେ ସମ୍ବଲପୁରୀକୁ ସର୍ବବ୍ୟାପୀ କରି ପାରିଥିବା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ମଧ୍ୟ କହିଥିଲେ। କାର୍ଯ୍ୟକ୍ରମରେ ଭାରତୀ ସମାଜ ସଂଚାଲକ ଭବାନୀଶ ଭୋଇ, ମହାସଚିବ ଗୋପବନ୍ଧୁ ସେନାପତି, ଲୋକନୃତ୍ୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସଂଯୋଜିକା ଲଲିତା ଭୋଇ, ପଶ୍ଚିମାଂଚଳ ଏକତା ମଂଚର ଯୁବ ସଂଯୋଜକ ରାହୁଲ ଗୁପ୍ତା ପ୍ରମୁଖ ଉପସ୍ଥିତ ରହିଥିଲେ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ

 rajesh pande