
ଭୁବନେଶ୍ୱର, ୧୧ ସେପ୍ଟେମ୍ବର (ହି.ସ)- ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂକୁ ନେଇ ବିଜେଡି ହାଇକୋର୍ଟ ଯିବା ଘଟଣାରେ ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଏହା ବିଜେଡିର ଆଭ୍ୟନ୍ତରୀଣ ବ୍ୟାପାର। ବିଜେଡି କଂଗ୍ରେସ ସହ ଗଠବନ୍ଧନ କରିବାରୁ ଦଳ ଭିତରେ ଅସନ୍ତୋଷ ବଢ଼ିଲା।କିଛି ଲୋକ ଚୁପ୍ ହୋଇଗଲେ, ଆଉ କିଛି ଅସନ୍ତୋଷ ପ୍ରକାଶ କଲେ। ନେତୃତ୍ୱ ଭୁଲକୁ ପ୍ରତିବାଦ କଲେ ଯଦି ଶୁଣା ନ ଯାଏ ସେ ଦଳ ଏକଛତ୍ରବାଦୀ। ସେମାନେ ଯଦି କୋର୍ଟକୁ ଯାଇଛନ୍ତି, ଆମର କିଛି କହିବାର ନାହିଁ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା