
ଭୁବନେଶ୍ୱର, 11 ସେପ୍ଟେମ୍ବର (ହି.ସ.)-‘ପଦ୍ମ ବିଭୂଷଣ’ ମହାଦେବୀ ବର୍ମାଙ୍କ ପୁଣ୍ୟତିଥିରେ
ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ସାଂସଦ ଧର୍ମେନ୍ଦ୍ର ପ୍ରଧାନ । ସୋସିଆଲ ମିଡିଆ
ଏକ୍ସରେ ଏକ ବାର୍ତ୍ତା ଜାରି କରି ଧର୍ମେନ୍ଦ୍ର କହିଛନ୍ତି ଯେ, ହିନ୍ଦୀ ସାହିତ୍ୟର ମହାନ
ସ୍ରଷ୍ଟା ‘ପଦ୍ମ ବିଭୂଷଣ’ ମହାଦେବୀ ବର୍ମା ଜୀଙ୍କ ପୁଣ୍ୟତିଥି ଅବସରରେ ତାଙ୍କୁ ବିନମ୍ର
ଶ୍ରଦ୍ଧାଞ୍ଜଳି।
ସେ କହିଛନ୍ତି ଯେ, ତାଙ୍କର ଲେଖନୀ ଭାବନାକୁ ଗଭୀରତା, ଯନ୍ତ୍ରଣାକୁ
ଅଭିବ୍ୟକ୍ତି ଏବଂ ନାରୀର ଆତ୍ମସମ୍ମାନକୁ ଏକ ସଶକ୍ତ ସ୍ୱର ପ୍ରଦାନ କରିଥିଲା। ସାହିତ୍ୟ ଜଗତ
ପ୍ରତି ତାଙ୍କର ଅବଦାନ ସର୍ବଦା ଅମର ହୋଇ ରହିବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା