ଧର୍ମଶାଳା,୧୧ଅକ୍ଟୋବର(ହି.ସ.) - ରାସ୍ତାରେ ଯାଉଥିବା କଲେଜ ଛାତ୍ରୀଙ୍କୁ କମେଂଟ ମରାକୁ ନେଇ ଗଣ୍ଡଗୋଳ । ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲା ବରୀ ନିର୍ବାଚନ ମଣ୍ଡଳୀ ବ୍ରହ୍ମବରଦା ଥାନା ଅନ୍ତର୍ଗତ ଝାଲପଡା ପଂଚାୟତରେ । ଏନେଇ ବ୍ରହ୍ମବରଦା ଥାନାରେ କଲେଜ ଛାତ୍ରୀଙ୍କ ପରିବାର ପକ୍ଷରୁ ଅଭିଯୋଗ କରିଥିବା ବେଳେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ଏହି ଘଟଣାକୁ ନେଇ ପଂଚାୟତରେ ଚାପା ସୃଷ୍ଟି ହୋଇଛି । ଅଭିଯୋଗ ମୁତାବକ, ବ୍ରହ୍ମବରଦା ଥାନା ଅନ୍ତର୍ଗତ ଝାଲପଡା ପଂଚାୟତସ୍ଥ ଝାଲପଡା ଗ୍ରାମ ମୁଖ୍ୟ ରାସ୍ତାରେ ଗଲା କିଛି ଦିନ ହେବ ଅସାମାଜିକ ଯୁବକ ଜଲେଜ ଯାତାୟତ କରୁଥିବା ଛାତ୍ରୀଙ୍କୁ କମେଂଟ ମାରି ଆସୁଥିଲେ। ଏନେଇ କଲେଜ ଛାତ୍ରୀ ଜଣକ ପରିବାରଙ୍କୁ ଜଣାଇ ଥିଲେ । ପରିବାର ଲୋକେ କମେଂଟ ମାରୁ ଥିବା ଯୁବକଙ୍କ ପରିବାରଙ୍କୁ ଜଣାଇଥିଲେ । ଏହି ଘଟଣାକୁ ନେଇ ଉଭୟଙ୍କ ମଧ୍ୟ ବଚସା ହୋଇଥିଲା । ଶୁକ୍ରବାର ଦିନ ଗ୍ରାମର ଅନ୍ତ ବାସୁଳାଇ ମନ୍ଦିର ନିକଟରେ ଛାତ୍ରୀ ଜଣକ ଭାଇ ସହିତ କଲେଜ ଯିବା ସମୟରେ ସେହି ଅସାମାଜିକ ଯୁବକମାନେ କମେଂଟ ମାରିଥିଲେ । ଏହାକୁ ନେଇ ଛାତ୍ରୀଙ୍କ ଭାଇ ପ୍ରତିବାଦ କରିବାରୁ ୨ଜଣ ଅସାମାଜିକ ଯୁବକମାନେ ଆକ୍ରମଣ କରିଥିଲେ । ତେବେ ଆଜି ଛାତ୍ରୀଙ୍କ ଭାଇ ଓ ସମ୍ପର୍କୀୟ ଭାଇ ଝାଲପଡା ନଦୀ ବନ୍ଧ ଉପରେ ଯିବା ସମୟରେ ପୁନଃର୍ବାର ୨ ଅସାମାଜିକ ଯୁବକ ଓ ଅନ୍ୟ ୨ଜଣ ସହଯୋଗୀ ସେମାନଙ୍କୁ ଅଟକାଇ ମାଡ ମାରିବା ସହ ଅସଭ୍ୟ ଭାଷାରେ ଗାଳିଗୁଳଜ କରିଥିଲେ । ଯାହାକୁ ନେଇ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ହାତାହାତି ହୋଇଥିଲା । ଖବର ପାଇ ବ୍ରହ୍ମବରଦା ପୋଲିସ ସଦଳବଳେ ଘଟଣାସ୍ଥଳରେ ପଂହଚିବା ପରେ ଘଟଣା ଶାନ୍ତ ପଡିଥିଲା । ଏନେଇ କଲେଜ ଛାତ୍ରୀଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଥିବା ବେଳେ ଓ ଅପର ପକ୍ଷରୁ ବ୍ରହ୍ମବରଦା ଥାନାରେ ପାଲଟା ଅଭିଯୋଗ ହୋଇଥିବା ଜଣାପଡିଛି।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ