ବିକ୍ରମଦେବ ବିଶ୍ଵବିଦ୍ୟାଳୟରେ ‘ତେଜସ୍’ କାର୍ଯ୍ୟକ୍ରମ ଅନୁଷ୍ଠିତ
ଜୟପୁର, ୧୮ ସେପ୍ଟେମ୍ବର (ହି.ସ.)- ବିକ୍ରମଦେବ ବିଶ୍ୱବିଦ୍ୟାଳୟ, ଜୟପୁର ପରିସରରେ ଜିଲ୍ଲା କୋରାପୁଟ ପାଇଁ ତେଜସ୍’‘ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି। ଡିପାର୍ଟମେଣ୍ଟ ଫର ପ୍ରମୋସନ୍ ଅଫ୍ ଇଣ୍ଡଷ୍ଟ୍ରି ଆଣ୍ଡ ଇଣ୍ଟରନାଲ୍ ଟ୍ରେଡ୍ ର ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଆଇଆଇଟି ଭୁ
ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ‘ତେଜସ୍’ କାର୍ଯ୍ୟକ୍ରମ ଅନୁଷ୍ଠିତ


ଜୟପୁର, ୧୮ ସେପ୍ଟେମ୍ବର (ହି.ସ.)- ବିକ୍ରମଦେବ ବିଶ୍ୱବିଦ୍ୟାଳୟ, ଜୟପୁର ପରିସରରେ ଜିଲ୍ଲା କୋରାପୁଟ ପାଇଁ ତେଜସ୍’‘ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି। ଡିପାର୍ଟମେଣ୍ଟ ଫର ପ୍ରମୋସନ୍ ଅଫ୍ ଇଣ୍ଡଷ୍ଟ୍ରି ଆଣ୍ଡ ଇଣ୍ଟରନାଲ୍ ଟ୍ରେଡ୍ ର ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଆଇଆଇଟି ଭୁବନେଶ୍ୱର ଏଥିରେ ସହଯୋଗ କରିଥିଲା।

ବିଶ୍ୱବିଦ୍ୟାଳୟର ଲେକ୍ଚର ଥିଏଟର–୨ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା ଛାତ୍ରଛାତ୍ରୀ, ଯୁବପିଢ଼ି ଓ ଉଦ୍ୟୋଗୀମାନଙ୍କ ମଧ୍ୟରେ ଷ୍ଟାର୍ଟଅପ୍ ଓ ଉଦ୍ୟମିତା ସମ୍ପର୍କରେ ସଚେତନତା ସୃଷ୍ଟି କରିବା, ଷ୍ଟାର୍ଟଅପ୍ ଇକୋସିଷ୍ଟମ୍ ସହିତ ପରିଚିତ କରାଇବା ଏବଂ ଉଦ୍ୟମୀ ଯାତ୍ରା ପାଇଁ ଉପଲବ୍ଧ ସରକାରୀ ସହାୟତା ଓ ସୁଯୋଗ ବିଷୟରେ ଅବଗତ କରାଇବା।

ଉଦ୍ଘାଟନୀ ଅଧିବେଶନରେ ଆଇଆଇଟି ଭୁବନେଶ୍ବର ସିଇଓ ଡଃ ଶୋଭନକର ପତି ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ। ସିଇଓ ସ୍ମୃତି ରଞ୍ଜନ ପ୍ରଧାନ ବିଭିନ୍ନ ପଦକ୍ଷେପ ଓ ଉଦ୍ୟମିତା ବିକାଶ ସମ୍ପର୍କରେ ଅଭିଭାଷଣ ରଖିଥିଲେ।

ବିକ୍ରମଦେବ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ହୃଷିକେଶ ସେନାପତି ତାଙ୍କ ଅଭିଭାଷଣରେ ଯୁବପିଢ଼ିଙ୍କୁ ପାରମ୍ପରିକ ଚାକିରି ଅନ୍ୱେଷଣ ସହିତ ନୂତନ ଚିନ୍ତାଧାରା, ନବସୃଜନ ଓ ଉଦ୍ୟମିତା ମାଧ୍ୟମରେ ନିଜସ୍ୱ ସୁଯୋଗ ସୃଷ୍ଟି କରିବାକୁ ଆହ୍ୱାନ ଦେଇଥିଲେ। ସ୍ଥାନୀୟ ସମ୍ପଦ, ଜ୍ଞାନ ଓ ପ୍ରତିଭାକୁ ଆଧାର କରି କୋରାପୁଟ ଜିଲ୍ଲାରେ ନୂତନ ଉଦ୍ୟମ ଗଢ଼ି ତୋଳିବାର ବ୍ୟାପକ ସୁଯୋଗ ରହିଛି ବୋଲି ସେ ଉଲ୍ଲେଖ କରିଥିଲେ।

ଏହି ଅବସରରେ ଅତିଥି, ବକ୍ତା ଓ ଆୟୋଜକମାନଙ୍କୁ ସମ୍ମାନିତ କରାଯାଇଥିଲା। ପ୍ରଫେସର ବ୍ରଜବନ୍ଧୁ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ।

ପରବର୍ତ୍ତୀ ଅଧିବେଶନରେ ଅଂଶୁଲ ଗୌତମ ‘ ଏବଂ ଷ୍ଟାର୍ଟଅପ୍ ଇକୋସିଷ୍ଟମ୍ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଡଃ. ଜ୍ୟୋତ୍ସ୍ନାରାଣୀ ଜେନା ଓଡ଼ିଶାର ଷ୍ଟାର୍ଟଅପ୍ ଇକୋସିଷ୍ଟମ୍ ର ସହାୟତା ଏବଂ ଅଧୀନରେ ଉପଲବ୍ଧ ସୁବିଧା ବିଷୟରେ ଅବଗତ କରାଇଥିଲେ। ଏଥିରେ ଇନ୍କ୍ୟୁବେଟର, ଶିଳ୍ପ ଓ ସରକାରଙ୍କ ଭୂମିକା ମାଧ୍ୟମରେ ଓଡ଼ିଶାର ଷ୍ଟାର୍ଟଅପ୍ ସମ୍ଭାବନାକୁ କିପରି ଆଗକୁ ନିଆଯାଇପାରିବ, ସେନେଇ ବିଶେଷଜ୍ଞମାନେ ମତ ବିନିମୟ କରିଥିଲେ।

ଏହି ଅଧିବେଶନରେ ଡ଼. ସୁଭଙ୍କର ପତି, ଶିବ ସୁବ୍ରମଣ୍ୟମ, ଧୀରେନ୍ଦ୍ର ନାଥ ବେହେରା, ତପନ କୁମାର ସାମନ୍ତରାୟ, ପ୍ରମୁଖ ଅଂଶଗ୍ରହଣ କରିଥିଲେ।

ପରବର୍ତ୍ତୀ ଅଧିବେଶନରେ ଅପରାହ୍ନରେ “ ” ଶୀର୍ଷକ ବୈଷୟିକ ଅଧିବେଶନରେ ଭଳି ଷ୍ଟାର୍ଟଅପ୍ ର ସଫଳତା କାହାଣୀ ଉପସ୍ଥାପିତ ହୋଇଥିଲା।

କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ବିଷୟରେ ପ୍ୟାନେଲ୍ ଆଲୋଚନା ହୋଇଥିଲା। କୋରାପୁଟର ସ୍ଥାନୀୟ ସମ୍ପଦକୁ ଆଧାର କରି ଟିକେଇଥିବା ଉଦ୍ୟମ ଗଠନ, ନୂତନ ବ୍ୟବସାୟିକ ସୁଯୋଗ ଓ ଉଦ୍ୟମୀମାନଙ୍କ ପାଇଁ ସମ୍ଭାବନା ଉପରେ ଆଲୋଚନା କରାଯାଇଥିଲା।

ଏହି ତେଜସ୍’ କାର୍ଯ୍ୟକ୍ରମ ନୂତନ ଉଦ୍ୟମୀ, ଛାତ୍ରଛାତ୍ରୀ, ଷ୍ଟାର୍ଟଅପ୍ ପ୍ରତିଷ୍ଠାତା ଓ ଉଦ୍ୟମିତା ସହ ଜଡ଼ିତ ବ୍ୟକ୍ତିମାନଙ୍କୁ ଏକ ମଞ୍ଚରେ ଆଣିବା ସହିତ ଜ୍ଞାନ ବିନିମୟ, ନେଟୱର୍କିଂ ଓ ମାର୍ଗଦର୍ଶନର ସୁଯୋଗ ପ୍ରଦାନ କରୁଛି। କାର୍ଯ୍ୟକ୍ରମଟି ଏବଂ ସହଯୋଗୀ ସଂସ୍ଥାମାନଙ୍କ ସହଭାଗିତାରେ ଆୟୋଜିତ ହୋଇଛି।

କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ, ଯୁବ ଉଦ୍ୟମୀ, ଶିକ୍ଷକ, ଗବେଷକ ଓ ବିଭିନ୍ନ ମହଲର ପ୍ରତିନିଧିମାନେ ଯୋଗଦେଇ ଷ୍ଟାର୍ଟଅପ୍, ନବସୃଜନ ଓ ଉଦ୍ୟମିତା ସମ୍ପର୍କିତ ବିଭିନ୍ନ ବିଷୟରେ ଜ୍ଞାନ ଆହରଣ କରିଥିଲେ।

ଏହି ‘’ତେଜସ୍’ କାର୍ଯ୍ୟକ୍ରମ କୋରାପୁଟ ଜିଲ୍ଲାରେ ଉଦ୍ୟମିତାର ନୂତନ ସୁଯୋଗ, ନବସୃଜନ ଓ ଷ୍ଟାର୍ଟଅପ୍ ସଂସ୍କୃତିକୁ ଆହୁରି ସୁଦୃଢ଼ କରିବାରେ ସହାୟକ ହେବ ବୋଲି ଆଶା ପ୍ରକାଶ ପାଇଛି।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande