
ଗଞ୍ଜାମ, ୧୮ ସେପ୍ଟେମ୍ବର (ହି.ସ.)- ସେପ୍ଟେମ୍ବର ୨୩ ତାରିଖରେ ବ୍ରହ୍ମପୁର ସହରରେ ଅନୁଷ୍ଠିତ ହେବାକୁ ଥିବା ୧୧ତମ ଜାତୀୟ ଆୟୁର୍ବେଦ ଦିବସ ଉପଲକ୍ଷେ ଏକ ବିଶାଳ ସଚେତନତା ରାଲି ଆୟୋଜନ ପାଇଁ ଆଜି ଆୟୁର୍ବେଦ ଚିକିତ୍ସକମାନଙ୍କ ଏକ ପ୍ରତିନିଧି ଦଳ ମଧ୍ୟରେ ଆଲୋଚନା ହୋଇଥିଲା।
ଏହି ପ୍ରତିନିଧି ଦଳରେ ଡ଼. କିରଣ କୁମାର ପାଣିଗ୍ରାହୀ ଜିଲ୍ଲା ସଂପାଦକ, ଅଖିଳ ଭାରତୀୟ ଆୟୁର୍ବେଦ ସମ୍ମିଳନ, ରାଜ୍ୟ ସଂଯୋଜକ ଜିଲ୍ଲା ସଂଯୋଜକ, ବିଶ୍ୱ ଆୟୁର୍ବେଦ ପାରିଷଦ ଡ଼. ଅତୁଲ୍ୟ କୁମାର ପଟ୍ଟନାୟକ, ଅଧ୍ୟକ୍ଷ, ଅଖିଳ ଭାରତୀୟ ଆୟୁର୍ବେଦ ସମ୍ମିଳନ, ଗଞ୍ଜାମ ଶାଖା
ଡ. ରମେଶ ଚନ୍ଦ୍ର ଦାଶ, ଡ଼. କଳାନିଧି ହୋତା ଏବଂ ବହୁ ଆୟୁର୍ବେଦ ଚିକିତ୍ସକ ଓ ସଂଗଠନର ପ୍ରତିନିଧିମାନେ ଉପସ୍ଥିତ ଥିଲେ।
ସେପ୍ଟେମ୍ବର ୨୩ ତାରିଖରେ ବିଶାଳ ଆୟୁର୍ବେଦ ସଚେତନତା ରାଲିରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ସହରର ଏସପି ଡଃ. ସର୍ବଣା ବିବେକଙ୍କୁ ଆମନ୍ତ୍ରଣ କରାଯାଇଛି ଏବଂ ରାଲିର ପତକା ଦେଖାଇ ଉଦ୍ଘାଟନ କରିବା ପାଇଁ ତାଙ୍କ ଉପସ୍ଥିତିର ସ୍ୱୀକୃତି ମିଳିଛି।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ