ଏସୀୟ କ୍ରୀଡ଼ା ୨୦୨୬: ଟ୍ରାପରେ ନୀରୁ ଧାଣ୍ଡା ରଚିଲେ ଇତିହାସ, ଏସୀୟ ରେକର୍ଡ ସହ ଜିତିଲେ ସ୍ୱର୍ଣ୍ଣ ପଦକ
ଆଇଚି-ନାଗୋୟା, ସେପ୍ଟେମ୍ବର 29 (ହି.ସ)ଭାରତୀୟ ନିଶାନେବାଜ ନୀରୁ ଧାଣ୍ଡା ଏସୀୟ କ୍ରୀଡ଼ା ୨୦୨୬ରେ ମହିଳା ଟ୍ରାପ୍ ବ୍ୟକ୍ତିଗତ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି। ନୀରୁ ଫାଇନାଲରେ ୨୮ଟି ହିଟ୍ର ସ୍କୋର କରି ନୂଆ ଏସୀୟ କ୍ରୀଡ଼ା ରେକର୍ଡ ସ୍ଥାପନ କରିଛନ୍ତି। ଏହା ଏହି ଇଭେଣ୍ଟରେ ଭାରତର ପ୍
भारतीय निशानेबाज नीरु धांडा


ଆଇଚି-ନାଗୋୟା, ସେପ୍ଟେମ୍ବର 29 (ହି.ସ)ଭାରତୀୟ ନିଶାନେବାଜ ନୀରୁ ଧାଣ୍ଡା ଏସୀୟ କ୍ରୀଡ଼ା ୨୦୨୬ରେ ମହିଳା ଟ୍ରାପ୍ ବ୍ୟକ୍ତିଗତ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି। ନୀରୁ ଫାଇନାଲରେ ୨୮ଟି ହିଟ୍ର ସ୍କୋର କରି ନୂଆ ଏସୀୟ କ୍ରୀଡ଼ା ରେକର୍ଡ ସ୍ଥାପନ କରିଛନ୍ତି। ଏହା ଏହି ଇଭେଣ୍ଟରେ ଭାରତର ପ୍ରଥମ ପଦକ ଏବଂ ଏସୀୟ କ୍ରୀଡ଼ା ୨୦୨୬ରେ ଭାରତର ପଞ୍ଚମ ସ୍ୱର୍ଣ୍ଣ ପଦକ। ଏଥିସହ ଚଳିତ କ୍ରୀଡ଼ାରେ ଏହା ଭାରତର ପ୍ରଥମ ବ୍ୟକ୍ତିଗତ ସ୍ୱର୍ଣ୍ଣ ପଦକ।

ନୀରୁ ଫାଇନାଲରେ ଚମତ୍କାର ପ୍ରଦର୍ଶନ କରି ଆରମ୍ଭରୁ ହିଁ ନିଜର ଅଗ୍ରଣୀ ବଜାୟ ରଖିଥିଲେ। ସେ ମୋଟ ୨୮ଟି ଟାର୍ଗେଟ୍କୁ ସଠିକ୍ ଭାବେ ଭେଦ କରିଥିଲେ। ଚୀନର ଜଣେ ନିଶାନେବାଜ ୨୬ଟି ହିଟ୍ ସହ ରୌପ୍ୟ ପଦକ ଜିତିଥିବାବେଳେ କୁଏତର ଖେଳାଳି ୨୧ଟି ହିଟ୍ ସହ କାଂସ୍ୟ ପଦକ ହାସଲ କରିଥିଲେ।

ନୀରୁଙ୍କ ୨୮ ହିଟ୍ର ସ୍କୋର ମଧ୍ୟ ଏକ ନୂଆ ଏସୀୟ କ୍ରୀଡ଼ା ରେକର୍ଡ। ଏହା ପୂର୍ବରୁ ଏହି ଇଭେଣ୍ଟରେ ୨୪ ହିଟ୍ର ରେକର୍ଡ ଚୀନର ଲିଉ ୱାନ୍-ୟୁଙ୍କ ନାମରେ ଥିଲା। ସେ ଚଳିତ ବର୍ଷ ଜାନୁଆରୀରେ ଏହି ରେକର୍ଡ ସ୍ଥାପନ କରିଥିଲେ।

ମହିଳା ବ୍ୟକ୍ତିଗତ ଟ୍ରାପ୍ ଇଭେଣ୍ଟରେ ଏସୀୟ କ୍ରୀଡ଼ାରେ ନୀରୁଙ୍କ ଏହା ପ୍ରଥମ ପଦକ। ଏହା ପୂର୍ବରୁ ମଙ୍ଗଳବାର ନୀରୁ, ଆଶିମା ଅହଲାୱତ ଏବଂ ମନୀଷା କୀରଙ୍କୁ ନେଇ ଗଠିତ ଭାରତୀୟ ଦଳ ମହିଳା ଟ୍ରାପ୍ ଦଳଗତ ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିଲା। ସେହି ପ୍ରତିଯୋଗିତାରେ ନୀରୁ ବ୍ୟକ୍ତିଗତ ଯୋଗ୍ୟତା ପର୍ଯ୍ୟାୟରେ ୧୧୮ ପଏଣ୍ଟ ହାସଲ କରି ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ।

--------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande