ଜୟପୁର, ୧୧ ଅକ୍ଟୋବର (ହି.ସ.)- କୋରାପୁଟ ଜିଲ୍ଲା ଜୟପୁର ସଦର ଥାନା ଅନ୍ତର୍ଗତ ଉମୁରି ଏଫସିଆଇ ଗୋଦାମ ନିକଟରେ ଆଜି କାର ସହା ବାଇକର ଧକ୍କା ହୋଇଛି । ଫଳରେ ବଡମଣ୍ଡା ପଦର ଗ୍ରାମର ପୁଣ୍ଣ ଚନ୍ଦ୍ର ନାୟକଙ୍କ ପୁଅ ଧନପତି ନାୟକ (୨୨)ଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ, କାରଟି ଜୟପୁର ଅଭିମୁଖେ ଆସୁଥିବା ବେଳେ ବାଇକ ଟି ଆମ୍ବାଗୁଡା ଅଭିମୁଖେ ଯାଉଥିଲା । ଏଫସିଆଇ ଗୋଦାମ ନିକଟରେ ଧକ୍କା ହୋଇଥିଲା । ଫଳରେ ଧନପତି ନାୟକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଜୟପୁର ସଦର ପୋଲିସ ପହଞ୍ଚି କାର ଓ ବାଇକ ଜବତ କରି ଦୁର୍ଘଟଣା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଜୟପୁର ସଦର ପୋଲିସ ତରଫରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି ।
ହିନ୍ଦୁସ୍ଥାନ ସମାଚାର / ପିକେପି