ଭଦ୍ରକ, ୧୨ ଅକ୍ଟୋବର (ହି.ସ.) - ଭଦ୍ରକସ୍ଥିତ ଗୀତା ଭବନ ପରିସରରେ ଦ୍ୱିଦିବସୀୟ କର୍ମଶାଳା, ଗୀତାପାଠ ଭଦ୍ରକ କାଳୀ ପର୍ଯ୍ୟନ୍ତ ବିଶ୍ୱବନ୍ଧୁତ୍ୱ ପଦଯାତ୍ରା ମହାସମ୍ମେଳନର ଆବାହକ ପଣ୍ଡିତ ଦୟାନିଧି ଦାଶଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଅଛି । ପ୍ରାତଃ ସମୟରେ ବିଭିନ୍ନ ଜିଲ୍ଲାରୁ ଆସିଥିବା ସଂସ୍କୃତ ବିଦ୍ୱାନ, ପଣ୍ଡିତ, ସଂସ୍କୃତି ପ୍ରିୟ ବ୍ୟକ୍ତିତ୍ୱ ଓ ସମାଜସେବୀମାନେ ଗୀତା ଭବନରୁ ଭଦ୍ରକ କାଳୀ ପର୍ଯ୍ୟନ୍ତ ବିଶ୍ୱ ବନ୍ଧୁତ୍ୱ ପଦଯାତ୍ରାକୁ ଆନୁଷ୍ଠାନିକ ଭାବେ କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ନରସିଂହ ପଣ୍ଡା ମହୋତ୍ସବକୁ ଉଦ୍ଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ପ୍ରଫେସର ମଧୁସୂଦନ ମିଶ୍ର, ମୁଖ୍ୟ ବକ୍ତା ପଣ୍ଡିତ କିଶୋର ଚନ୍ଦ୍ର ମିଶ୍ର, ସମ୍ମାନିତ ଅତିଥି ଅଧ୍ୟାପକ ନିରଞ୍ଜନ ବେହେରା, ସଞ୍ଜୟ କୁମାର ପଣ୍ଡା, ଗୋପାଳକୃଷ୍ଣ ପାଢ଼ୀ ପ୍ରମୁଖ ଯୋଗଦାନ କରି ସଂସ୍କୃତ ବିଶ୍ୱ ବନ୍ଧୁତ୍ୱର ପ୍ରତୀକ ଓ ସଂସ୍କୃତ ସଂସ୍କୃତି ସୁରକ୍ଷା ସଂପର୍କରେ ଆଲୋକପାତ କରିଥିଲେ । ପ୍ରାଚୀନ ଅନୁଷ୍ଠାନ ଦାମୋଦର ସଂସ୍କୃତ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଗୁରୁ ପୂଜନ କାର୍ଯ୍ୟକ୍ରମରେ ଭାବଗ୍ରାହୀ ମିଶ୍ର ଓ ପଣ୍ଡିତ ପଦ୍ମନାଭ ପଣ୍ଡାଙ୍କୁ ଗୁରୁ ଗୌରବ ସମ୍ମାନରେ ସମ୍ମାନିତ କରାଯାଇଥିଲା । ମହାସମ୍ମେଳନର ସଂପାଦକ ଡ଼. ନିତ୍ୟାନନ୍ଦ ମିଶ୍ର ସଂପାଦକୀୟ ଉପସ୍ଥାପନ କରିବା ସଂଗେ ସଂଗେ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଉକ୍ତ ମହୋତ୍ସବରେ ବିଶିଷ୍ଟ ବିଦ୍ୱାନ ପଣ୍ଡିତ, ଗବେଷକ ଓ ସମାଜସେବୀଙ୍କୁ ସମ୍ମାନିତ କରାଯାଇଥିଲା । ସହାସମ୍ମେଳନର କର୍ମକର୍ତା ଦୈତ୍ୟାରି ଦୀକ୍ଷିତ, ଦେବଦର୍ଶନ ଦାଶ, ପଣ୍ଡିତ ନିତ୍ୟାନନ୍ଦ ମିଶ୍ର, ଚନ୍ଦନ କୁମାର ଦାଶ, ମନୋରମା ଆଚାର୍ଯ୍ୟ, କରୁଣାକର ପଣ୍ଡା, ଅକ୍ଷୟ କୁମାର ପାଣିଗ୍ରାହୀ, ରାଧାକାନ୍ତ ଦୀକ୍ଷିତଃ, କୁଶ ମଲ୍ଲିକ ଓ ମଞ୍ଜୁଲତା ମହାପାତ୍ର ପ୍ରମୁଖ ସଭା ସଂଚାଳନ କରିଥିବା ବେଳେ ମହାସମ୍ମେଳନର ସଂଯୋଜକ ସନ୍ତୋଷ କୁମାର ହୋତା ଧନ୍ୟବାଦ ଅର୍ପଣ କରିଥିଲେ ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ