ଆର୍ଯ୍ୟସମାଜର ୧୫୦ ତମ ପ୍ରତିଷ୍ଠା ଦିବସ ପାଳନ କାର୍ଯ୍ୟକ୍ରମରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, 11 ଅକ୍ଟୋବର (ହି.ସ.) ଆର୍ଯ୍ୟସମାଜର ୧୫୦ ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଅକ୍ଟୋବର ୧୨ ତାରିଖ ରବିବାର ଦିନ ଉତ୍କଳ ଆର୍ଯ୍ୟ ପ୍ରତିନିଧୂ ସଭା ତତ୍ତ୍ଵାବଧାନରେ ରାଜ୍ୟସ୍ତରୀୟ ଆର୍ଯ୍ୟ ମହାସମେଳନ ଅନୁଷ୍ଠିତ ହେବ । ଭୁବନେଶ୍ବର ରେଳ ଅଡିଟୋରିୟମ୍‌ରେ ଏହି ଐତିହାସିକ କାର୍ଯ୍ୟକ୍ରମକୁ ମୁଖ୍
ଆର୍ଯ୍ୟସମାଜର ୧୫୦ ତମ ପ୍ରତିଷ୍ଠା ଦିବସ ପାଳନ କାର୍ଯ୍ୟକ୍ରମରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ


ଭୁବନେଶ୍ୱର, 11 ଅକ୍ଟୋବର (ହି.ସ.) ଆର୍ଯ୍ୟସମାଜର ୧୫୦ ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଅକ୍ଟୋବର ୧୨ ତାରିଖ ରବିବାର ଦିନ ଉତ୍କଳ ଆର୍ଯ୍ୟ ପ୍ରତିନିଧୂ ସଭା ତତ୍ତ୍ଵାବଧାନରେ ରାଜ୍ୟସ୍ତରୀୟ ଆର୍ଯ୍ୟ ମହାସମେଳନ ଅନୁଷ୍ଠିତ ହେବ । ଭୁବନେଶ୍ବର ରେଳ ଅଡିଟୋରିୟମ୍‌ରେ ଏହି ଐତିହାସିକ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦଘାଟନ କରିବେ । ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବ ବ୍ୟାପାର, ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମହୋଦୟ ଅପରାହ୍ନ ଅଧୂବେଶନରେ ମୁଖ୍ୟ ଅତିଥୁ ରୂପେ ଯୋଗଦେବେ। ଆର୍ଯ୍ୟ ସମାଜର କାର୍ଯ୍ୟକାରୀ ସଭାପତି ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା ଏହି ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ ଉକ୍ତ ସମେଳନରେ ବିନୟ ଆର୍ଯ୍ୟ, ଦିଲ୍ଲୀ ଆର୍ଯ୍ୟ ପ୍ରତିନିଧି ସଭାର ସଂପାଦକ ମୁଖ୍ୟ ବକ୍ତା ଭାବେ ଯୋଗଦେବେ । ବୈଦିକ ବିଦ୍ୱାନ ଇଂ ପ୍ରିୟବ୍ରତ ଦାସ, ମାତା ଶନ୍ତୋଦେବୀ, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ସହ କ୍ଷେତ୍ର ପ୍ରଚାରକ (ପୂର୍ବ କ୍ଷେତ୍ର) ଜଗଦୀଶ ଖାଡ଼ଙ୍ଗା, ଭାରତୀୟ ଜନତା ପାର୍ଟି ଓଡ଼ିଶାର ମ ସଭାପତି ମନମୋହନ ସାମଲ, ପ୍ରଜ୍ଞାପ୍ରବାହର ଉତ୍କଳ ପ୍ରାନ୍ତ ସଂଯୋଜକ ରବିନାରାୟଣ ପଣ୍ଡା, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗର ଅବସରପ୍ରାପ୍ତ ସର୍ବୋଚ୍ଚ ଯନ୍ତ୍ରୀ ଇଂ. ଅଭୟ କୁମାର ବିଶ୍ଵାଳ, ବିଶିଷ୍ଟ ସ୍ତମ୍ଭକାର ଅଭୟ ଦ୍ଵିବେଦୀ ପ୍ରମୁଖ ବରେଣ୍ୟ ଅତିଥି ଭାବେ ଯୋଗଦେବେ। ଉତ୍କଳ ଆର୍ଯ୍ୟ ପ୍ରତିନିଧ୍ଵ ସଭାର ସଂରକ୍ଷକ ପୂଜ୍ୟ ସ୍ଵାମୀ ଧର୍ମାନନ୍ଦ ସରସ୍ଵତୀ ମହାରାଜ ଆଶୀର୍ବଚନ ପ୍ରଦାନ କରିବେ ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande