
ପଟ୍ଟାମୁଣ୍ଡାଇ , 30 ସେପ୍ଟେମ୍ବର (ହି.ସ.)କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ନାଇଆଡିଆ ସେତୁ ଉପରୁ ବ୍ରାହ୍ମଣୀ ନଦୀକୁ ଡେଇଁ ଜଣେ ୫୨ ବର୍ଷୀୟ ବ୍ୟକ୍ତି ନିଖୋଜ ହୋଇଥିବା ଖବର ମିଳିଛି। ନିଖୋଜ ବ୍ୟକ୍ତି ଜଣକ ସ୍ଥାନୀୟ ଦେବଳା ଗ୍ରାମର ଭିକାରୀ ଦାଶ ବୋଲି ଜଣାଯାଇଛି। ଖବର ପାଇବା ମାତ୍ରେ ପଟ୍ଟାମୁଣ୍ଡାଇ ଅଗ୍ନିଶମ ବାହିନୀର କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଁଚି ନଦୀରେ ବ୍ୟାପକ ଖୋଜାଖୋଜି ଜାରି ରଖିଛନ୍ତି। ନଦୀରେ ପ୍ରବଳ ସ୍ରୋତ ଥିବାରୁ ସନ୍ଧାନ କାର୍ଯ୍ୟରେ ବାଧା ସୃଷ୍ଟି ହେଉଥିବା ଜଣାପଡ଼ିଛି। ନିଖୋଜ ବ୍ୟକ୍ତିଙ୍କର କୌଣସି ସନ୍ଧାନ ମିଳିପାରି ନାହିଁ।
---------------
ହିନ୍ଦୁସ୍ଥାନ ସମାଚାର / ସୁଧାଂଶୁ