କେନ୍ଦୁଝର, ୧୧ ଅକ୍ଟୋବର (ହି.ସ.) - କେନ୍ଦୁଝର ସିଟିଜେନ ଫୋରମ୍ ତରଫରୁ ମ୍ୟୁନିସିପାଲଟି ଭିତିଭୂମିର ବିକାଶ ସହ ସହରକୁ ସ୍ୱଚ୍ଛ ସୁନ୍ଦର କରି ଗଢିତୋଳିବା ପାଇଁ ପୌରପାଳିକା ଅଧୂକାରୀଙ୍କୁ ପ୍ରସ୍ତାବ ସହ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ଫୋରମର ସଭାପତି ଡାକ୍ତର ଅରୁଣ କୁମାର ସାହୁଙ୍କ ନେତୃତ୍ୱରେ ବରିଷ୍ଠ ସଦସ୍ୟ ଚକ୍ରଧର ସାହୁ, ରାମ ନାରାୟଣ ଦ୍ୱିବେଦୀ, ଭରତ ଚନ୍ଦ୍ର ପାତ୍ର, କୃଷ୍ଣ ଚନ୍ଦ୍ର ପରିଡା,କେଶବ ଚନ୍ଦ୍ର ମହାନ୍ତି ଗଡ଼ଜାତ ଅମଳର ପୁରାତନ ପୋଖରୀର ପୁନରୁଦ୍ଧାର, ଡ୍ରେନଜ୍ ବ୍ୟବସ୍ଥାର ଉନ୍ନତି ପାଇଁ ମାଷ୍ଟର ପ୍ଲାନ୍ ର ପ୍ରଣୟନ, କ୍ରମବର୍ଦ୍ଧିଷ୍ଣୁ ଟ୍ରାଫିକ ସମସ୍ୟାର ସମାଧାନ ପାଇଁ ଗୁରୁତ୍ୱପୂର୍ଣ୍ଣ ଲାବଣ୍ୟ ଛକ, ସିରାଜଜୁଦିନ ଛକ ଓ ଧରଣୀଧର ଭୂୟାଁ ଛକର ସଂପ୍ରସାରଣ, ବସ୍ତି ବାସିନ୍ଦାଙ୍କ ଗୃହ ନିର୍ମାଣ ନିମନ୍ତେ ଜମି ଅଧୂଗ୍ରହଣ, ୯ ନମ୍ବର ୱାର୍ଡ ର ମଦନ କର ଗଳି ଓ ୧୩ ନମ୍ବର ୱାର୍ଡର ନିର୍ମିତ ତୃଟିପୂର୍ଣ ଡ୍ରେନ ର ସଂଶୋଧନ ଓ ଉନ୍ନତିକରଣ ସଂପର୍କରେ ପୌରପାଳିକା ଅଧୂକାରୀ ଲଳିତ କୁମାର ନାଏକଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ। ଏହି ସୌହାର୍ଦ୍ଦ୍ୟପୂର୍ଣ ଆଲୋଚନା ରେ ସିଟିଜେନ ଫୋରମ୍ ଦେଇଥିବା ସ୍ୱାଗତଯୋଗ୍ୟ ପ୍ରସ୍ତାବ ଗୁଡିକୁ ଯୁଦ୍ଧକାଳୀନ ଭିତିରେ କାର୍ଯ୍ୟକାରୀ କରିବା ପାଇଁ ପୌରପାଳିକା ଅଧୂକାରୀ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ। ଆଗାମୀ ବର୍ଷରେ କେନ୍ଦୁଝର ମ୍ୟୁନିସିପାଲଟିକୁ ଏକ ଆଦର୍ଶ ଓ ଆଧୁନିକ ସହରରେ ପରିଣତ କରିବାପାଇଁ ପୌରପାଳିକା ର ଅଧ୍ୟକ୍ଷା, ଉପାଧ୍ୟକ୍ଷ ଓ ସମସ୍ତ କାଉନସିଲ ର ସଂକଳ୍ପବଦ୍ଧ ହୋଇ ସମ୍ମିଳିତ ଉଦ୍ୟମ ଆରମ୍ଭ କରିଥିବାରୁ ସିଟିଜେନ ଫୋରମ୍ ତରଫରୁ ଉଚ୍ଚ ପ୍ରଶଂସା କରାଯାଇଥିଲା ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA