
ମାଲକାନଗିରି, ୧୧ ସେପ୍ଟେମ୍ବର (ହି.ସ.)
ମାଲକାନଗିରି ଜିଲାର ବିଭିନ୍ନ ବ୍ଲକ୍ ରେ ଗୁରୁବାର ଠାରୁ ଆଜି ସକାଳ ୮ଟା ସୁଦ୍ଧା ୫୨୪.୦ ମି.ମି. ବର୍ଷା ରେକର୍ଡ ହୋଇଛି । ଜିଲାର ମାଲକାନଗିରି ବ୍ଲକ୍ ରେ ସର୍ବାଧିକ ୧୨୨.୬ ମି.ମି. ବର୍ଷା ରେକର୍ଡ ହୋଇଛି । ମାଥିଲି ବ୍ଲକରେ ୧୧୦.୦ ମି.ମି., ଖଇରପୁଟ ବ୍ଲକରେ ୮୨.୦ ମି.ମି., ଚିତ୍ରକୋଣ୍ଡା ବ୍ଲକରେ ୬୯. ୦ ମି.ମି., କୋରୁକୋଣ୍ଡା ବ୍ଲକରେ ୯୪ ମି.ମି., କାଲିମେଳା ବ୍ଲକରେ ୩୫ ମି.ମି. ଓ ପଡିଆ ବ୍ଲକରେ ୧୨.୨ ମି.ମି. ବର୍ଷା ରେକର୍ଡ ହୋଇଥିବା ଜିଲା ଜରୁରୀକାଳୀନ ପରିଚାଳନା କେନ୍ଦ୍ର (ଡିଇଓସି) ପକ୍ଷରୁ ସୂଚନା ମିଳିଛି ।
ଅପରପକ୍ଷେ ରାଜ୍ୟ ପାଣିପାଗ ବିଭାଗ ପକ୍ଷରୁ ଶୁକ୍ରବାର ଜିଲାରେ ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି ହୋଇଥିବା ବେଳେ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ଲକର ବିଡ଼ିଓ ଓ ତହସିଲଦାରଙ୍କୁ ପ୍ରସ୍ତୁତ ରହିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି l
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ