ସମାଜସେବୀ ଦୋଳ ଗୋବିନ୍ଦ ଦେବ ପୁରୁଷ ଥିଲେ
ଭଦ୍ରକ, ୧୧ ଅକ୍ଟୋବର (ହି.ସ.) - ସ୍ୱର୍ଗତଃ ଦୋଳଗୋବିନ୍ଦ ଜଣେ ଦେବ ପୁରୁଷ ବା ଭଲ ମଣିଷ ଥିଲେ । ପବିତ୍ର ଦୋଳ ପୂର୍ଣ୍ଣିମାରେ ଜନ୍ମଗ୍ରହଣ କରିଥିବା ବେଳେ ଦୁର୍ଗା ମହାଷ୍ଟମୀରେ ମହାପ୍ରଣାୟ ଘଟିଥିଲା । ତାଙ୍କ ଜୀବନ ଶୈଳୀ, ଜୀବନର ଆଦର୍ଶ ପ୍ରମାଣ କରୁଛି ଲୋକଙ୍କ ପାଇଁ ସର୍ବଦା କିଛି କରିବା ନେଇ ସେ ଚିନ୍
DOLA GOBINDA PANDA SMRUTI SABHA PHOTO (4)


ଭଦ୍ରକ, ୧୧ ଅକ୍ଟୋବର (ହି.ସ.) - ସ୍ୱର୍ଗତଃ ଦୋଳଗୋବିନ୍ଦ ଜଣେ ଦେବ ପୁରୁଷ ବା ଭଲ ମଣିଷ ଥିଲେ । ପବିତ୍ର ଦୋଳ ପୂର୍ଣ୍ଣିମାରେ ଜନ୍ମଗ୍ରହଣ କରିଥିବା ବେଳେ ଦୁର୍ଗା ମହାଷ୍ଟମୀରେ ମହାପ୍ରଣାୟ ଘଟିଥିଲା । ତାଙ୍କ ଜୀବନ ଶୈଳୀ, ଜୀବନର ଆଦର୍ଶ ପ୍ରମାଣ କରୁଛି ଲୋକଙ୍କ ପାଇଁ ସର୍ବଦା କିଛି କରିବା ନେଇ ସେ ଚିନ୍ତା କରୁଥିଲେ ବୋଲି ଶୁକ୍ରବାର ସନ୍ଧ୍ୟାରେ ଭଦ୍ରକ ଜିଲ୍ଲା ଗୋପିନାଥପୁର ଠାରେ ଆୟୋଜିତ ସ୍ମୃତି ଚାରଣ ସଭାରେ ବିଶିଷ୍ଟ ବ୍ୟକ୍ତି ମାନେ ମତ ପୋଷଣ କରିଛନ୍ତି । ସମାଜସେବୀ ମଦନ ମୋହନ ଦାଶଙ୍କ ପୌରହିତ୍ୟରେ ଭଣ୍ଡାରିପୋଖରୀ ବିଧାନସଭା ବିଜେପି ନେତା ଡ.ସୁଧାଂଶୁ ଶେଖର ନାୟକ,ଗବେଷକ ଡ.ଭାଗବତ ତ୍ରିପାଠୀ, ଶିକ୍ଷାବିତ୍ ଉପେନ୍ଦ୍ର ନାଥ ଶତପଥି, ଗୋଲକ ପୃଷ୍ଟି, ସାମ୍ବାଦିକ ହେମନ୍ତ କୁମାର ସିଂହ,ବରିଷ୍ଠ ନାଗରିକ ସୁରକ୍ଷା ମଂଚର ଯୁଗ୍ମ ସମ୍ପାଦକ ରାମଚନ୍ଦ୍ର ଦାସ,ବିଷ୍ଣୁ ପଣ୍ଡା, ବିଜେପି ନେତା ଅମୂଲ୍ୟ ରତ୍ନ ନନ୍ଦ, ଗୋପାଳ କୃଷ୍ଣ ଦାଶ, ଅଶୋକ ପରିଡା, ପୂର୍ବତନ ସମିତି ସଭ୍ୟ ବସନ୍ତ ନାୟକ, ମଦନ କଟୁଆଳ, ଟିକି ବେହେରା,କିରଣମୟ ବେହେରା,ଶିବ ସିଂହ,ସୁବାଷ ସାହୁ ପ୍ରମୁଖ ସ୍ୱର୍ଗତଃ ଦୋଳ ଗୋବିନ୍ଦଙ୍କ ବହୁମୁଖୀ ପ୍ରତିଭା ଉପରେ ଆଲୋକପାତ କରିଥିଲେ । ପ୍ରାରମ୍ଭରେ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇ ନିରବ ପ୍ରାର୍ଥନା କରାଯାଇଥିଲା । ସୁବାଷ ଚନ୍ଦ୍ର ପଣ୍ଡାଙ୍କ ତତ୍ୱାବଧାନରେ ରମେଶ ଚନ୍ଦ୍ର ପଣ୍ଡା, ସୁରେଶ ପଣ୍ଡା, ନରେଶ ପଣ୍ଡା, ଜ୍ୱାଇଁ ନିରଞ୍ଜନ ତ୍ରିପାଠୀ, ଆନନ୍ଦ ପାଣିଗ୍ରାହୀ, ବାବୁଲା ପଢିଆରୀ,ଝିଅ ସୁଷମା ପଣ୍ଡା, ନିନି ପଣ୍ଡା, ଅନୁ ପଣ୍ଡା, ରୁନି ପଣ୍ଡା, ଭଣଜା ପିତାମ୍ବର ପାଢୀ, କରୁଣା କର ପାଢୀ ପ୍ରମୁଖ ସହଯୋଗ କରିଥିଲେ । କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ବ୍ଲକ୍ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, ପୂର୍ବତନ ସରପଞ୍ଚ ସତ୍ୟବାନ ଦାସ, ରବିନାରାୟଣ ମହାନ୍ତି ପ୍ରମୁଖ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande