
ଭୁବନେଶ୍ୱର,୧୨ ସେପ୍ଟେମ୍ବର (ହି.ସ)- ମାଲକାନଗିରିରେ ପ୍ରବଳ ବର୍ଷା ନେଇ ଜିଲ୍ଲାପାଳଙ୍କ ସହ କଥା ହୋଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ମନ୍ତ୍ରୀ ଜିଲ୍ଲାପାଳଙ୍କ ସହ ବନ୍ୟା ସ୍ଥିତି ଏବଂ ସରକାରୀ ପ୍ରସ୍ତୁତି ନେଇ ଆଲୋଚନା କରିଛନ୍ତି। ୪ଟି ରାସ୍ତା ଉପରେ ପାଣିଚାଲିଛି ଫଳରେ ଯାତାୟାତ ବନ୍ଦ ରହିଛି। ଫସିଥିବା ଡ୍ରାଇଭରଙ୍କ ପାଇଁ ଖାଦ୍ୟପାନୀୟର ବ୍ୟବସ୍ଥା କରାଯାଇଛି। ଜିଲ୍ଲାରେ ସ୍ୱାସ୍ଥ୍ୟ ଟିମ ମଧ୍ୟ ନିୟୋଜିତ ରହିଛି । ପାଣି ଜମିଥିବା ୪ଟି ରାସ୍ତାକୁ ଉଚ୍ଚ କରିବାକୁ ଅର୍ଥ ମଞ୍ଜୁର ହୋଇଛି । ଆସନ୍ତା ମୌସୁମୀରେ ମାଲକାନଗିରିରେ ଏ ସମସ୍ୟା ରହିବନି ବୋଲି ମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା