
ଭୁବନେଶ୍ୱର, ୧୧ ସେପ୍ଟେମ୍ବର (ହି.ସ)- ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ମାମଲାରେ ହାଇକୋର୍ଟ ଯାଇଛି ବିଜେଡି। ବାଚସ୍ପତିଙ୍କୁ ପକ୍ଷଭୁକ୍ତ କରି ବିଜେଡି ରିଟ ପିଟିସନ (ସିଭିଲ) ଦାଖଲ କରିଛି । ରାଜ୍ୟସଭା ନିର୍ବାଚନରେ ୮ ସଦସ୍ୟ ଦଳର ନିଷ୍ପତି ବିରୋଧରେ ଭୋଟ ଦେଇଥିଲେ। ସେମାନଙ୍କ ସଦସ୍ୟତା ରଦ୍ଦ ପାଇଁ ପୂର୍ବରୁ ବାଚସ୍ପତିଙ୍କ ନିକଟରେ ଦଳ ପିଟିସନ ଦାଖଲ କରିଥିଲା । ହେଲେ ଟେକ୍ନିକାଲ ଗ୍ରାଉଣ୍ଡରେ ବାଚସ୍ପତି ପିଟିସନକୁ ଖାରଜ କରିଥିଲେ । ବାଚସ୍ପତିଙ୍କ ନିଷ୍ପତିକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ବିଜେଡି ପିଟିସନ ଦାଖଲ କରିଛି ।
ଏନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି, ବାଚସ୍ପତି ଏକତରଫା ଭାବରେ ନିଷ୍ପତି ନେଲେ, ଆମକୁ ଆମର ମତ ରଖିବାକୁ ସୁଯୋଗ ଦେଲେନି। ସେ ନିଷ୍ପତି ବିରୁଦ୍ଧରେ ଆମେ ହାଇକୋର୍ଟ ଯାଇଛୁ । ହାଇକୋର୍ଟ ଯାହା ବିଚାର କରିବେ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା