ମୁଖ୍ୟମନ୍ତ୍ରୀଙ୍କୁ ସୁରକ୍ଷା ମାଗିଲେ ତେଲକୋଇ ବିଧାୟକ
ଭୁବନେଶ୍ୱର, ୧୧ ସେପ୍ଟେମ୍ବର (ହି.ସ)- ମୁଖ୍ୟମନ୍ତ୍ରୀଙ୍କୁ ସୁରକ୍ଷା ମାଗିଛନ୍ତି ତେଲକୋଇ ବିଧାୟକ ଫକୀର ମୋହନ ନାଏକ। ବିଧାୟକ ତୁରନ୍ତ ସୁରକ୍ଷା ବ୍ୟବସ୍ଥା ବଢ଼ାଇବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ନିବେଦନ କରିଛନ୍ତି। କିଛିଦିନ ଧରି ସୋସିଆଲ ମିଡିଆରେ ତାଙ୍କୁ ଧମକ ମିଳୁଥିବା ସେ ଅଭିଯୋଗ କରିଛନ୍ତ
telkoi mla


ଭୁବନେଶ୍ୱର, ୧୧ ସେପ୍ଟେମ୍ବର (ହି.ସ)- ମୁଖ୍ୟମନ୍ତ୍ରୀଙ୍କୁ ସୁରକ୍ଷା ମାଗିଛନ୍ତି ତେଲକୋଇ ବିଧାୟକ ଫକୀର ମୋହନ ନାଏକ। ବିଧାୟକ ତୁରନ୍ତ ସୁରକ୍ଷା ବ୍ୟବସ୍ଥା ବଢ଼ାଇବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ନିବେଦନ କରିଛନ୍ତି। କିଛିଦିନ ଧରି ସୋସିଆଲ ମିଡିଆରେ ତାଙ୍କୁ ଧମକ ମିଳୁଥିବା ସେ ଅଭିଯୋଗ କରିଛନ୍ତି। ତେଲକୋଇ ନିର୍ବାଚନମଣ୍ଡଳିରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ରହିଛି। ସୁରକ୍ଷା ବ୍ୟବସ୍ଥା ବଢ଼ାଇବା ସହ ଘଟଣାର ନିରପେକ୍ଷ ତଦନ୍ତ କରାଯିବାକୁ ଦାବି କରିଛନ୍ତି ବିଧାୟକ ଶ୍ରୀ ନାଏକ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande