ଭଦ୍ରକ, ୧୧ ଅକ୍ଟୋବର (ହି.ସ.) - ଭଦ୍ରକ ଜିଲ୍ଲାର ଏତିହ୍ୟ,ପରମ୍ପରା ଓ ବଳିଷ୍ଠ ସଂସ୍କୃତିର ପରିଚୟ ହେଉଛି ଭଦ୍ରକ ଐତିହାସିକ କାଳୀପୂଜା । ଶହେଟି ସ୍ୱର୍ଣ୍ଣିମ ବର୍ଷ ପୂର୍ତି କରି ସାରିଥିବା କାଳୀପୂଜା ଭଦ୍ରକ ଜିଲ୍ଲାର ଗର୍ବ ଓ ଗାରିମ । ବର୍ଷସାରା ଏହି ପାର୍ବଣକୁ ଚାହିଁ ରହିଥାନ୍ତି ଜିଲ୍ଲାବାସୀ । କାରଣ ଏହାସହ ଯୋଡ଼ି ରହିଛି ପ୍ରତିଟି ଲୋକଙ୍କ ଭାବାବେଗ । ତେବେ ଚଳିତ କାଳୀପୂଜା ୭ ଦିନ ଚାଲିବ ନେଇଁ ପ୍ରଶାସନିକ ସ୍ତରରେ ନିଷ୍ପତି ହୋଇଛି । ସମସ୍ତ ପୂଜା କମିଟି,ଶାନ୍ତି କମିଟି ସହ ଆଲୋଚନା କରି ଏପରି ନିଷ୍ପତି ନେଇଛି ପ୍ରଶାସନ । ହେଲେ ପ୍ରଶାସନର ଏଭଳି ନିଷ୍ପତିକୁ ଗ୍ରହଣ କରି ପାରୁନାହାନ୍ତି ସାଧାରଣ ଲୋକ । ଏଥିସହ ଏଭଳି ଏକ ନିଷ୍ପତି ସହ ପୂଜା କମିଟର ସହମତ ନେଇ ସାଧାରଣରେ ବେଶ ଅସନ୍ତୋଷ ଦେଖା ଦେଇଛି । ଏଭଳି ସ୍ଥିତିରେ ଲୋକଙ୍କ ଭାବବେଗକୁ ହୃଦୟଙ୍ଗମ କରି ଏ ଦିଗରେ ହସ୍ତକ୍ଷେପ କରିଛନ୍ତି ବିଧାୟକ ସିତାଂଶୁ ଶେଖର ମହାପାତ୍ର । କାଳୀପୂଜା ଅବଧି ୭ ଦିନ ପରିବର୍ତେ ୯ ଦିନକୁ ବୃଦ୍ଧି ନେଇ ଗୁରୁତ୍ୱ ଦେଇଛନ୍ତି ବିଧାୟକ । ତେଣୁ ଆଶା କରାଯାଏ ବିଧାୟକଙ୍କ ପ୍ରତ୍ୟକ୍ଷ ସହମତିରେ ବୃଦ୍ଧି ହୋଇପାରେ କାଳୀପୂଜା ଅବଧି । ଯାହାକୁ ନେଇ ସାଧାରଣରେ ଖୁସି ଦେଖିବାକୁ ମିଳୁଛି । ଏହାଛଡ଼ା ପ୍ରଥମ ଥର ରାଜ୍ୟ ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସମସ୍ତ ପୂଜା କମିଟିକୁ ସରକାରୀ ସ୍ତରରେ ପ୍ରୋତ୍ସାହନ ପାଇଁ ଆର୍ଥକ ସହାୟତା ନେଇ ବିଭାଗୀୟ ମନ୍ତ୍ରୀଙ୍କ ସହ ଆଲୋଚନା କରୁଛନ୍ତି ବିଧାୟକ । ତେବେ ବିଧାୟକଙ୍କ ଏଭଳି ପଦକ୍ଷେପ ନେଇ ପ୍ରଶଂସା କରିବା ସହ ସାଧାରଣରେ ସାଧୁବାଦ ଜଣାଉଛନ୍ତି।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ