
ଭୁବନେଶ୍ୱର, 08 ସେପ୍ଟେମ୍ବର (ହି.ସ.)- ସମ୍ବଲପୁର
ବିଶ୍ୱବିଦ୍ୟାଳୟ, ବୁର୍ଲାର ୩୬ତମ ସମାବର୍ତ୍ତନ ସମାରୋହରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ
ଡ଼ଃ ହରି ବାବୁ କମ୍ଭମପାଟି ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧିତ କରିବା ସହ ଅଭିନନ୍ଦନ
ଜଣାଇଛନ୍ତି।
ବାସ୍ତବ ଜୀବନର ସମସ୍ୟାର
ସମାଧାନ ଓ ନୂତନ ସୁଯୋଗ ସୃଷ୍ଟି ଦିଗରେ ନବସୃଜନ,
ଉଦ୍ୟମିତା ଏବଂ ଉଦୀୟମାନ ପ୍ରଯୁକ୍ତିକୁ ଆପଣାଇବା ପାଇଁ
ଛାତ୍ରଛାତ୍ରୀମାନଙ୍କୁ ସେ ପ୍ରୋତ୍ସାହିତ କରିଛନ୍ତି। ଏହା ମାଧ୍ୟମରେ ଏକ ସୁଦୃଢ଼, ସ୍ଥାୟୀ
ଓ ବିକଶିତ ଭାରତ ଗଠନରେ ଯୋଗଦାନ କରିବାକୁ ସେ ଆହ୍ୱାନ ଜଣାଇଛନ୍ତି।
ଏହି ଅବସରରେ ସାଂସଦ ଶ୍ରୀ
ଧର୍ମେନ୍ଦ୍ର ପ୍ରଧାନ ଜୀ, ମାନ୍ୟବର ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଜୀଙ୍କ
ସମେତ ଅନ୍ୟ ବିଶିଷ୍ଟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା