ବଲାଙ୍ଗୀର, ୧୧ ଅକ୍ଟୋବର(ହି.ସ.) –ଅଗ୍ରଣୀ ସମାଜିକ ଅନୁଷ୍ଠାନ ନେତାଜୀ ସଂଗ୍ରାମୀ ପରିଷଦ ଆନୁକୁଲ୍ୟରେ ବଲାଙ୍ଗୀର ସ୍ଥିତ ଆର୍ଯ୍ୟ ସମାଜ ମନ୍ଦିର ପରିସରରେ ବିଶିଷ୍ଟ ଦାର୍ଶନିକ ବେଦ ବିଦ୍ୱାନ ବ୍ରଜ ବିହାରିଙ୍କ ୧୦୫ ତମ ଜୟନ୍ତି ମହା ସମାରୋହରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ୍ କିଶୋର ପାଣିଗ୍ରାହୀ, ଅଧିବକ୍ତା ଜୟକୃଷ୍ଣ ସାହୁ, ସମ୍ବାଦିକ ଅଖିଳ ଚନ୍ଦ୍ର ହୋତା, ସାମାଜିକ କର୍ମୀ ଅଶୋକ ମିଶ୍ର ପ୍ରମୁଖ ଅତିଥି ବକ୍ତା ଭାବେ ଯୋଗଦେଇ ବେଦବିଦ୍ୱାନଙ୍କ ସାହିତ୍ୟ କୃତି ସମ୍ବନ୍ଧରେ ଆଲୋକପାତ କରିଥିଲେ। ଏହି ସାହିତ୍ୟ ସଭାରେ ନେତାଜି ସଂଗ୍ରାମୀ ପରିଷଦର ସଭାପତି ଲକ୍ଷ୍ମୀନାରାୟଣ ପଟ୍ଟନାୟକ ସଭାପତିତ୍ୱ କରିଥିଲେ। ସଭା ପ୍ରାରମ୍ଭରେ ଗୁରୁ ଡ.ଘାସିରାମ ମିଶ୍ର, ସାହିତ୍ୟିକ ସନାତନ ଠାକୁର ବ୍ରଜ ବିହାରିଙ୍କ ଚିତ୍ରପଟରେ ପୁଷ୍ପମାଲ୍ୟ ଅର୍ପଣ କରି ଦ୍ୱିପ ପ୍ରଜ୍ଜଳନ ଜରିଥିଲେ। ଏହି ଅବସରରେ ପରିଷଦର ତ୍ରୈମାସିକ ମୁଖପତ୍ର ସୁଭାଷ ଚିନ୍ତନ ଦଶମ ସଂଖ୍ୟାକୁ ଅତିଥିମାନେ ଅନାବରଣ କରିଥିଲେ। ଅଶୋକ ମିଶ୍ର ପୁସ୍ତକକୁ ସମୀକ୍ଷା କରିଥିବା ବେଳେ ସାହିତ୍ୟିକ ସଂଜୟ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି ବର୍ଣ୍ଣାଢ୍ୟ ସାହିତ୍ୟ ସମାବେଶରେ ସହରର ବହୁ ସାହିତ୍ୟିକ, ସାମାଜିକ ଅନୁଷ୍ଠାନ ଏବଂ ବ୍ୟକ୍ତି ବିଶେଷ ବ୍ରଜ ବିହାରିଙ୍କୁ ଶ୍ରଦ୍ଧା ପୁଷ୍ପାଞ୍ଜଳି ଅର୍ପଣ କରି ସ୍ମୃତିଚାରଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ