ସମ୍ବଲପୁର, ୧୧ ଅକ୍ଟୋବର(ହି.ସ.) – ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ସ୍ଥିତ ଅରୁଣଦୟ ମାନସିକ ଭିନ୍ନକ୍ଷମ ବିଦ୍ୟାଳୟ ପରିସରରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି। କୁଚିଣ୍ଡା ତାଲୁକ ସ୍ତରୀୟ ଆଇନ ସେବା କମିଟି ପକ୍ଷରୁ ଏହି ଦିବସ ବିଦ୍ୟାଳୟରେ ଆୟୋଜିତ କରାଯାଇଥିଲା। ମୁଖ୍ୟଅତିଥି ଭାବରେ ଅତିରିକ୍ତ ଜିଲ୍ଲା ଦୌରା ଜଜ ପ୍ରଭାକର ଗାଣ୍ଠିଆଙ୍କ ପୌରାହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବରେ ଡାକ୍ତର ଶରତ ଚନ୍ଦ୍ର ଗୌନ୍ତିଆ, ସମ୍ମାନିତ ଅତିଥି ଭାବେ ଦେୱାନୀ ଜଜ୍ ପଲ୍ଲବୀ ରାଣୀ ସାହୁ, ଏସଡିଜେଏମ ଅବିନାଶ ଚିନ୍ନରା ,ତାଲୁକ ସ୍ତରୀୟ ଆଇନ ସେବା କମିଟି ସଦସ୍ୟ କରୁଣାକର କିସାନ ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ସଭାକୁ ରୋପ୍ ଅନୁଷ୍ଠାନ ନିର୍ଦ୍ଦେଶକ ପ୍ରଦୀପ କୁମାର ପରିଚାଳନା କରିଥଲେ । ମୁଖ୍ୟ ଅତିଥି ଓ ଅନ୍ୟାନ୍ୟ ଅତିଥିଗଣ ମାନସିକ ଶିଶୁଙ୍କ ସେବା, ଯତ୍ନ, ସୁରକ୍ଷା ଓ ଆଇନଗତ ବିଭିନ୍ନ ଦିଗ ଉପରେ ଗୁରୁତ୍ୱ ଦେଇଥିଲେ। କୁଚିଣ୍ଡା ବରିଷ୍ଠ ନାଗରିକ ପରିଷଦ, 'ମାନ୍ୟତା' ସମାଜସେବୀ ଅନୁଷ୍ଠାନର କର୍ମକର୍ତା ମାନେ ଉପସ୍ଥିତ ରହିଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ୧୫ ଜଣ ଶିଶୁଙ୍କ ସମେତ ଶିଶୁଙ୍କ ପିତା ମାତା, ଅନ୍ୟାନ୍ୟ ବ୍ୟକ୍ତି ବିଶେଷ ଏବଂ ରୋପ୍' କର୍ମକର୍ତାଗଣ ଉପସ୍ଥିତ ଥିଲେ। ଏହି ଅବସରରେ ଜାତୀୟ ପାରା ବ୍ୟାଡମିଣ୍ଟନ ଚାମ୍ପିୟନସିପ ଟ୍ରଫି ଖେଳି ରୌପ୍ୟ ଓ ବ୍ରୋଞ୍ ପଦକ ହାସଲ କରିଥିବା ସୋମ୍ୟକାନ୍ତ ମହକୁଳଙ୍କୁ ଏକ ଟ୍ରଫି ଅତିଥି ଗଣ ପ୍ରଦାନ କରି ସମ୍ମାନିତ କରିଥିଲେ। ଡ଼ା ଶରତ ଚନ୍ଦ୍ର ଗୌନ୍ତିଆ ସ୍କୁଲ୍କୁ ଏକ ନିମୁଲାଇଜର ଓ ପାଠ୍ୟ ଉପକରଣ ପ୍ରଦାନ କରିଥିଲେ। ମାନ୍ୟତା ଗ୍ରୁପ ର ସହଯୋଗରେ ୨୦ ଟି କଦଳୀ ଚରା ମୂଖ୍ୟ ଅତିଥି ଓ ଅନ୍ୟାନ୍ୟ ଅତିଥି ଗଣଙ୍କ ଦ୍ୱାରା ରୋପଣ କରାଯାଇଥିଲା। ସଭାରେ ପ୍ରକାଶ ଗୁପ୍ତା, ଆରତୀ ନାୟକ, ପର୍ଶୁରାମ ମିଶ୍ର, ସୁରଥ ନାୟକ, ମଳୟ ବେହେରା, ମନୋଜ ସାହୁ, ବିଜୟ ଶଙ୍କର ସାହୁ, ସୁଶାନ୍ତ ମହକୁଲ ପ୍ରମୁଖ ଉପସ୍ଥିତ ରହିଥିଲେ। ଶେଷରେ ଅରୁଣୋଦୟ ସମ୍ପାଦକ ଶାନ୍ତନୁ ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ।
ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଶୈଳେଶ