ଭୀଷଣ ବର୍ଷା ସମ୍ଭାବନା : ଆଗାମୀ ୨୪ ଘଂଟା ପାଇଁ ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଭୁବନେଶ୍ୱର, ୧୨ ସେପ୍ଟେମ୍ବର (ହି.ସ.)- ଭୀଷଣ ବର୍ଷା ସମ୍ଭାବନା ନେଇ ୧୨ ତାରିଖ ସକାଳ ଠାରୁ ୧୩ ତାରିଖ ସକାଳ ଏବଂ ୧୫ ତାରିଖ ସକାଳ ଠାରୁ ୧୮ ତାରିଖ ସକାଳ ପର୍ଯ୍ୟନ୍ତ ରାଜ୍ୟର କେତେକ ଜିଲ୍ଲାକୁ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ । ଭୀଷଣ ବର୍ଷା ସମ୍ଭାବନା ନେଇ ଆଗାମୀ ୨୪ ଘଂଟା ପାଇଁ ୭ ଜ
ଭୀଷଣ ବର୍ଷା ସମ୍ଭାବନା : ଆଗାମୀ ୨୪ ଘଂଟା ପାଇଁ ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ


ଭୁବନେଶ୍ୱର, ୧୨ ସେପ୍ଟେମ୍ବର (ହି.ସ.)- ଭୀଷଣ ବର୍ଷା ସମ୍ଭାବନା ନେଇ ୧୨ ତାରିଖ ସକାଳ ଠାରୁ ୧୩ ତାରିଖ ସକାଳ ଏବଂ ୧୫ ତାରିଖ ସକାଳ ଠାରୁ ୧୮ ତାରିଖ ସକାଳ ପର୍ଯ୍ୟନ୍ତ ରାଜ୍ୟର କେତେକ ଜିଲ୍ଲାକୁ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ ।

ଭୀଷଣ ବର୍ଷା ସମ୍ଭାବନା ନେଇ ଆଗାମୀ ୨୪ ଘଂଟା ପାଇଁ ୭ ଜିଲ୍ଲା(ବରଗଡ଼, ବଲାଙ୍ଗିର, କଳାହାଣ୍ଡି, ନୂଆପଡା, ନବରଙ୍ଗପୁର, କୋରାପୁଟ, ମାଲକାନଗିରି)କୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲା ଗୁଡିକରେ ୭ରୁ ୧୧ ସେ.ମି. ପର୍ଯ୍ୟନ୍ତ ବର୍ଷା ହୋଇପାରେ ।

ସେହିପରି ଭୀଷଣ ବର୍ଷା ସମ୍ଭାବନା ନେଇ ୧୫ ତାରିଖ ସକାଳ ଠାରୁ ୧୬ ତାରିଖ ସକାଳ ପର୍ଯ୍ୟନ୍ତ ୨ ଜିଲ୍ଲା (ମୟୂରଭଞ୍ଜ, କେନ୍ଦୁଝର)କୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୧୬ ତାରିଖ ସକାଳ ଠାରୁ ୧୭ ତାରିଖ ସକାଳ ପର୍ଯ୍ୟନ୍ତ ୩ ଜିଲ୍ଲା (ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର)କୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ୧୭ ତାରିଖ ସକାଳ ଠାରୁ ୧୮ ତାରିଖ ସକାଳ ପର୍ଯ୍ୟନ୍ତ ମୟୂରଭଞ୍ଜ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୧୮ ତାରିଖ ସକାଳ ଠାରୁ ୧୯ ତାରିଖ ସକାଳ ପର୍ଯ୍ୟନ୍ତ ରାଜ୍ୟର ଜିଲ୍ଲାଗୁଡିକ ପାଇଁ କୌଣସି ଚେତାବନୀ ନାହିଁ । ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଶନିବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande