ବାରିପଦା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ପୁଣି ନବଜାତ ଶିଶୁ ଚୋରି ଅଭିଯୋଗ, ଚୋରି ଶିଶୁ ପୁତ୍ରକୁ ବୈଶିଙ୍ଗାରୁ ଉଦ୍ଧାର କଲା ପୁଲିସ
ବାରିପଦା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ପୁଣି ନବଜାତ ଶିଶୁ ଚୋରୀ ନେଇ ଅଭିଯୋଗ। ଚୋରୀ ଶିଶୁ ପୁତ୍ରକୁ ବୈଶିଙ୍ଗାରୁ ଉଦ୍ଧାର କଲା ପୁଲିସ
Pila chori


Pila chori


ବାରିପଦା, ୧୧ ଅକ୍ଟୋବର (ହି.ସ.)- ବାରିପଦା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ପୁଣି ନବଜାତ ଶିଶୁ ଚୋରି ନେଇ ଅଭିଯୋଗ ସାମ୍ନାକୁ ଆସିଛି।ସହାୟତା କରିବା ବାହାନାରେ ଶିଶୁପୁତ୍ରକୁ ଧରି ଛୁ ମାରିଲେ ଅଜଣା ମହିଳା। ଘଟଣା ସମ୍ପର୍କରେ ବାରିପଦା ଟାଉନ ଥାନା ପୋଲିସର ତନାଘନା ଜାରି ରହିଛି।

ସୂଚନା ମୁତାବକ, ବାରିପଦା ସଦର ଥନା ଅନ୍ତର୍ଗତ ରାଣୀଭୋଳ ଗ୍ରାମର ଧାନାଇ ହାଁସଦା ଗତକାଲି ସ୍ତ୍ରୀ ଫୁଲମଣି ସୋରେନଙ୍କ ପ୍ରସବ ବେଦନା ହେବାରୁ ଆମ୍ବୁଲାନ୍ସରେ ପିଆରଏମ ମେଡିକାଲକୁ ଆସିବା ବାଟରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ । ଏହାପରେ ଫୁଲମଣୀ

ବାରିପଦା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଗତକାଲି ଭୋର ୫ଟା ସମୟରେ ମେଡିକାଲରେ ଭର୍ତ୍ତି ହୋଇଥିଲେ। ଗତକାଲି ରାତିରୁ ଜଣେ ଅଜଣା ମହିଳା ତାଙ୍କ ନିକଟରେ ଆସି ମେଳାପ କରି ସାଙ୍ଗରେ ରହିଥିଲା। ଆଜି ସକାଳ ପ୍ରାୟ ୬ଟା ସମୟରେ ଅଜଣା ମହିଳା ଜଣକ ଧାନାଇ ହାଁସଦାଙ୍କୁ ପ୍ରସବ ଟଙ୍କା ପାଇଁ ଆବେଦନ କରିବାକୁ ଡାକି ନେଇଥିଲା। ଧାନାଇ ଶିଶୁପୁତ୍ରକୁ ଧରି ଆବେଦନ ପାଇଁ ଯାଇଥିବା ସମୟରେ କୌଶଳ କ୍ରମେ ଅଜଣା ମହିଳା ଜଣକ ତାଙ୍କ ଠାରୁ ଶିଶୁପୁତ୍ରକୁ ନେଇ କେଉଁଆଡେ ଉଭାନ୍ ହୋଇଯାଇଥିଲା। ବହୁ ଖୋଜାଖୋଜି ପରେ ମଧ୍ୟ ଶିଶୁପୁତ୍ର ନ ମିଳିବାକୁ ଥାନାରେ ଜଣାଇଛନ୍ତି ଦମ୍ପତି ଓ ଆଶାଦିଦି କାର୍ମି ମୁର୍ମୁ। ତେବେ ପୂର୍ବରୁ ମଧ୍ୟ ଶିଶୁ ଚୋରି ନେଇ ଏହି ମେଡିକାଲରେ ଅଭିଯୋଗ ହୋଇ ଆସୁଥିବା ବେଳେ ଏବେ ପୁଣି ଏଭଳି ଶିଶୁପୁତ୍ର ଚୋରି ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି। ତେବେ କିଏ ସେହି ଅଜଣା ମହିଳା। ସ୍ତ୍ରୀ କହୁଛି ସ୍ବାମୀ ନେଇ ଛୁଆକୁ କୁଆଡେ ଛାଡି ଆସିଛି, ସେପଟେ ସ୍ଵାମୀ କହୁଛି ଅଚିହ୍ନା ମହିଳା ଛୁଆକୁ ନେଇ ଯାଇଛି। ତେବେ କିଏ ସତ କହୁଛି ଆଉ ଅଚିହ୍ନ। ମହିଳା କିଏ ନା ଆଉ କ'ଣ ରହିଛି ରହସ୍ୟ ? ମେଡିକାଲରେ ପହଞ୍ଚି ତଦନ୍ତ ଆରମ୍ଭ କରିିଛି ବାରିପଦା ଟାଉନ ଥାନା ପୋଲିସ। ସହରର ବିଭିନ୍ନ ସ୍ଥାନରେ ଥିବା ସିସିଟିଭି ଫୁଟେଜକୁ ଅନୁଧ୍ୟାନ କରି ଅଜଣା ମହିଳାଙ୍କ ପିଛା କରିବା ପରେ ଶେଷରେ ବୈଶିଙ୍ଗା ଅଞ୍ଚଳରୁ ଚୋରି ଶିଶୁପୁତ୍ରକୁ ଉଦ୍ଧାର କରିବାରେ ସଫଳ ହୋଇଛି ବାଟିପଦା ଟାଉନ ଥାନା ପୁଲିସ । ଏଥି ସହିତ ଅଭିଯୁକ୍ତ ମହିଳାଙ୍କୁ ଥାନାକୁ ଆଣି ପଚାରା ଉଚରା ଜାରି ରଖିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ


 rajesh pande