ଆଗାମି ଟ୍ରଷ୍ଟ ଦ୍ୱାରା ଏକ ରାଜ୍ୟସ୍ତରୀୟ ପଦଯାତ୍ରା ଆରମ୍ଭ
ମାଲକାନଗିରି, ୧୧ ଅକ୍ଟୋବର (ହି.ସ.)ମାଲକାନଗିରି ଜିଲ୍ଲାର ପଡିଆ ବ୍ଲକର ରାମ ମନ୍ଦିର ପଡିଆ ଠାରେ ଏକ ଅଭୂତପୂର୍ବ ଜନ-ନେତୃତ୍ୱ ଭିତ୍ତିକ ପ୍ରୟାସ ଭାବରେ, ଆଗାମି ଟ୍ରଷ୍ଟ ଦ୍ୱାରା ଏକ ରାଜ୍ୟସ୍ତରୀୟ ପଦଯାତ୍ରା ଆରମ୍ଭ ହୋଇଛି! ଏହି ପଦଯାତ୍ରା ୩୦ଟି ଜିଲ୍ଲା ଏବଂ ୩୧୪ଟି ବ୍ଲକ୍ ଅତିକ୍ରମ କରିଵା ପରେ ଶେଷରେ
ଆଗାମି ଟ୍ରଷ୍ଟ ଦ୍ୱାରା ଏକ ରାଜ୍ୟସ୍ତରୀୟ ପଦଯାତ୍ରା ଆରମ୍ଭ


ମାଲକାନଗିରି, ୧୧ ଅକ୍ଟୋବର (ହି.ସ.)ମାଲକାନଗିରି ଜିଲ୍ଲାର ପଡିଆ ବ୍ଲକର ରାମ ମନ୍ଦିର ପଡିଆ ଠାରେ ଏକ ଅଭୂତପୂର୍ବ ଜନ-ନେତୃତ୍ୱ ଭିତ୍ତିକ ପ୍ରୟାସ ଭାବରେ, ଆଗାମି ଟ୍ରଷ୍ଟ ଦ୍ୱାରା ଏକ ରାଜ୍ୟସ୍ତରୀୟ ପଦଯାତ୍ରା ଆରମ୍ଭ ହୋଇଛି! ଏହି ପଦଯାତ୍ରା ୩୦ଟି ଜିଲ୍ଲା ଏବଂ ୩୧୪ଟି ବ୍ଲକ୍ ଅତିକ୍ରମ କରିଵା ପରେ ଶେଷରେ ପୁରୀ ସଦର ବ୍ଲକ୍, ପୁରୀ ଜିଲ୍ଲାରେ ସମାପ୍ତ କରାଯିବ ବୋଲି ଆଗାମୀ ଟ୍ରଷ୍ଟ ସଂସ୍ଥାପକ ବିମଲ ଚନ୍ଦ୍ର ମଲ୍ଲିକ ପ୍ରକାଶ କରିଛନ୍ତି! ଏହି ଆନ୍ଦୋଳନକୁ ଆତ୍ମଶକ୍ତି ଟ୍ରଷ୍ଟ, ମହିଳା ଶ୍ରମଜୀବୀ ମଞ୍ଚ, ଓଡିଶା, ଓଡିଶା ଶ୍ରମଜୀବୀ ମଞ୍ଚ, ଓ ଜିଲ୍ଲା ସ୍ତରୀୟ ଅନେକ ସାମାଜିକ ସଂଗଠନ, ସାମାଜିକ କର୍ମୀମାନେ ସହଯୋଗ କରୁଛନ୍ତି। ପଦଯାତ୍ରା ର ମୁଖ୍ୟ ଉଦ୍ଦେଶ୍ୟ ଗୁଡିକ ହେଲା-

ଯୁବ ଶକ୍ତି ସଜାଗତା: ଗ୍ରାମଞ୍ଚଳ ଯୁବକ ମାନେ ସାମାଜିକ ଓ ଅର୍ଥନୈତିକ ବିକାଶରେ ଭାଗ ନେବାକୁ ପ୍ରେରିତ ହେବା l

ନୀତିମୂଲ୍ୟ ଭିତ୍ତିକ ସମାଜ ଗଠନ: ମାନବତା, ପରସ୍ପର ସମ୍ମାନ ଓ ନୈତିକ ଶିକ୍ଷା ଉପରେ ଆଧାରିତ ଚେତନା ଗଢ଼ିବା l

ରୋଜଗାର ସଚେତନତା: ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୁଟିର ଉଦ୍ୟୋଗ ସ୍ଥାପନ ଦ୍ୱାରା ବେରୋଜଗାରି ଓ ପ୍ରବାସନ କମାଇବା ପାଇଁ ଉଦ୍ୟମ lଜୈବିକ କୃଷି ପ୍ରଚାର: ବିଷମୁକ୍ତ ଚାଷ ଓ ପରିବେଶ ସୁରକ୍ଷା ଉପରେ ଗୁରୁତ୍ୱ।

ରକ୍ତ ଦାନ ଜାଗୃତି: ଜୀବନ ରକ୍ଷା ପାଇଁ ରକ୍ତ ଦାନ କ୍ୟାମ୍ପ ଓ ଅଭିଯାନ।ପରିବେଶ ସୁରକ୍ଷା: ପ୍ରତ୍ୟେକ ବ୍ଲକ୍‌ରେ ଗଛ ରୋପଣ ଅଭିଯାନ।

ଏହି ପଦଯାତ୍ରା ସହିତ ଏକ ନୂଆ ପ୍ରୟାସ ହେଉଛି — ଗ୍ରାମ ଓ ବ୍ଲକ୍ ଯୁବ ମାନଙ୍କ ପାଇଁ ଅର୍ଥନୈତିକ ସ୍ୱାବଲମ୍ବନର ସୁଯୋଗ ସୃଷ୍ଟି କରିବା l ଆଗାମୀ ଟ୍ରଷ୍ଟ ଡିଜିଟାଲ ବ୍ୟାଙ୍କିଂ ସେବା ଓ ଜୈବିକ ଉଦ୍ୟୋଗ ସ‌ହିତ ଜଡ଼ିତ ହୋଇ ଏହି ଯାତ୍ରାକୁ ସ୍ଥାୟୀ ପ୍ରଭାବ ଦେବା ଦିଗରେ ଗତି କରୁଛି।

ଏହି ପଦଯାତ୍ରାରେ ମହିଳା ଶ୍ରମଜୀବୀ ସଂଗଠନ ଓ ଶ୍ରମଜୀବୀ ସଂଗଠନ,ମାଲକାନଗିରି ର ସଦସ୍ୟା ସଦସ୍ୟ ଯଥା- ରାମ ବଡ଼ନାୟକ, ମୁକୁନ୍ଦ ମାଡ଼କାମୀ, ତ୍ରିନାଥ ବଡ଼ନାୟକ, ଶ୍ରୀନୁ ସେଲବମ, ଶୂକ୍ରା ଗୁରୁତେଲି, ଜିତେନ୍ଦ୍ର ଖିଲ, କୃଷ୍ଣ ସିସା, ସନ୍ତୁର ମାଢି, ସାଲିନା ପାଙ୍ଗି, ମୁକୁନ୍ଦ ମାଝୀ, ଚମ୍ପା ଗଠନ, ଶୁଭଶ୍ରୀ ମାଢି, ଅନିତା ପୁନେମ, ସୋମନାଥ ମାଡ଼କାମୀ, ଚିତ୍ତରଞ୍ଜନ ସାହୁ ଓ ସ୍ଥାନୀୟ ମହିଳା, ଯୁବପିଢ଼ି ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l

---------------

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande