ଭଦ୍ରକରେ ସଂସ୍କୃତ ମହୋତ୍ସବ ଉଦ୍‌ଘାଟିତ
ଭଦ୍ରକ, ୧୧ ଅକ୍ଟୋବର (ହି.ସ.) - ଭଦ୍ରକସ୍ଥିତ ସହିଦସ୍ମୃତି ଭବନ ଠାରେ ସଂସ୍କୃତ ମହାସମାବେଶର ସ୍ୱାଗତ ସମିତିର ଅଧ୍ୟକ୍ଷ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି । ମହା ସମ୍ମେଳନକୁ ଆନୁଷ୍ଠାନିକ ଭାବେ ପରମପୂଜନୀୟ ବାବା ବଳିଆ ଉଦ୍‌ଘାଟନ କରି ଆଶୀର୍ବଚନ ପ୍ରଦାନ କରିବା ସଂଗ
BHADRAK RE SANSKRUTA MOHASTAV


ଭଦ୍ରକ, ୧୧ ଅକ୍ଟୋବର (ହି.ସ.) - ଭଦ୍ରକସ୍ଥିତ ସହିଦସ୍ମୃତି ଭବନ ଠାରେ ସଂସ୍କୃତ ମହାସମାବେଶର ସ୍ୱାଗତ ସମିତିର ଅଧ୍ୟକ୍ଷ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି । ମହା ସମ୍ମେଳନକୁ ଆନୁଷ୍ଠାନିକ ଭାବେ ପରମପୂଜନୀୟ ବାବା ବଳିଆ ଉଦ୍‌ଘାଟନ କରି ଆଶୀର୍ବଚନ ପ୍ରଦାନ କରିବା ସଂଗେ ସଂଗେ ପରିବେଶ ସୁରକ୍ଷା ଓ ଗୋମାତା ସେବା ସଂପର୍କରେ ଆଲୋପକାତ କରିଥିଲେ । ପ୍ରାରମ୍ଭରେ ପଣ୍ଡିତ ଦୟାନିଧି ଦାଶ ସ୍ୱାଗତ ଭାଷଣ ସହିତ ଅତିଥି ପରିଚୟ ପ୍ରଦାନ କରିବା ବେଳେ ମୁଖ୍ୟ ଅତିଥି ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଢ଼ଙ୍ଗୀ, ମୁଖ୍ୟ ବକ୍ତା ପ୍ରଫେସର ହରେକୃଷ୍ଣ ଶତପଥୀ, ସମ୍ମାନିତ ଅତିଥି ଡ଼ଃ ନରେଶ ଚନ୍ଦ୍ର ଦାସ, ପଣ୍ଡିତ ଭାଗୀରଥି ନନ୍ଦଶର୍ମା, ପଣ୍ଡିତ ଭୂପତି ଭୂଷଣ ମିଶ୍ର ଓ ସଞ୍ଜୟ କୁମାର ପଣ୍ଡା ପ୍ରମୁଖ ଯୋଗଦେଇ ସଂସ୍କୃତ ଅନୁଷ୍ଠାନମାନଙ୍କର ସମସ୍ୟା ତଥା ସଂସ୍କୃତ ଭାଷାର ପ୍ରଚାର ତଥା ବିଶ୍ୱକୁ ଗୋଟିଏ ସୂତ୍ରରେ ବାନ୍ଧି ରଖିବା ପାଇଁ ଏକମାତ୍ର ଭାଷା ସଂସ୍କୃତ ବୋଲି ଆଲୋକପାତ କରିଥିଲେ । ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା ବିଦ୍ୱାନ୍ ପଣ୍ଡିତମାନଙ୍କୁ ସମ୍ମାନିତ କରାଯାଇଥିଲା । ମହା ସମ୍ମେଳନରେ ସନ୍ତାଷ କୁମାର ହୋତା, ପଣ୍ଡିତ ଦୈତ୍ୟାରି ଦୀକ୍ଷିତ, ଡ଼. କୁମାର ଚନ୍ଦ୍ର ମିଶ୍ର, ରମାକାନ୍ତ କର, ରାଧାକାନ୍ତ ଦୀକ୍ଷିତ, ପଣ୍ଡିତ ନିତ୍ୟାନନ୍ଦ ମିଶ୍ର, ଗୋପାଳକୃଷ୍ଣ ପାଢ଼ୀ, ଡ଼ଃ ବସନ୍ତ କୁମାର ମିଶ୍ର, ଡ଼ଃ ହେମନ୍ତ କୁମାର ମୁଦୁଲି ଓ ହରେକୃଷ୍ଣ ପାଣିଗ୍ରାହୀ ପ୍ରମୁଖ ସଭାରେ ଯୋଗ ଦେଇଥିବା ବେଳେ ମହାସମାବେଶର ସମ୍ପାଦକ ଡ଼ଃ ନିତ୍ୟାନନ୍ଦ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande