
ଝାରସୁଗୁଡ଼ା, ୧୧ ସେପ୍େଟମ୍ବର (ହି.ସ.) ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଲକ ପତ୍ରାପାଲିସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ର ପ୍ରତିଷ୍ଠା ଉତ୍ସବ ଶୁକ୍ରବାର ପାଳିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ପଦ୍ମନାଭ ନାଏକ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବ୍ଲକ ଶିକ୍ଷା ଅଧିକାରୀ ପ୍ରକାଶ ସାହୁ ମୁଖ୍ୟଅତିଥି ଓ ଅବସରପ୍ରାପ୍ତ ବ୍ଲକ ଶିକ୍ଷା ଅଧିକାରୀ ଅଶୋକ କୁମାର ପଟେଲ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ । ଅତିଥି ବୃନ୍ଦ ବିଦ୍ୟାଳୟରେ ଉତମ ପରିବେଶ, ଶାନ୍ତିଶୃଙ୍ଖଳା ଓ ଶିକ୍ଷା ଗ୍ରହଣର ଉତମ ମଧ୍ୟମ ବିଷୟରେ ଆଲୋକପାତ କରିଥିଲେ । ବରିଷ୍ଠ ଶିକ୍ଷକ ବିଶ୍ୱଜିତ୍ ମହାପାତ୍ର ମଂଚାସିନ ଥିଲେ । ଶିକ୍ଷୟତ୍ରୀ ଚିରସ୍ମିତା ସିଂ ମଂଚ ପରିଚାଳନା କରିଥିଲେ । ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ଅତିଥିବୃନ୍ଦ ପୁରଷ୍କୃତ କରିଥିଲେ । ଅଭିଭାବକ ପ୍ରଫୁଲ୍ଲ କାଲୋ, ଅମର ଚାନ୍ଦ ପଟେଲ, ସୀତାରାମ ନାଏକ ପ୍ରମୁଖ ମଂଚତଳେ ଅତିଥି ଭାବରେ ଉପସ୍ଥିତ ଥିଲେ । ଶେଷରେ ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଏହି ଉତ୍ସବରେ ଶିକ୍ଷକ ଶିକ୍ଷୟତ୍ରୀ ଚିରଞ୍ଜି କୁମାର ଭୋଇ, ଶିବାନନ୍ଦ ନଈ, ସରୋଜ ମହାନ୍ତ, ଅମ୍ରିତା ସାହୁ, ଦିପାରାଣି ବାଗ, ଝାଙ୍କର ମହାନନ୍ଦ, ଚୁମକି ପଧାନ ଓ ନିକିତା ପଧାନ ସହଯୋଗ କରିଥିଲେ ।
--------------
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ