ପରିବହନ ବିଭାଗ ପକ୍ଷରୁ ଶୂନ୍ୟ ମୃତାହତ ସପ୍ତାହ ପାଳିତ
କେନ୍ଦ୍ରାପଡ଼ା, ୦୭ ସେପ୍ଟେମ୍ବର(ହି.ସ.) – କେନ୍ଦ୍ରାପଡ଼ା ଆଂଚଳିକ ପରିବହନ ବିଭାଗ ପକ୍ଷରୁ ଶୂନ୍ୟ ମୃତାହତ ସପ୍ତାହ ପୌରାଂଚଳ ଅନ୍ତର୍ଗତ ପ୍ରଜାପତି ବ୍ରାହ୍ମକୁମାରୀ ଆଶ୍ରମରେ ଆୟୋଜିତ ହୋଇଯାଇଛି। ଆରଟିଓ ଲୋକନାଥ ମେହେରଙ୍କ ପୌରାହିତରେ ଆୟୋଜିତ ଏହି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ରାଜ୍ୟ ସ
ପରିବହନ ବିଭାଗ ପକ୍ଷରୁ ଶୂନ୍ୟ ମୃତାହତ ସପ୍ତାହ ପାଳିତ


କେନ୍ଦ୍ରାପଡ଼ା, ୦୭ ସେପ୍ଟେମ୍ବର(ହି.ସ.) – କେନ୍ଦ୍ରାପଡ଼ା ଆଂଚଳିକ ପରିବହନ ବିଭାଗ ପକ୍ଷରୁ ଶୂନ୍ୟ ମୃତାହତ ସପ୍ତାହ ପୌରାଂଚଳ ଅନ୍ତର୍ଗତ ପ୍ରଜାପତି ବ୍ରାହ୍ମକୁମାରୀ ଆଶ୍ରମରେ ଆୟୋଜିତ ହୋଇଯାଇଛି। ଆରଟିଓ ଲୋକନାଥ ମେହେରଙ୍କ ପୌରାହିତରେ ଆୟୋଜିତ ଏହି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ରାଜ୍ୟ ସରକାରଙ୍କ ପକ୍ଷରୁ ସଡ଼କ ଜନିତ ମୃତାହତ ରୋକିବା ପାଇଁ ବିଶେଷ ସଚେତନତା କାର୍ୟ୍ୟକ୍ରମ ଆୟୋଜିତ ହେଉଛି ଜ୍ଝବିଶେଷ ଭାବରେ ସଡ଼କର ନିୟମ ମାନି ଗାଡି ଚଳାଇବା, ବେପରୁଆ ଗାଡି ଚାଳନାରୁ ଦୁରେଇ ରହିବା ଓ ଦୁର୍ଘଟଣାଜନିତ ମୃତ୍ୟୁରୁ ଦୁରେଇ ରହିବା ଏହି ସଚେତନତା କାର୍ୟ୍ୟକ୍ରମର ମୁଖ୍ୟ ଉଦେଶ୍ୟ ବୋଲି ଶ୍ରୀ ମେହେର କହିଛନ୍ତି। ଏମଭିଆଇ କାଜଲ ପ୍ରଧାନ,କନିଷ୍ଠ ଏମଭିଆଇ ଶ୍ରୀକାନ୍ତ ଟୁଡୁ ଆଦି ଉପସ୍ଥିତ ରହି ପ୍ରତେକ ଲୋକଙ୍କ ଜୀବନ ମୂଲ୍ୟବାନ। ଏହି ମୂଲ୍ୟବାନ ଜୀବନ ପାଇଁ ଆମେ ସମସ୍ତେ ଯତ୍ନବାନ ହେବା ଆବଶ୍ୟକ ବୋଲି କହିଥିଲେ ଜ୍ଝ ବରିଷ୍ଠ ଲିପିକ ସଞ୍ଜୟ କୁମାର ନାୟକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande