Bhubaneswar, 11 ଅକ୍ଟୋବର (ହି.ସ.)
ପଞ୍ଚାୟତ ର ନିର୍ବାଚିତ ପ୍ରତିନିଧି ଙ୍କ ଅଧିକାର ର ସୁରକ୍ଷା ପାଇଁ ଆବଶ୍ୟକ ପଡିଲେ ବିଜେଡି ସୁପ୍ରିମ କୋର୍ଟ ଯିବ |..ନବୀନ ପଟ୍ଟନାୟକ
ରାଜ୍ୟର ପ୍ରାୟ ପଚାଶ ରୁ ଅଧିକ ପଞ୍ଚାୟତ ସମିତି ର ଚେୟାରମ୍ୟାନ ମାନେ ଆଜି ନବୀନ ନିବାସ ଠାରେ ବିଜେଡି ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଙ୍କୁ ଭେଟି ପଂଚାୟତ ର ନିର୍ବାଚିତ ପ୍ରତିନଧି ମାନଙ୍କ ପ୍ରଶାସନିକ ଓ ଆର୍ଥିକ କ୍ଷମତା ସଂକୋଚନ ପାଇଁ ରାଜ୍ୟ ସରକାର ଙ୍କ ଅଗଣତାନ୍ତ୍ରିକ ନିଷ୍ପତ୍ତି ବିରୁଦ୍ଧ ରେ ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ.ଶ୍ରୀ ପଟ୍ଟନାୟକ ରାଜ୍ୟ ସରକାରଙ୍କ ଏହି ଅଗଣତାନ୍ତ୍ରିକ ନିଷ୍ପତ୍ତି ରେ ନିନ୍ଦା କରିଥିଲେ ଏବଂ ପଞ୍ଚାୟତ ର ନିର୍ବାଚିତ ପ୍ରତିନିଧିଙ୍କ ସାମ୍ବିଧାନିକ ଅଧିକାର ର ସୁରକ୍ଷା ପାଇଁ ବିଜେଡିର ଲଢେଇ ଜାରି ରହିବ ବୋଲି ଶ୍ରୀ ପଟ୍ଟନାୟକ ଘୋଷଣା କରିଥିଲେ.ବର୍ତ୍ତମାନ ଏ ବିଷୟ ମାନ୍ୟବର ହାଇକୋର୍ଟ ଙ୍କ ବିଚରାଧୀନ ରହିଛି.ଆବଶ୍ୟକ ପଡିଲେ ବିଜେଡି ଏଥିପାଇଁ ସୁପ୍ରିମକୋର୍ଟ ଯିବ ବୋଲି ଶ୍ରୀ ପଟ୍ଟନାୟକ ପ୍ରତିନିଧି ଦଳ ଙ୍କୁ କହିଥିଲେ.
ଏହି ଆଲୋଚନା ସମୟ ରେ ପଞ୍ଚାୟତ ସମିତି ଚେୟାରମ୍ୟାନ
ମାନଙ୍କ ସହିତ ବିଧାୟକ ଶ୍ରୀ ସାରଦା ଜେନା,ଶ୍ରୀ ନବ ମଲ୍ଲିକ ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା ,ପୂର୍ବତନ ବିଧାୟକ ବିଧାୟକ ସର୍ବଶ୍ରୀ ଉମା ସାମନ୍ତରାୟ, ପ୍ରଶାନ୍ତ ମୁଦୁଲି ପ୍ରମୁଖ ଉପସ୍ଥିତ ଥିଲେ
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା