ଗଞ୍ଜେଇ ଗାଡ଼ି ପୋଡ଼ି ଫେରାର ଅଭିଯୁକ୍ତ ଙ୍କୁ ଧରିଲା ବିନିକା ପୋଲିସ
ସୁବର୍ଣ୍ଣପୁର, 11 ଅକ୍ଟୋବର (ହି.ସ.) ଗତ ସେପ୍ଟେମ୍ବର ମାସ ୬ତାରିଖ ଭୋର ସକାଳ ସମୟରେ ବିନିକା ସହର ମୁଖ୍ୟ ରାସ୍ତାଦେଇ ଏକ ଗଞ୍ଜେଇ ଗାଡ଼ି ଯାଉଥିବା ବେଳେ ସ୍ଥାନୀୟ ନୂଆଁ ବଜାର ଠାରେ ତାହାର ଟାୟାର ଫାଟି ଯାଇଥିଲା ।ଉପାୟ କିଛି ନ ପାଇ ଗଞ୍ଜେଇ ଗାଡ଼ି ଡ୍ରାଇଭର ଗାଡ଼ି ଉପରେ ପେଟ୍ରୋଲ ଝିନ୍ତି ନିଆଁ ଲ
ଗଞ୍ଜେଇ ଗାଡ଼ି ପୋଡ଼ି ଫେରାର ଅଭିଯୁକ୍ତଙ୍କୁ ଧରିଲା ବିନିକା ପୋଲିସ


ସୁବର୍ଣ୍ଣପୁର, 11 ଅକ୍ଟୋବର (ହି.ସ.)

ଗତ ସେପ୍ଟେମ୍ବର ମାସ ୬ତାରିଖ ଭୋର ସକାଳ ସମୟରେ ବିନିକା ସହର ମୁଖ୍ୟ ରାସ୍ତାଦେଇ ଏକ ଗଞ୍ଜେଇ ଗାଡ଼ି ଯାଉଥିବା ବେଳେ ସ୍ଥାନୀୟ ନୂଆଁ ବଜାର ଠାରେ ତାହାର ଟାୟାର ଫାଟି ଯାଇଥିଲା ।ଉପାୟ କିଛି ନ ପାଇ ଗଞ୍ଜେଇ ଗାଡ଼ି ଡ୍ରାଇଭର ଗାଡ଼ି ଉପରେ ପେଟ୍ରୋଲ ଝିନ୍ତି ନିଆଁ ଲଗାଇ ପଛରେ ଆସୁଥିବା ଅନ୍ୟ ସହଯୋଗୀ ଗାଡ଼ିରେ ସେଠାରୁ ଫେରାର ମାରିଥିଲେ । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ବିନିକା ପୋଲିସ ଉକ୍ତ ଗାଡିକୁ ସିଜ୍ କରି ସେଥିରୁ ଦୁଇ କୁଇଣ୍ଟାଲ ପଚାଶ କେଜି ଗଞ୍ଜେଇ ଜବତ କରିବାରେ ସଫଳ ହୋଇଥିଲେ।ଏହି ଘଟଣା ପରେ ବିନିକା ପୋଲିସ ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନ ମାନଙ୍କରେ ଆଲର୍ଟ ମୋଡରେ ରହିଥିଲା ଏବଂ ଗତକାଲି ବିନିକା ପୋଲିସ ଅଭିଯୁକ୍ତ ମାନଙ୍କୁ ଧରିବାରେ ସଫଳ ହୋଇଥିଲା ଗଞ୍ଜେଇ ଚୋରା ଚାଲାଣ ଘଟଣାରେ ସଂଶ୍ଳିଷ୍ଟ ଆଠ ଜଣଙ୍କୁ ପୋଲିସ ଧରି ବିନିକା ଥାନାରେ ରଖିଥିଲା। ସେହି ମାନଙ୍କ ମଧ୍ୟରୁ ଝାଡ଼ଖଣ୍ଡ ରାଜ୍ୟର ପାଞ୍ଚ ଜଣ ଥିବା ବେଳେ ସ୍ଥାନୀୟ ବୌଦ୍ଧ ଜିଲ୍ଲାରୁ ତିନି ଜଣ ଏଥିରେ ସାମିଲ ଅଛନ୍ତି । ଏହା ବ୍ୟତୀତ ସେମାନଙ୍କ ଠାରୁ ୮ଗୋଟି ମୋବାଇଲ ଫୋନ୍ ଓ ନଗଦ ଦଶ ହଜାର ଟଙ୍କା ଏବଂ ୨ଗୋଟି ଦାମିକିଆ ଗାଡ଼ି ଜବତ କରାଯାଇଛି ।ଆଜି ସମସ୍ତ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବିନିକା ଥାନା ଅଧିକାରୀ ସତ୍ୟ ନାରାୟଣ ପ୍ରଧାନ ସୂଚନା ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande