ସୋନପୁରରେ ଜିଲ୍ଲାସ୍ତରୀୟ ବିଜ୍ଞାନ ସେମିନାର ଅନୁଷ୍ଠିତ
ଓଏଭି ଡୁଙ୍ଗୁରିପାଲିର ଅଖିଲେଶ ଭୋଇ ପ୍ରଥମ ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ସୁବର୍ଣ୍ଣପୁର, ୧୮ ସେପ୍ଟେମ୍ବର(ହି.ସ.) – ସୋନପୁର ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଆନୁକୂଲ୍ୟରେ ସ୍ଥାନୀୟ ସରକାରୀ ବାଲିକା ଉଚ୍ଚ ବିଦ୍ୟାଳୟ ଠାରେ ଜିଲ୍ଲାସ୍ତରୀୟ ବିଜ୍ଞାନ ସେମିନାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜ
ସୋନପୁରରେ ଜିଲ୍ଲାସ୍ତରୀୟ ବିଜ୍ଞାନ ସେମିନାର ଅନୁଷ୍ଠିତ: ଓଏଭି ଡୁଙ୍ଗୁରିପାଲିର ଅଖିଲେଶ ଭୋଇ ପ୍ରଥମ ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ l


ଓଏଭି ଡୁଙ୍ଗୁରିପାଲିର ଅଖିଲେଶ ଭୋଇ ପ୍ରଥମ ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ

ସୁବର୍ଣ୍ଣପୁର, ୧୮ ସେପ୍ଟେମ୍ବର(ହି.ସ.) – ସୋନପୁର ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଆନୁକୂଲ୍ୟରେ ସ୍ଥାନୀୟ ସରକାରୀ ବାଲିକା ଉଚ୍ଚ ବିଦ୍ୟାଳୟ ଠାରେ ଜିଲ୍ଲାସ୍ତରୀୟ ବିଜ୍ଞାନ ସେମିନାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ଚୟନ ହୋଇଥିବା ୬ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରି ନିଜର ଗବେଷଣାଧର୍ମୀ ସନ୍ଦର୍ଭ ଉପସ୍ଥାପନ କରିଥିଲେ।

ଉଦ୍ଘାଟନୀ ଉତ୍ସବରେ ଚଢେଇପଙ୍କ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରଥ ବାରିକ, ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଅମ୍ଲାନ ପାଣ୍ଡିଆ, ମହାରାଜା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଅନୁଲିତା ମିଶ୍ର ଓ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ବାଲୀଜୀ ବିଶ୍ୱନାଥ ପ୍ରମୁଖ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ। ସୁଜିତ ମିଶ୍ର, ପ୍ରଗତି ପୁରୋହିତ ଓ ସୁରଥ ବାରିକ ବିଚାରକ ଦାୟିତ୍ୱ ତୁଲାଇ କୃତୀ ପ୍ରତିଯୋଗୀଙ୍କ ମୂଲ୍ୟାଙ୍କନ କରିଥିଲେ।

‘ଭାରତୀୟ ଶକ୍ତି ଭଣ୍ଡାର ୨୦୪୭: ସମ୍ଭାବନା ଓ ଆହ୍ୱାନ’ ଶୀର୍ଷକ ବିଷୟବସ୍ତୁକୁ ନେଇ ଆୟୋଜିତ ଉଦ୍ଯାପନୀ ଉତ୍ସବରେ ସୋନପୁର ଏ.ଡି.ଏମ୍. ଆଞ୍ଜେଲିନା ପଧାନ, ଜିଲ୍ଲା ଶିକ୍ଷା ଅଧିକାରୀ ଘନଶ୍ୟାମ ମେହେର, ବିନିକା ବି.ଇ.ଓ. ଲକ୍ଷ୍ମଣ ମିଶ୍ର, ଧର୍ମଶାଳା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପର୍ଶୁରାମ ମେହେର ଓ ପ୍ରଜ୍ଞା ପରମିତା ଦାସ ପ୍ରମୁଖ ମଂଚାସୀନ ରହି ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ। ୨୦୪୭ ସୁଦ୍ଧା ଭାରତର ଶକ୍ତି ସୁରକ୍ଷା, ଅକ୍ଷୟ ଶକ୍ତିର ବ୍ୟବହାର, ସ୍ଥାୟୀ ବିକାଶ ଓ ବୈଜ୍ଞାନିକ ଚିନ୍ତାଧାରାର ଗୁରୁତ୍ୱ ସମ୍ପର୍କରେ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶ୍ରୀ ପାଣ୍ଡିଆ ସୂଚନା ଦେଇଥିଲେ।

ଏହି ପ୍ରତିଯୋଗିତା ରେ ଡୁଙ୍ଗୁରିପାଲି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ର ଅଖିଲେଶ ଭୋଇ ପ୍ରଥମ ସ୍ଥାନ ଗ୍ରହଣ କରିଥିବାବେଳେ ଝାରବୀହାଲି ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ସିମ୍ରନ ମେହେର ଦ୍ୱିତୀୟ ସ୍ଥାନ ଏବଂ ବାଉଁଶୁଣୀ ଉଚ୍ଚ ବିଦ୍ୟାଳୟ ନିକି ମୁଦୁଲି ତୃତୀୟ ସ୍ଥାନ ଗ୍ରହଣ କରିଥିଲେ।

କୃତୀ ପ୍ରତିଯୋଗୀ ଅଖିଲେଶ ଭୋଇ ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛନ୍ତି। କାର୍ଯ୍ୟକ୍ରମ ଶେଷରେ ସମସ୍ତ ଅଂଶଗ୍ରହଣକାରୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିବାବେଳେ ପ୍ରଜ୍ଞା ପରମିତା ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande