ସମ୍ବଲପୁର, ୦୧ ଅକ୍ଟୋବର (ହି.ସ.) ସମ୍ବଲପୁର ସହର ଭୁତାପଡା ମା' ମଙ୍ଗଳା ମନ୍ଦିରରେ ନବ କନ୍ୟା ପୂଜା, ପୂର୍ଣ୍ଣାହୁତି ସହ ଆଶ୍ଵିନ ଶରତକାଳୀନ ପୂଜନୋତ୍ସବ ବୁଧବାର ଉଦଯାପିତ ହୋଇଯାଇଛି I ଗତ ୨୮ ତାରିଖ ଆଶ୍ଵିନ ମାସ ଷଷ୍ଠୀ ତିଥିରେ କଳସାଧିବାସ ଓ ବିଲ୍ଲବରନୋତ୍ସବ ତଥା ନବ ପତ୍ରିକା ଆନୟନ ସହ ଆରମ୍ଭ ହୋଇଥିବା ଏହି ପୂଜାର ଆଜି ଅନ୍ତିମ ଦିବସରେ ନବ କନ୍ୟା ପୂଜା ଅନୁଷ୍ଠିତ ହୋଇଥିଲା I ଏହି ପୁଜନୋତ୍ସବରେ ସହରର ହଜାର ହଜାର ମହିଳା ଓ ପୁରୁଷ ଶ୍ରଦ୍ଧାଳୁ ଅଂଶ ଗ୍ରହଣ କରିଥିଲେ I ଭୁତାପଡା ମଙ୍ଗଳା ମନ୍ଦିରର ପୂଜକ ମହେଶ୍ୱର ପଣ୍ଡା, ମୁଖ୍ୟ ଆଚାର୍ଯ୍ୟା ପଣ୍ଡିତ ବଂଶୀଧର ମିଶ୍ର, ପଣ୍ଡିତ ପ୍ରଣବ କୁମାର ମିଶ୍ର, ଦିଶାଙ୍କ ତ୍ରିପାଠୀ, ରାଜକୁମାର ଷଡ଼ଙ୍ଗୀ, ଗୋପାଳ ସୁଆର ପ୍ରମୁଖ ପୂଜା କାର୍ଯ୍ୟ କରିଥିଲେ I ମଙ୍ଗଳା ମନ୍ଦିର କମିଟିର ରବୀନ୍ଦ୍ର ଜେନା, ରସାନନ୍ଦ ବେହେରା, ପିତବାସ ବେହେରା, ଓମ ପ୍ରକାଶ ଦାସ, ଅସିତ ବିଶ୍ୱାଳ, ନିହାର କୁମାର ମାହାନା ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ I ସମ୍ବଲପୁର ଧୂଚୁରାପଡ଼ା ନିବାସୀ ଶ୍ରୀ ସରୋଜ ସାହୁ ଏବଂ ଶ୍ରୀମତୀ ସାଗରୀକା ସାହୁ ସପତ୍ନୀକ କର୍ତ୍ତା ଦାୟିତ୍ୱ ନିର୍ବାହ କରିଥିଲେ I
--------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ