
ଭୁବନେଶ୍ୱର, 11 ସେପ୍ଟେମ୍ବର (ହି.ସ.)- ଡକ୍ଟର ମୋହନ ଭାଗବତଙ୍କୁ ଜନ୍ମଦିନର ଶୁଭକାମନା ଜଣାଇଛନ୍ତି
ଉପମୁଖ୍ୟମନ୍ତ୍ରୀ ଓ ଅନ୍ୟମାନେ ।
ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ଏକ ବାର୍ତ୍ତା ଜାରି କରି କହିଛନ୍ତି
ଯେ, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପରମ ପୂଜନୀୟ ସରସଂଘଚାଳକ ଡକ୍ଟର ମୋହନ ଭାଗବତ ଜୀଙ୍କୁ
ଜନ୍ମଦିନର ହାର୍ଦ୍ଦିକ ଶୁଭକାମନା ଜଣାଉଛି ।
ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ ଏକ୍ସ ହ୍ୟାଣ୍ଡେଲରେ ଏକ
ବାର୍ତ୍ତା ଜାରି କରି କହିଛନ୍ତି ଯେ, ଆଦରଣୀୟ ସରସଂଘଚାଳକ ଡଃ ମୋହନ ଭାଗବତ ଜୀଙ୍କୁ ଜନ୍ମଦିନର ଆନ୍ତରିକ
ଶୁଭେଚ୍ଛା। ମହାପ୍ରଭୁ ଶ୍ରୀଜଗନ୍ନାଥ ଜୀଙ୍କ ଦିବ୍ୟ ଆଶୀର୍ବାଦ ଆପଣଙ୍କୁ ଉତ୍ତମ ସ୍ୱାସ୍ଥ୍ୟ, ଦୀର୍ଘାୟୁ ଓ ଅସୀମ
ଶକ୍ତି ପ୍ରଦାନ କରନ୍ତୁ, ଯାହାଦ୍ୱାରା ଆପଣ
ଜ୍ଞାନ, ନିଃସ୍ୱାର୍ଥ ସେବା
ଓ ଦୂରଦୃଷ୍ଟି ସହିତ ଦେଶକୁ ମାର୍ଗଦର୍ଶନ କରିଚାଲିବେ।
ସାଂସଦ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ରାଷ୍ଟ୍ରୀୟ ସ୍ୱୟଂସେବକ
ସଂଘର ସରସଂଘଚାଳକ ଡଃ ମୋହନ ଭାଗବତ ଜୀଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା। ଆପଣଙ୍କ
ନେତୃତ୍ୱରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସେବା ପରମ୍ପରା ନୂତନ ଶକ୍ତି ପାଇଛି। ରାଷ୍ଟ୍ର
ନିର୍ମାଣ ପ୍ରତି ଆପଣଙ୍କ ଅତୁଟ ପ୍ରତିବଦ୍ଧତା ଆମ ସମସ୍ତଙ୍କୁ ନିରନ୍ତର ପ୍ରେରଣା ଯୋଗାଇଥାଏ। ମହାପ୍ରଭୁ
ଶ୍ରୀଜଗନ୍ନାଥଙ୍କ ନିକଟରେ ଆପଣଙ୍କ ଉତ୍ତମ ସ୍ୱାସ୍ଥ୍ୟ ଓ ଦୀର୍ଘାୟୁ କାମନା କରୁଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା