ସମ୍ବଲପୁର ବିଶ୍ୱବିଦ୍ୟାଳୟର ୩୬ତମ ସମାବର୍ତ୍ତନ ଉତ୍ସବ ପ୍ରସ୍ତୁତି
ସମ୍ବଲପୁର ବିଶ୍ୱବିଦ୍ୟାଳୟର ୩୬ତମ ସମାବର୍ତ୍ତନ ଉତ୍ସବ ପ୍ରସ୍ତୁତି
ସମ୍ବଲପୁର ବିଶ୍ୱବିଦ୍ୟାଳୟର ୩୬ତମ ସମାବର୍ତ୍ତନ ଉତ୍ସବ ପ୍ରସ୍ତୁତି


ସମ୍ବଲପୁର, ୦୧, ସେପ୍ଟେମ୍ବର (ହି.ସ.)ସମ୍ବଲପୁର ବିଶ୍ୱବିଦ୍ୟାଳୟର ଆଗାମୀ ୩୬ତମ ସମାବର୍ତ୍ତନ ଉତ୍ସବ ଆସନ୍ତା ସେପ୍ଟେମ୍ବର ୭, ୨୦୨୬ ରେ ଅନୁଷ୍ଠିତ ହେବାକୁ ଯାଉଛି। ଏହି ଉତ୍ସବ ଆୟୋଜନ ପାଇଁ ମାନ୍ୟବର କୁଳାଧିପତି ତଥା ରାଜ୍ୟପାଳ ଅନୁମୋଦନ ପ୍ରଦାନ କରିଛନ୍ତି।

ଏହି ସମାବର୍ତ୍ତନ ଉତ୍ସବରେ ଭାଗ ନେବାକୁ ଇଚ୍ଛୁକ ଥିବା ସମସ୍ତ ବିଦ୍ୟାର୍ଥୀଙ୍କ ପାଇଁ ଅନଲାଇନ୍ ପଞ୍ଜୀକରଣ ପୋର୍ଟାଲ ଆଜିଠାରୁ ଆନୁଷ୍ଠାନିକ ଭାବେ ଖୋଲିବାକୁ ଯାଉଛି। ଛାତ୍ରଛାତ୍ରୀମାନେ ନିଜର ନାମ ପଞ୍ଜୀକରଣ କରିବା ପାଇଁ ବିଶ୍ୱବିଦ୍ୟାଳୟର ଅଫିସିଆଲ୍ ୱେବସାଇଟ୍ ପରିଦର୍ଶନ କରିବାକୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ତରଫରୁ ସୂଚନା ଦିଆଯାଇଛି।ତେଣୁ ସମସ୍ତ ଯୋଗ୍ୟ ବିଦ୍ୟାର୍ଥୀଙ୍କୁ ବିନା ବିଳମ୍ବରେ ୱେବସାଇଟ୍କୁ ଯାଇ ନିଜର ଆବେଦନ ପ୍ରକ୍ରିୟା ପୂରଣ କରିବାକୁ ଅନୁରୋଧ କରାଯାଉଛି।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande