ଭଦ୍ରକ, ୧୧ ଅକ୍ଟୋବର (ହି.ସ.) - ଗତକାଲି ଜିଲାସ୍ତରୀୟ ଅନ୍ତର୍ଜାତୀୟ ବୟୋଜ୍ୟେଷ୍ଠ ଦିବସ ପାଳିତ ହୋଇଯାଇଛି। ଭଦ୍ରକର ସହୀଦ ସ୍ମୃତି ଭବନରେ ଅନୁଷ୍ଠିତ ଏହି ବରିଷ୍ଠ ନାଗରିକ ଦିବସ ପାଳନ ଅବସରରେ ୫୦ ଜଣ ବରିଷ୍ଠ ନାଗରିକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ତେବେ ଅସୁସ୍ଥତା ବଶତଃ ଗତକାଲିର ଏହି ଜିଲାସ୍ତରୀୟ ବୟସ୍କ ବ୍ୟକ୍ତିଙ୍କ ଦିବସରେ ଅନୁପସ୍ଥିତ ଥିବା ବରିଷ୍ଠ ଅଧିବକ୍ତା ପର୍ଶୁରାମ ଦ୍ୱିବେଦୀ, ବର୍ଷିୟାନ ସମାଜସେବୀ ରାମନାରାୟଣ ରାୟ ଓ ଗେଲପୁର ଅଂଚଳର ବୟୋଜ୍ୟେଷ୍ଠ ମହିଳା ନଳିନୀ ଦାସଙ୍କୁ ଜିଲା ପ୍ରଶାସନର ସାମାଜିକ ସୁରକ୍ଷା ଅଧିକାରୀ ସୁବାଷ ଚନ୍ଦ୍ର ନାୟକ, ଜିଲା ବରିଷ୍ଠ ନାଗରିକ ମହାସଂଘର ସାଧାରଣ ସଂପାଦକ କୈଳାସ ଚନ୍ଦ୍ର ମହାପାତ୍ର, କାର୍ଯ୍ୟକାରୀ ସଭାପତି ପଦ୍ମନ କୁମାର ରାୟ, ଉପଦେଷ୍ଟା ଶଶିକାନ୍ତ ପାଢୀ, ନିହାର ଦାସ ଓ ଇନ୍ଦ୍ରମଣି ପଣ୍ଡା ପ୍ରମୁଖ ସେମାନଙ୍କର ବାସଭବନକୁ ଯାଇ ବ୍ୟକ୍ତିଗତ ଭାବେ ସମ୍ବର୍ଦ୍ଧିତ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ