ଜାତୀୟ ସ୍ୱଚ୍ଛ-ବାୟୁ ମୂଲ୍ୟାଙ୍କନରେ ପ୍ରଥମ ହୋଇଥିବା ଓ୍ୱାର୍ଡକୁ ସମ୍ବର୍ଦ୍ଧିତ କଲା ବିଏମ୍ ସି
ଭୁବନେଶ୍ୱର , 11 ସେପ୍ଟେମ୍ବର (ହି.ସ.) ଜାତୀୟ ୱାର୍ଡସ୍ତରୀୟ ସ୍ୱଚ୍ଛ-ବାୟୁ ମୂଲ୍ୟାଙ୍କନରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଖୁସି ବ୍ୟକ୍ତ କରିଛି । ୧୩୦ ଗୋଟି ସହରର ୭ ହଜାର ୪୦୦ ରୁ ଅଧିକ ଓ୍ୱାର୍ଡକୁ ନେଇ ସ୍ୱଚ୍ଛ-ବାୟୁ ସର୍ବେକ୍ଷଣ କରାଯାଇଥିଲା। ସେଥିରେ ଭୁବନେଶ୍ୱ
ଜାତୀୟ ସ୍ୱଚ୍ଛ-ବାୟୁ ମୂଲ୍ୟାଙ୍କନରେ ପ୍ରଥମ ହୋଇଥିବା ଓ୍ୱାର୍ଡକୁ ସମ୍ବର୍ଦ୍ଧିତ କଲା ବିଏମ୍ ସି


ଭୁବନେଶ୍ୱର , 11 ସେପ୍ଟେମ୍ବର (ହି.ସ.) ଜାତୀୟ ୱାର୍ଡସ୍ତରୀୟ ସ୍ୱଚ୍ଛ-ବାୟୁ ମୂଲ୍ୟାଙ୍କନରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଖୁସି ବ୍ୟକ୍ତ କରିଛି । ୧୩୦ ଗୋଟି ସହରର ୭ ହଜାର ୪୦୦ ରୁ ଅଧିକ ଓ୍ୱାର୍ଡକୁ ନେଇ ସ୍ୱଚ୍ଛ-ବାୟୁ ସର୍ବେକ୍ଷଣ କରାଯାଇଥିଲା। ସେଥିରେ ଭୁବନେଶ୍ୱର ସାମଗ୍ରିକ ଭାବେ ୪ର୍ଥ ସ୍ଥାନ ଅଧିକାର କରିଥିବା ବେଳେ ସମଗ୍ର ଦେଶରେ ଭୁବନେଶ୍ୱରର ୩୦ ଓ ୩୬ ନମ୍ବର ଓ୍ୱାର୍ଡ ପ୍ରଥମ ସ୍ଥାନ ଅଧିକାର କରିଛି । ସେହିପରି ୨୨ ନମ୍ବର ଓ୍ୱାର୍ଡ ସମଗ୍ର ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛି । ଏହାର ସମସ୍ତ ଶ୍ରେୟ ସଂପୃକ୍ତ ଓ୍ୱାର୍ଡବାସୀଙ୍କ ସହ ସ୍ୱଚ୍ଛ କର୍ମୀ, ସ୍ୱଚ୍ଛ ସାଥି, ସ୍ୱଚ୍ଛ ସୁପରଭାଇଜର, ପରିମଳ ନିରୀକ୍ଷକ ଓ କର୍ପୋରେଟରଙ୍କୁ ଦିଆଯାଇଛି। ଏହି ଉପଲକ୍ଷେ ଆଜି ରବୀନ୍ଦ୍ର ମଣ୍ଡପଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ୟ୍ୟକ୍ରମରେ ମେୟର ଶ୍ରୀମତୀ ସୁଲୋଚନା ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସେମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ଆଗାମୀ ଦିନରେ ସହରର ୬୭ ଓ୍ୱାର୍ଡକୁ ଦେଶର ଏକ ନମ୍ବର କରିବା ପାଇଁ ଆହ୍ୱାନ ଦେଇଛନ୍ତି । ଏହି କାର୍ୟ୍ୟକ୍ରମରେ ଡେପୁଟି ମେୟର ଶ୍ରୀମତୀ ମଂଜୁଲତା କହଁର, ବିଏମ୍ ସିର ବ୍ରାଣ୍ଡ ଆମ୍ବାସଡର ତଥା ଅଲମ୍ପିଆନ ଶ୍ରୀମତୀ ଅନୁରାଧା ବିଶ୍ୱାଳ, ସ୍ୱାସ୍ଥ୍ୟ, ପରିମଳ ଓ ପରିବେଷ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଶ୍ରୀ ବିରଞ୍ଚି ନାରାୟଣ ମହାସୂପକାର, ଫାଇନାନ୍ସ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଶ୍ରୀ ରାଜକିଶୋର ଦାସ, ଏନ୍ ସିଏପିର ନୋଡାଲ ଅଫିସର ତଥା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ବରିଷ୍ଠ ବୈଜ୍ଞାନିକ ଶ୍ରୀ ଦିଲ୍ଲିପ କୁମାର ଦାସ, ଅତିରିକ୍ତ କମିଶନର ଶ୍ରୀ ଶୁଭେନ୍ଦୁ କୁମାର ସାହୁ, ପରିମଳ ଉପାୟୁକ୍ତ ଶ୍ରୀ ଏନ୍. ଗଣେଶ ବାବୁଙ୍କ ସହ ବହୁ କର୍ପୋରେଟର ମଂଚାସୀନ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ବହୁ ସ୍ୱଚ୍ଛ କର୍ମୀ, ସ୍ୱଚ୍ଛସାଥୀ, ସ୍ୱଚ୍ଛ ସୁପରଭାଇଜର, ପରିମଳ ନିରୀକ୍ଷକ ଏହି କାର୍ୟ୍ୟକ୍ରମରେ ଯୋଗଦେଇଥିଲେ।

ସ୍ୱାଗତ ଅଭିଭାଷଣ ଦେଇ ଅତିରିକ୍ତ କମିଶନର ଶ୍ରୀ ସାହୁ ଆଗାମୀ ଦିନରେ ଭୁବନେଶ୍ୱରକୁ ଦେଶର ସ୍ୱଚ୍ଛ ସହର ଓ ସ୍ୱଚ୍ଛ ବାୟୁ କ୍ଷେତ୍ରରେ ଏକ ନମ୍ବର କରିବା ପାଇଁ ସମସ୍ତ ସ୍ୱଚ୍ଛ କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି ।

ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାନନୀୟା ମେୟର କହିଥିଲେ ଯେ, ଯାହା ସଫଳତା ମିଳିଛି, ତାହା କେବଳ ସମ୍ଭବ ହୋଇଛି ସମ୍ମିଳିତ ପ୍ରୟାସ ଯୋଗୁଁ । ଭୁବନେଶ୍ୱର ବାସୀ ତଥା ସଂପୃକ୍ତ ଓ୍ୱାର୍ଡର ନାଗରିକ ଏବଂ ସ୍ୱଚ୍ଛ କର୍ମୀଙ୍କର କଠୋର ପରିଶ୍ରମ, କର୍ପୋରେଟରମାନଙ୍କର ଅକୁଣ୍ଠ ସହଯୋଗ, ଅଧିକାରୀମାନଙ୍କର ସଠିକ୍ ମାର୍ଗଦର୍ଶନ ଏବଂ କମିଶନରଙ୍କର ପରାମର୍ଶ, ବିଏମ୍ ସିକୁ ଏହି ସଫଳତା ଦେଇଛି । ଆଗାମୀ ଦିନରେ ୬୭ ଓ୍ୱାର୍ଡ କିପରି ସ୍ୱଚ୍ଛ ବାୟୁ ଓ ସ୍ୱଚ୍ଛ ସହର ଭାବେ ଦେଶର ଏକ ନମ୍ବର ହେବ, ସେଥିପାଇଁ ଆଜିଠାରୁ କାର୍ୟ୍ୟ ଆରମ୍ଭ କରିବାକୁ ଆହ୍ୱାନ ଦେଇଛନ୍ତି ମେୟର ଏହି ଅବସରରେ ଉପସ୍ଥିତ ଅତିଥିମାନେ ୩୦, ୩୬ ଓ ୨୨ ନମ୍ବର ଓ୍ୱାର୍ଡର କର୍ପୋରେଟରଙ୍କ ସହ ସମସ୍ତ ସ୍ୱଚ୍ଛ କର୍ମୀ, ସ୍ୱଚ୍ଛସାଥୀ, ସ୍ୱଚ୍ଛ ସୁପରଭାଇଜର, ପରିମଳ ନିରୀକ୍ଷକଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହାଦ୍ୱାରା ସମସ୍ତେ ଉତ୍ସାହିତ ହୋଇ କାର୍ୟ୍ୟ କରିବେ ବୋଲି ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ ।

ଅତିରିକ୍ତ କମିଶନର ଶ୍ରୀ ଶୁଭେନ୍ଦୁ କୁମାର ସାହୁ ଧନ୍ୟବାଦ ଦେଇଥିବା ବେଳେ ସମସ୍ତ କାର୍ୟ୍ୟର ସଂଯୋଜନା କରିଥିଲେ ପରିମଳ ଉପାୟୁକ୍ତ ଶ୍ରୀ ଏନ୍. ଗଣେଶ ବାବୁ ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande